ଓଡିଶା

odisha

By

Published : Apr 16, 2021, 7:12 PM IST

ETV Bharat / sports

ପଞ୍ଜାବ ବିପକ୍ଷରେ ହେବକି ରାଇନାଙ୍କ ରନ ବର୍ଷା ?

ଆଇପିଏଲ 14ରେ ପଞ୍ଜାବ କିଙ୍ଗ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମ୍ୟାଚ। ଆଜିର ମ୍ୟାଚରେ ସୁରେଶ ରାଇନାଙ୍କ ଉପରେ ରହିବ ସଭିଙ୍କ ନଜର। ଅଧିକ ପଢ଼ନ୍ତୁ...

ପଞ୍ଜାବ ବିପକ୍ଷରେ ହେବ କି ରାଇନାଙ୍କ ରନ ବର୍ଷା ?
ପଞ୍ଜାବ ବିପକ୍ଷରେ ହେବ କି ରାଇନାଙ୍କ ରନ ବର୍ଷା ?

ମୁମ୍ବାଇ: ଆଇପିଏଲ 14ରେ ପଞ୍ଜାବ କିଙ୍ଗ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମ୍ୟାଚ। ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚକୁ ନେଇ ଫ୍ୟାନ ଉତ୍ସାହିତ ହୋଇ ରହିଛନ୍ତି। ଆଇପିଏଲ ଇତିହାସରେ ଏହି ଦୁଇ ଟିମ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ତେବେ ଆଜିର ମ୍ୟାଚରେ ସୁରେଶ ରାଇନାଙ୍କ ଉପରେ ରହିବ ସଭିଙ୍କ ନଜର। କାରଣ ପଞ୍ଜାବ ବିପକ୍ଷରେ ସେ 24ଟି ମ୍ୟାଚ ଖେଳି ସଂଗ୍ରହ କରିଛନ୍ତି 814 ରନ।

ସୁରେଶ ରାଇନା ପଞ୍ଜାବ ବିପକ୍ଷରେ 152 ଷ୍ଟ୍ରାଇକ ରେଟ ସହ 42.84 ହାରରେ ରନ ସଂଗ୍ରହ କରିଛନ୍ତି। ପଞ୍ଜାବ ବିପକ୍ଷରେ ସୁରେଶ ରାଇନା ପ୍ରାୟ ମ୍ୟାଚରେ ଆକ୍ରାମକ ଇନିଂଶ ଖେଳିଛନ୍ତି। ଖାସ କଥା ହେଉଛି ଆଇପିଏଲ କ୍ୟାରିଅରରେ ସୁରେଶ ରାଇନା ଗୋଟିଏ ମାତ୍ର ଶତକ ହାସଲ କରିଛନ୍ତି। ସେହି ଶତକ ମଧ୍ୟ ସେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ହାସଲ କରିଥିଲେ।

ସୁରେଶ ରାଇନାଙ୍କ ଏହି ରେକର୍ଡ ଦର୍ଶାଉଛି ଯେ ସେ ପଞ୍ଜାବ ବିପକ୍ଷରେ କେତେ ଘାତକ ହୋଇ ପାରନ୍ତି। ପ୍ରଥମ ମ୍ୟାଚ ହାରିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ଉପରେ ଆଶା ବାନ୍ଧି ବସିଛନ୍ତି ଫ୍ୟାନ। ଏହି ମ୍ୟାଚରେ ସୁରେଶ ରାଇନାଙ୍କ ବ୍ୟାଟରୁ ଏକ ଧୁଆଁଦାର ଇନିଂଶ ଆଶା ରଖିଛନ୍ତି। ପଞ୍ଜାବ ବିପକ୍ଷରେ ରନ ବର୍ଷା କରି ପାରନ୍ତି ରାଇନା। ଏଥିପାଇଁ ପଞ୍ଜାବକୁ ମଧ୍ୟ ସତର୍କ ହେବାକୁ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details