ନୂଆଦିଲ୍ଲୀ:କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ ଯୋଗେଁ ସୂଚନା ଦେବାସହ ନିଜକୁ ଆଇସୋଲେସନରେ ରଖିଥିବା କହିଛନ୍ତି ରିଜିଜୁ ।
ଏକାଧିକବାର କୋଭିଡ-19 ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି । ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରୁଛି । ନିକଟରେ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ନିଜକୁ ସଂଗରୋଧରେ ରଖନ୍ତୁ ଓ କୋଭିଡ ଟେଷ୍ଟ କରାଇନିଅନ୍ତୁ । ସମସ୍ତେ ଫିଟ୍ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ । ଟ୍ବିଟରେ ଏହା ଅପିଲ କରିଛନ୍ତି ରିଜିଜୁ ।