ଓଡିଶା

odisha

ETV Bharat / sports

ଆଇପିଏଲ 14: ଚେନ୍ନାଇକୁ 172 ରନ ଟାର୍ଗେଟ ଦେଲା SRH

ଚେନ୍ନାଇ ସୁପର କିଙ୍ଗ୍ସକୁ 172 ରନ ବିଜୟ ଲକ୍ଷ୍ୟ ଦେଲା ସନରାଇଜର୍ସ ହାଇଦ୍ରାବାଦ । ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମନୀଷ ପାଣ୍ଡେ ସର୍ବାଧିକ 61 ରନ କରିଛନ୍ତି । ଅଧିକ ପଢନ୍ତୁ...

By

Published : Apr 28, 2021, 9:30 PM IST

Updated : Apr 28, 2021, 10:59 PM IST

ଆଇପିଏଲ 14: ଚେନ୍ନାଇକୁ 172 ରନ ଟାର୍ଗେଟ ଦେଲା SRH
ଆଇପିଏଲ 14: ଚେନ୍ନାଇକୁ 172 ରନ ଟାର୍ଗେଟ ଦେଲା SRH

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସକୁ 172 ରନ ବିଜୟ ଲକ୍ଷ୍ୟ ଦେଲା ସନରାଇଜର୍ସ ହାଇଦ୍ରାବାଦ। ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ସନରାଇଜର୍ସ ହାଇଦ୍ରାବାଦ । ତେବେ ଦଳୀୟ ସ୍କୋର ମାତ୍ର 22 ରନ ହୋଇଥିବାବେଳେ ଦଳ ଜନି ବେୟାରଷ୍ଟୋଙ୍କ ୱିକେଟ ହରାଇଥିଲା । ଏହାପରେ ମନୀଷ ପାଣ୍ଡେ ଓ ଡେଭିଡ ୱାର୍ଣ୍ଣରଙ୍କ ମଧ୍ୟରେ 102ରନ ଭାଗୀଦାରୀ ହୋଇଥିଲା ।

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମନୀଷ ପାଣ୍ଡେ ସର୍ବାଧିକ 61 ରନ କରିଥିଲେ। ଏଥିରେ 5ଟି ଚୌକା ସାମିଲ ରହିଥିବା ବେଳେ 1 ଛକା ସାମିଲ ଥିଲା। ସେହିଭଳି ଡେଭିଡ ୱାର୍ଣ୍ଣର ମଧ୍ୟ 55ଟି ବଲରେ 57 ରନ କରିଥିଲେ। ଏହି ଇନିଂଶରେ 3ଟି ଚୌକା ଓ ଦୁଇଟି ଛକା ସାମିଲ ରହିଥିଲା ।

ଦଳୀୟ ସ୍କୋର 128 ରନ ହୋଇଥିବାବେଳେ ୱାର୍ଣ୍ଣର ଚେନ୍ନାଇର ଲୁଙ୍ଗି ନିଗିଡିଙ୍କ ଶିକାର ହୋଇଥିଲେ। ଏହାପରେ ମନୀଷ ପାଣ୍ଡେଙ୍କୁ ମଧ୍ୟ ବଡ଼ ସଟ ଖେଳିବା ଆଶାରେ ଲୁଙ୍ଗି ନିଗିଡିଙ୍କ ବଲରେ ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ ୱିଲିୟମସନ ଦ୍ରୁତ 26 ରନ କରିଥିବା ବେଳେ କେଦାର ଯାଦବ 12 ରନ କରିଛନ୍ତି। ଦଳ 3ଟି ୱିକେଟ ହରାଇ 171 ରନ କରିବାକୁ ସକ୍ଷମ ହୋଇଥଲା ।

ଚେନ୍ନାଇ ପକ୍ଷରୁ ଲୁଙ୍ଗି ନିଗିଡି ସର୍ବାଧିକ ଦୁଇଟି ୱିକେଟ ନେଇଥିଲେ । ସାମ କୁରେନ ଗୋଟିଏ ୱିକେଟ ନେବାକୁ ସକ୍ଷମ ହୋଇଥିଲେ। ଦଳ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ। ସେ 4 ଓଭରରେ 11 ହାରରେ 44 ରନ ଦେଇଥିଲେ ।

ଚେନ୍ନାଇ ସୁପର କିଙ୍ଗ୍ସ ଚୂଡ଼ାନ୍ତ ଏକାଦଶ

ଋତୁରାଜ ଗାୟକୱାଡ, ଫାଫ୍ ଡୁ ପ୍ଲେସିସ୍, ମୋଏନ୍ ଅଲି, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନୀ (ଅଧିନାୟକ/ ୱିକେଟ ରକ୍ଷକ), ରବିନ୍ଦ୍ର ଜାଡେଜା, ସାମ୍ କୁରାନ, ଶାର୍ଦ୍ଦୁଲ ଠାକୁର, ଲୁଙ୍ଗି ନିଗିଡି ଓ ଦୀପକ ଚହର ।

ସନରାଇଜର୍ସ ହାଇଦ୍ରାବାଦ ଚୂଡ଼ାନ୍ତ ଏକାଦଶ

ଡେଭିଡ ୱାର୍ଣ୍ଣର (ଅଧିନାୟକ), ଜନି ବେୟାରଷ୍ଟୋ (ୱିକେଟ ରକ୍ଷକ), କେନ୍ ୱିଲିୟମସନ, ମନୀଷ ପାଣ୍ଡେ, କେଦାର ଯାଦବ, ବିଜୟ ଶଙ୍କର, ରସିଦ ଖାନ, ଜଗଦୀଶ ସୁଚିତ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ ଓ ସିଦ୍ଧାର୍ଥ କାଉଲ୍।

ବ୍ୟୁରୋ ରିପୋର୍ଟ, ଇିଟିଭି ଭାରତ

Last Updated : Apr 28, 2021, 10:59 PM IST

ABOUT THE AUTHOR

...view details