ଓଡିଶା

odisha

WPL 2023: ବେଥ ମୁନୀଙ୍କୁ ଗୁଜୁରାଟ ଜାଏଣ୍ଟ୍ସ ନେତୃତ୍ବ, ସ୍ନେହ ରଣା ଉପଅଧିନାୟିକା

By

Published : Feb 28, 2023, 1:14 PM IST

ମହିଲା ଆଇପିଏଲ ପ୍ରଥମ ସଂସ୍କରଣ ପାଇଁ ଗୁଜୁରାଟ ଜାଏଣ୍ଟ୍ସ ବେଥ ମୁନୀଙ୍କୁ ଅଧିନାୟିକା ନିଯୁକ୍ତ କରିଥିବାବେଳେ ଭାରତୀୟ ଖେଳାଳିି ସ୍ନେହା ରଣାଙ୍କୁ ଉପଅଧିନାୟିକା ନିଯୁକ୍ତ କରିଛି ।

WPL 2023
beth mooney gujarat giants caption

ନୂଆଦିଲ୍ଲୀ: ବିସିସିଆଇ ଆନୁକୁଲ୍ୟରେ ପୁରୁଷ ଆଇପିଏଲ ପରି ମହିଳା ଆଇପିଏଲ ଆରମ୍ଭ ହେବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ମହିଳା ଆଇପିଏଲ ପ୍ରଥମ ସଂସ୍କରଣ ପାଇଁ ଗୁଜୁରାଟ ଜାଏଣ୍ଟ୍ସ ପ୍ରାଞ୍ଚାଇଜ ତାର ଅଧିନାୟିକା ନିଯୁକ୍ତ କରିଛି । ଅଷ୍ଟ୍ରେଲିଆ ୱିକେଟ କିପର ବେଥ ମୁନୀଙ୍କୁ ଦଳର ନେତୃତ୍ବ ଭାର ଦେଇଥିବା ବେଳେ ଭାରତୀୟ ଖେଳାଳି ସ୍ନେହ ରଣାଙ୍କୁ ଉପଅଧିନାୟିକା ନିଯୁକ୍ତ କରିଛି । ମାର୍ଚ୍ଚ 4ରୁ ମହିଳା ପ୍ରିମିୟର ଲିଗ ଆରମ୍ଭ ହେବ । ମୁମ୍ବାଇ ବିପକ୍ଷରେ ଅଭିଯାନ ଆରମ୍ଭ କରିବା ଗୁଜୁରାଟ ।

29 ବର୍ଷୀୟା ବେଥ ମୁନୀଙ୍କର ଟି-20 ଫର୍ମାଟରେ ରେକର୍ଡ ରହିଛି । ସେ ଅଷ୍ଟ୍ରେଲିଆ ପାଇଁ 83 ମ୍ୟାଚ ଖେଳି 2350 ରନ କରିଛନ୍ତି । ଯେଉଁଥିରେ 2ଟି ଶତକ ଓ 18ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ତାଙ୍କ ଷ୍ଟ୍ରାଇକ ରନ ରେଟ 124. 60 ରହିଛି । ଆଇସିସି ମହିଳା ଟି-20 ବିଶ୍ବକପ ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବେଥ ମୁନୀ 53 ବଲରୁ ଅପରାଜିତ 74 ରନ କରିଥିଲେ । ତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା । ବେଥ ମୁନୀଙ୍କୁ ଗୁଜୁରାଟ 2 କୋଟି ଟଙ୍କାରେ କ୍ରୟ କରିଥିଲା ।

ଏହା ବି ପଢନ୍ତୁ...Hockey Pro League: ଭାରତୀୟ ଦଳ ଘୋଷଣା, ନୀଲମ ଏକମାତ୍ର ଓଡ଼ିଆ ଖେଳାଳି

ବେଥ ମୁନୀଙ୍କୁ ଅଧିନାୟିକା ଦାୟିତ୍ବ ମିଳିଥିବା ବେଳେ ସ୍ନେହ ରାଣାଙ୍କୁ ଉପଅଧିନାୟିକା ଦାୟିତ୍ବ ମିଳିଛି । ସ୍ନେହା ମୋଟ 25ଟି ଟି 20 ମୁକାବିଲା ଖେଳି 24ଟି ୱିକେଟ ନେଇଛନ୍ତି । ଭାରତୀୟ ଦଳର ସ୍ନେହ ରଣା ଜଣେ ଉଚ୍ଚକୋଟୀର ଖେଳାଳି । ଏହାସହ ଗତକାଲି ଗୁଜୁରାଟ ତାର ଜର୍ସି ମଧ୍ୟ ଉନ୍ମୋଚିତ କରିଛି । କମାଳା ରଙ୍ଗରେ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବେ ଗୁଜୁରାଟ ଖେଳାଳି ।

ଗତ ଫେବୃଆରୀ 13 ତାରିଖରେ ମହିଳା ଆଇପିଏଲ ପ୍ରିମିୟର ଲିଗର ନିଲାମୀ ଅନୁଷ୍ଠିତ । ମୋଟ 30 ଜଣ ବିଦେଶୀ ଖେଳାଳି କ୍ରୟ ହୋଇଥିଲା । ସ୍ମୃତି ମାନ୍ଧାନା ସବୁଠୁ ଦାମୀ ଖେଳାଳି ହୋଇଥିଲେ । ଆରସିବି ତାଙ୍କୁ 3.4 କୋଟି ଟଙ୍କାରେ କିଣିଥିଲା । ମାର୍ଚ୍ଚ 4 ତାରିଖରୁ ମହିଳା ଆଇପିଏଲ ଆରମ୍ଭ ହେବ । ମୋଟ 22ଟି ମ୍ୟାଚ ଖେଳାଯିବ । 20ଟି ଲିଗ ମ୍ୟାଚ ରହିଛି ।

ମାର୍ଚ୍ଚ 26ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ସମସ୍ତ ମ୍ୟାଚ ବ୍ରାବୋର୍ଣ୍ଣ ଓ ଡି ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ । ଉଭୟ ଗ୍ରାଉଣ୍ଡରେ 11ଟି ଲେଖାଏଁ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ଗୁଜୁରାଟ ଓ ମୁମ୍ବାଇ ମଧ୍ୟରେ ହେବ । ମୋଟ 5ଟି ଦଳ ଏଥିରେ ଅଂଶ ଗ୍ରହଣ କରିଛନ୍ତି ।

ABOUT THE AUTHOR

...view details