ଓଡିଶା

odisha

IPL 2022: ହାଇଦ୍ରାବାଦର ତୃତୀୟ ବିଜୟ, ୭ ୱିକେଟରେ ହାରିଲା KKR

By

Published : Apr 16, 2022, 7:15 AM IST

ଶୁକ୍ରବାର IPLର ୨୫ତମ ମ୍ୟାଚରେ ୭ ଓ୍ବିକେଟରେ କୋଲକାତା ନାଇଟ ରାଇଡର୍ସ(KKR)କୁ ପରାଜିତ କରି ଚଳିତ ସିଜିନରେ ତୃତୀୟ ବିଜୟ ହାସଲ କଲା ସନ୍‌ରାଇଜର୍ସ ହାଇଦ୍ରାବାଦ(SRH) । ତ୍ରିପାଠୀ ଓ ମାର୍କ୍ରାମଙ୍କ ଲଢୁଆ ଅର୍ଦ୍ଧଶତକ । ଅଧିକ ପଢନ୍ତୁ

IPL 2022: ହାଇଦ୍ରାବାଦର ତୃତୀୟ ବିଜୟ,  ୭ ଓ୍ବିକେଟରେ ହାରିଲା କୋଲକାତା
IPL 2022: ହାଇଦ୍ରାବାଦର ତୃତୀୟ ବିଜୟ, ୭ ଓ୍ବିକେଟରେ ହାରିଲା କୋଲକାତା

ମୁମ୍ବାଇ:ଶୁକ୍ରବାର IPLର ୨୫ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ(SRH)ର ହ୍ୟାଟ୍ରିକ ବିଜୟ । ୭ ଓ୍ବିକେଟରେ କୋଲକାତା ନାଇଟ ରାଇଡର୍ସ(KKR)କୁ ପରାଜିତ କରି ଚଳିତ ସିଜିନରେ ତୃତୀୟ ବିଜୟ ହାସଲ କରିଛି ଦଳ । ଗତକାଲି ସନ୍ଧ୍ୟା ସମୟରେ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିଲା ଏହି ମ୍ୟାଚ । ଟସ୍‌ ଜିତି ପ୍ରଥମେ ବ୍ୟାଟିଙ୍ଗ ନିଷ୍ପତ୍ତି ନେଇ ୨୦ ଓଭରେ ୮ ଓ୍ବିକେଟ ହରାଇ ହାଇଦ୍ରାବାଦକୁ ୧୭୬ ରନର ବିଜୟ ଲକ୍ଷ୍ୟ ଦେଇଥିଲା କୋଲକାତା ।

ବିଜୟ ରନର ପିଛା କରି ହାଇଦ୍ରାବାଦ ୧୮ ଓଭର ଶେଷ ସୁଦ୍ଧା ୩ ଓ୍ବିକେଟ ହରାଇ ୧୭୬ ରନ ସହ ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ରାହୁଲ ତ୍ରିପାଠୀ ୭୧ ଓ ଇଡେନ ମାର୍କ୍ରାମ ଅପରାଜିତ ୬୮ ରନ କରି ଅର୍ଦ୍ଧ ଶତକ ହାସଲ କରିଥିଲେ । ବିଜୟ ହାସଲ ସହ ପଏଣ୍ଟ ଟେବୁଲରେ ୬ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି ଦଳ । ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ ଖେଳି ୩ଟିରେ ବିଜୟ ହାସଲ କରିଛି SRH ।

ସେହିପରି କୋଲକାତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଙ୍ଗ କରି ଇନିଂସ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ଦଳୀୟ ସ୍କୋର ୧୧ ହୋଇଥିବା ବେଳେ ପ୍ରଥମେ ଆରୋନ ଫିଞ୍ଚ ଆଉଟ ହୋଇଥିଲେ । ଏହାପରେ ଓପନର ଭେଙ୍କେଟେସ ଆୟର ମଧ୍ୟ ବୋଲ୍ଡ ହୋଇ ପାଭେଲିୟନ ଫେରିଥିଲେ । ଅଧିନାୟକ ଶ୍ରେୟସ ଆୟର ୨୮ ରନ୍‌, ନୀତିଶ ରାଣା ୩୬ ବଲ୍‌ରୁ ୫୪ ରନ୍‌ , ରସେଲ ୨୫ ବଲ୍‌ରୁ ୪୯ କରିଥିଲେ । କୋଲକାତା ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳି ୩ଟିରେ ବିଜୟ ଓ ୩ଟିରେ ପରାଜିତ ହୋଇଛି । ଫଳରେ ୬ ପଏଣ୍ଟ ସହ ତତୁର୍ଥ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details