ମୋହାଲି: ଚଳିତ IPLର ୨୭ତମ ଲିଗ୍ ମ୍ୟାଚ୍ ଦମଦାର ବିଜୟ ସହ କୋହଲିଙ୍କ ନାମରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଛି । ଆଜିର ମ୍ୟାଚ୍ରେ RCB କମାନ ବିରାଟ କୋହଲିଙ୍କ ହାତରେ ଥିଲା । ଏହାର ପ୍ରଭାବ ଖେଳାଳିଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା । ଆଜିର ମ୍ୟାଚ୍ରେ ୪୭ ବଲ୍ରେ ୧୨୫.୩୩ ଷ୍ଟାଇକ୍ ରେଟ୍ରେ ୫୯ ରନ୍ କରିଥିଲେ ବିରାଟ କୋହଲି । ୧୭ତମ ଓଭରରେ ଅନ୍ ସାଇଡ୍ରେ ସଟ୍ ଖେଳିବା ପ୍ରୟାସରେ ଆଉଟ ହୋଇଥିଲା ।
ପଞ୍ଜାବ ବିପକ୍ଷରେ ୫୯ ମଧ୍ୟରେ ଗୋଟିଏ ଛକା ସହ ୫ଟି ଚୌକା ସାମିଲ ରହିଥିଲା । ଯାହାଫଳରେ IPL ଇତିହାସରେ ୬୦୦ ଚୌକା ମାରିବା ରେକର୍ଡ କରିଛନ୍ତି କୋହଲି । ଏଭଳି ରେକର୍ଡ ହାସଲ କରିବାରେ କୋହଲି ତୃତୀୟ କ୍ରିକେଟର ହୋଇ ପାରିଛନ୍ତି । ପଞ୍ଜାବ ଅଧିନାୟକ ଶିଖର ଧାୱନଙ୍କ ନାମରେ ସର୍ବାଧିକ ୭୩୦ ଚୌକା ମାରିବା ରେକର୍ଡ ରହିଛି । ଦ୍ବିତୀୟ ସ୍ଥାନରେ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କ ନାମରେ ୬୦୮ ଚୌକା ମାରିବା ରେକର୍ଡ ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ବିରାଟ କୋହଲି । ଡେଭିଡ ୱାର୍ଣ୍ଣରଙ୍କ ରେକର୍ଡ ଭାଙ୍ଗିବାକୁ କୋହଲିଙ୍କୁ ଆଉ ୫ଟି ଚୌକା ଆବଶ୍ୟକ । ତେବେ KKR ବିପକ୍ଷ ମ୍ୟାଚ୍ରେ ଡେଭିଡ ୱାର୍ଣ୍ଣର ନିଜ ଚୌକା ରେକର୍ଡରେ ଆଉ କେତେକ ସାମିଲ କରି ପାରନ୍ତି । କିନ୍ତୁ ଟୁର୍ଣ୍ଣାମେଣ୍ଟରେ ତାଙ୍କ ସ୍ବାଭାବିକ ଖେଳ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ ।