ହାଇଦ୍ରାବାଦ:୨୦୨୨ ଟି୨୦ ବିଶ୍ବକପରେ ଭାରତ ବିଫଳ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ଫର୍ମାଟରେ କ୍ୟାପଟେନ ହୁଅନ୍ତୁ ବୋଲି କ୍ରିକେଟ ବିଶେଷଜ୍ଞ କହିଥିଲେ । ହେଲେ ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ କହିଛନ୍ତି ହାର୍ଦ୍ଦିକଙ୍କୁ ଟି୨୦ ଫର୍ମାଟରେ ନେତୃତ୍ବ ଦିଆନଯିବା ଟିମ ଇଣ୍ଡିଆ ପାଇଁ ଶୁଭଙ୍କର ହେବ । ଯଦି ପାଣ୍ଡ୍ୟାଙ୍କୁ କ୍ୟାପଟେନସିପ ଦାୟିତ୍ବ ଦିଆଯିବ ତାହେଲେ ଦଳ ଭବିଷ୍ୟତରେ ଏକ ଦକ୍ଷ ଅଲରାଉଣ୍ଡରକୁ ହରାଇବ ।
ଏକ ସାକ୍ଷାତକାରରେ ଇର୍ଫାନ ପଠାନ କହିଛନ୍ତି, "ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକତ୍ବ କରିଛନ୍ତି । ସେ ଗୁଜୁରାଟ ଟାଇଟନ୍ସ ପାଇଁ ନେତୃତ୍ବ ନେଇଛନ୍ତି । ସେ ଟିମ ଇଣ୍ଡିଆର କିଛି ଟି୨୦ ମ୍ୟାଚରେ ମଧ୍ୟ ଅଧିନାୟକ ରହିଛନ୍ତି । ଏହା ସମ୍ପୂଣ୍ଣ ଭାବରେ ଭଲ କଥା । ଯେବେବି ତାଙ୍କ ଅଧିନାୟକତ୍ବ ଉପରେ ଆଲୋଚନା ହୁଏ ତାଙ୍କ କାର୍ଯ୍ୟଶୈଳୀ ମୋତେ ବେଶ୍ ପ୍ରଭାବିତ କରିଛି । ହେଲେ BCCIକୁ ଏଥିପ୍ରତି ଧ୍ୟାନ ରଖିବାକୁ ହେବ ଯେ, ପାଣ୍ଡ୍ୟାଙ୍କୁ ଯଦି ଲମ୍ବା ସମୟ ପାଇଁ ଟି୨୦ ଫର୍ମାଟରେ କ୍ୟାପଟେନସିପ ପ୍ରଦାନ କରାଯାଉଛି, ତାହେଲେ ତାଙ୍କ ଫିଟନେସ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ । ପାଣ୍ଡ୍ୟା ତାଙ୍କ କ୍ୟାରିୟରରେ ଆଗକୁ ବଢିବା ବହୁତ ଜରୁରୀ । ତାଙ୍କ ଭଳି ସକ୍ରିୟ ଅଲରାଉଣ୍ଡର ଟିମ ଇଣ୍ଡିଆକୁ ବହୁତ ଆବଶ୍ୟକ କରେ ।"