ଓଡିଶା

odisha

ETV Bharat / sports

ଆଇପିଏଲ ଇତିହାସରେ ପ୍ରଥମ: ସମାନ ସମୟରେ ଆକ୍ସନରେ ୪ଟି ଟିମ

ଆଇପିଏଲ ଇତିହାସରେ ପ୍ରଥମ କରି ସମାନ ସମୟରେ ମ୍ୟାଚ୍‌ ଖେଳୁଛନ୍ତି ୪ଟି ଟିମ । ଅଧିକ ପଢନ୍ତୁ...

By

Published : Oct 8, 2021, 8:40 PM IST

Two IPL matches in same time first time in ipl history
ଆଇପିଏଲ ଇତିହାସରେ ପ୍ରଥମ: ସମାନ ସମୟରେ ଆକ୍ସନରେ ୪ଟି ଟିମ

ଦୁବାଇ:ଆଇପିଏଲ ଇତିହାସରେ ପ୍ରଥମ କରି ସମାନ ସମୟରେ ମ୍ୟାଚ୍‌ ଖେଳୁଛନ୍ତି ୪ଟି ଟିମ । ଆଇପିଏଲର ୫୫ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ଖେଳାଯାଉଛି । ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ କ୍ୟାପଟେନ୍‌ ରୋହିତ ଶର୍ମା ।

ପ୍ଲେ-ଅଫ୍‌ ଦୌଡରୁ ହାଇଦ୍ରାବାଦ ବାଦ୍‌ ପଡିସାରିଥିବାବେଳେ, ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଶେଷ ସୁଯୋଗ ରହିଛି । କେବଳ ବିଜୟ ମଧ୍ୟ ରୋହିତ ଶର୍ମାଙ୍କ ଟିମକୁ ପ୍ଲେ-ଅଫ୍‌ ଟିକେଟ ଦେଇପାରିବ ନାହିଁ । ଏଥିପାଇଁ ବଡ ବ୍ୟବଧାନରେ ବିଜୟ ମଧ୍ୟ ଆବଶ୍ୟକ କରୁଛି ରୋହିତ ଶର୍ମାଙ୍କ ଟିମ ।

ହାଇଦ୍ରାବାଦ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ରେ ଚୁଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରି ମୁମ୍ବାଇ । କ୍ରୁଣାଳ ପାଣ୍ଡ୍ୟା ଟିମକୁ ଫେରିଥିବାବେଳେ ପିୟୁଷ ଚାୱଲାଙ୍କୁ ମଧ୍ୟ ସ୍ଥାନ ମିଳିଛି । ଫଳରେ ସୌରଭ ତିୱାରୀ ଓ ଜୟନ୍ତ ଯାଦବଙ୍କୁ ବାହାର ହେବାକୁ ପଡିଛି ।

ସେହିପରି ଆଇପିଏଲ କ୍ୟାପଟେନ ଭାବେ ପ୍ରଥମ ମ୍ୟାଚ୍‌ ଖେଳୁଛନ୍ତି ମନିଷ ପାଣ୍ଡେ । ସନରାଇଜର୍ସ ହାଇଦ୍ରାବାଦ ଟିମର କ୍ୟାପଟେନ ଭାର ପାଣ୍ଡେଙ୍କୁ ମିଳିଛି । ଭୁବବନେଶ୍ବର କୁମାର ଓ କେନ ୱିଲିୟମସନ ସାମାନ୍ୟ ଆହାତ ଯୋଗୁଁ ମ୍ୟାଚ୍‌ ଖେଳୁନଥିବା କହିଛନ୍ତି ପାଣ୍ଡେ ।

ଅନ୍ୟପଟେ ଦ୍ବିତୀୟ ମୁକାବିଲା ଆଇପିଏଲ ୨୦୨୧ର ଲିଗ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଅର୍ଥାତ ୫୬ତମ ମ୍ୟାଚ୍‌ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି RCB କ୍ୟାପଟେନ ବିରାଟ କୋହଲି । ଫଳରେ ପ୍ରଥମେ ବ୍ୟାଟିଂ କରୁଛି ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ।

ଦୁଇ ଟିମ ପ୍ଲେ-ଅଫ୍‌ରେ ସ୍ଥାନ ପକା କରିସାରିଥିବାବେଳେ, ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ପହଞ୍ଚିବାକୁ RCB ବଡ ବିଜୟ ଆବଶ୍ୟକ କରୁଛି । ଉଭୟ ଟିମର ଚୁଡାନ୍ତ ଏକାଦଶ ଅପରିବର୍ତ୍ତିତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details