ଓଡିଶା

odisha

ରୋହିତଙ୍କୁ କପିଲଙ୍କ ଆଶ୍ବସନା, ଧୈର୍ଯ୍ୟ ଧର ଭାରତ ତୁମ ସହ ଅଛି

By ETV Bharat Odisha Team

Published : Nov 20, 2023, 1:52 PM IST

Updated : Nov 20, 2023, 2:30 PM IST

ରୋହିତଙ୍କ ନେତୃତ୍ବକୁ ପ୍ରଶଂସା କଲେ କପିଲଦେବ । ଭାଙ୍ଗି ନପଡି ଧୌର୍ଯ୍ୟ ଧର, ପୁରା ଭାରତ ତୁମ ସହ ଅଛି ବୋଲି କହିଛନ୍ତି କପିଲ। ଅଧିକ ପଢନ୍ତୁ

Kapil Dev  special message for Rohit Sharma
Kapil Dev special message for Rohit Sharma

ହାଇଦ୍ରାବାଦ:ବିଶ୍ବକପ ଫାଇନାଲରେ ପରାଜୟ ବରଣ କରିଛି ଭାରତ । 6 ଓ୍ବିକେଟରେ ଭାରତକୁ ହରାଇ ଟ୍ରଫି ହାତେଇଛି କଙ୍ଗାରୁ ଦଳ । ବିଶ୍ବକପରେ ଅପରାଜୟ ରହି ଫାଇନାଲରେ ହାରିବା ପରେ ଭାରତର ବିଶ୍ବ ବିଜୟୀ ହେବା ଆଶା ଆଶାରେ ରହିଯାଇଛି । ଅଷ୍ଟ୍ରେଲିଆଠୁ ହାରିବା ପରେ ଭାବବିହ୍ବଳ ପୋଡିଛନ୍ତି ଅଧିନାୟକ ରୋହିତ ଶର୍ମା । ଏପରି ସମୟରେ ରୋହିତଙ୍କୁ ପ୍ରଶଂସା କରିବା ସହ ଆଶ୍ବସନା ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଲଦେବ । ଭାଙ୍ଗି ନପଡି ଧୌର୍ଯ୍ୟ ଧର, ପୁରା ଭାରତ ତୁମ ସହ ଅଛି ବୋଲି କହିଛନ୍ତି କପିଲ ।

Kapil Dev special message for Rohit Sharma

ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ସେୟାର କରି ରୋହିତ ଶର୍ମାଙ୍କୁ ପ୍ରଶଂସା କରିବା ସହ ଆଗକୁ ପ୍ରସ୍ତୁତ ରହିବାକୁ ପ୍ରୋତ୍ସାହିତ କରିଛନ୍ତି ପୂର୍ବତନ କ୍ରିକେଟର । ସେ ଷ୍ଟୋରିରେ ଉଲ୍ଲେଖ କରିଥିଲେ ଯେ, ରୋହିତ ତୁମେ ଯାହା କରୁଛ ସେଥିରେ ତମେ ମାହିର ଅଟ। ଆଗକୁ ଅନେକ ସଫଳତା ତୁମକୁ ଅପେକ୍ଷା କରିଛି । ମୁଁ ଜାଣେ ଏହି ସମୟ ତମ ପାଇଁ କଠିନ । ଭାଙ୍ଗି ନପଡି ଧୌର୍ଯ୍ୟ ଧର, ପୁରା ଭାରତ ତୁମ ସହିତ ଛିଡା ହୋଇଛି। ପୁରା ଟୁର୍ଣ୍ଣାମେଣ୍ଟରେ ରୋହିତ ପ୍ରଦର୍ଶନ ବେଶ ଭଲ ରହିଥିଲା। ତାଙ୍କର ନେତୃତ୍ବକୁ ଯେତେ ପ୍ରଶଂସା କଲେବି କମ ପଡିବ ।

ଏହା ମଧ୍ୟ ପଢନ୍ତୁ-ବିଶ୍ବକପ 2023 ଫାଇନାଲ: ପ୍ରୟାସ କରିଥିଲୁ ହେଲେ 20ରୁ 30 ରନ୍ କମ ପଡିଗଲା କହିଲେ ରୋହିତ

ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମୁକାବିଲା । ପ୍ରଥମେ ବ୍ୟାଟିଂ କରି ଭାରତ ସମସ୍ତ ଓ୍ବିକେଟ ହରାଇ 240 ରନ କରିଥିଲା । ଯବାବରେ ଗଙ୍ଗାରୁ ଦଳ 241ରନ ପିଛା କରି 4 ୱିକେଟ ହରାଇ 43 ଓଭରରେ ଟାର୍ଗେଟ ହାସଲ କରି ନେଇଥିଲା । ଏହାପରେ ଷଷ୍ଠ ଥର ପାଇଁ ବିଶ୍ବ ଚମ୍ପିଆନ ହୋଇଥିଲା ଅଷ୍ଟ୍ରେଲିଆ । ଭାରତ ରପରାଜୟ ପରେ ନିରାଶ ହୋଇଥିଲେ ପ୍ରଶଂସକ । ଭାରତର ତୃତୀୟ ଟାଇଟଲ ହାତେଇବା ସ୍ବପ୍ନ ଚୁରମାର ହୋଇଥିଲା । ଖେଳାଳିଙ୍କ ସବୁ ପ୍ରୟାସ ପରେ ବି ଫଳାଫଳ ଭାରତ ସପକ୍ଷରେ ଯାଇନଥିଲା । ପ୍ରଦର୍ଶନ ଭଲ ନଥିବାରୁ 20ରୁ 30 ରନ୍‌ କମ ପଡ଼ିଗଲା । ଯଦି ଏହା ହୋଇଥାନ୍ତା ଦଳୀୟ ସ୍କୋର 270ରୁ 80 ଭିତରେ ହୋଇଥାନ୍ତା, ମାତ୍ର ତାହା ହେଲା ନାହିଁ । ତଥାପି ଦଳକୁ ନେଇ ମୁଁ ଗର୍ବ ଅନୁଭବ କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରୋହିତ ।

Last Updated : Nov 20, 2023, 2:30 PM IST

ABOUT THE AUTHOR

...view details