ଓଡିଶା

odisha

ETV Bharat / sports

ଆଇପିଏଲ 14: ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିବା ଲକ୍ଷ୍ୟରେ ବାଙ୍ଗାଲୋର-ଦିଲ୍ଲୀ - ଆରସିବି ବନାମ ଡିସି ମ୍ୟାଚ ପୂର୍ବାନୁମାନ

ସନରାଇଜର ହାଇଦ୍ରାବାଦ ବିପକ୍ଷରେ ସୁପର ଓଭରରେ ବିଜୟ ହାସଲ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଟକ୍କର ଦେବ ଦିଲ୍ଲୀ କ୍ୟାପିଟାଲ୍ସ। ଆଇପିଏଲର ଏହି 22ତମ ମ୍ୟାଚକୁ ଜିତି ପଏଣ୍ଟ ତାଲିକାର ଶୀର୍ଷକୁ ପହଞ୍ଚିବାକୁ ଚାହିଁବେ ଉଭୟ ଦଳ। ଅଧିକ ପଢ଼ନ୍ତୁ...

ଆଇପିଏଲ 14: ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିବା ଲକ୍ଷ୍ୟରେ ବାଙ୍ଗାଲୋର-ଦିଲ୍ଲୀ
ଆଇପିଏଲ 14: ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିବା ଲକ୍ଷ୍ୟରେ ବାଙ୍ଗାଲୋର-ଦିଲ୍ଲୀ

By

Published : Apr 27, 2021, 4:31 PM IST

ଗାନ୍ଧୀନଗର: ସନରାଇଜର ହାଇଦ୍ରାବାଦ ବିପକ୍ଷରେ ସୁପର ଓଭରରେ ବିଜୟ ହାସଲ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଟକ୍କର ଦେବ ଦିଲ୍ଲୀ କ୍ୟାପିଟାଲ୍ସ। ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଆଇପିଏଲର ଏହି 22ତମ ମ୍ୟାଚକୁ ଜିତି ପଏଣ୍ଟ ତାଲିକାର ଶୀର୍ଷକୁ ପହଞ୍ଚିବାକୁ ଚାହିଁବେ ଉଭୟ ଦଳ। କାରଣ ବର୍ତ୍ତମାନ ଉଭୟ ଦଳ 5ଟି ମ୍ୟାଚରୁ 4ଟି ମ୍ୟାଚରେ ବିଜୟ ଲାଭ କରି 8 ପଏଣ୍ଟ ହାସଲ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ ପଏଣ୍ଟ ତାଲିକା ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତୃତୀୟ ସ୍ଥାନରେ ରହିଛି।

ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 69ରନ ପରାସ୍ତ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ। ଏହି ପରାଜୟ ବାଙ୍ଗାଲୋରର ନେଟ ରନ ରେଟ ଉପରେ ପ୍ରଭାବ ପକାଇଛି। ଏହା ପୂର୍ବରୁ ବାଙ୍ଗାଲୋର ସମସ୍ତ ମ୍ୟାଚରେ ବିଜୟ ହାସଲ କରିଥିଲା। ଦଳର ଓପନ ଦେବଦତ୍ତ ପାଦିକ୍କଲ ଓ ଅଧିନାୟକ ବିରାଟ କୋହଲି ଭଲ ଲୟରେ ଅଛନ୍ତି। ସେପଟେ ଆଜି ମାକ୍ସୱେଲ ଓ ଡିଭିଲିୟର୍ସଙ୍କ ପ୍ରଦର୍ଶନ ଉପରେ ରହିବ ସବିଙ୍କ ନଜର।

ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଭଲ ଖବର ହେଉଛି ଅକ୍ଷର ପଟେଲ ସୁସ୍ଥ ହୋଇ ଦଳରେ ସାମିଲ ହୋଇଛନ୍ତି। ହାଇଦ୍ରାବାଦ ବିପକ୍ଷରେ ସୁପର ଓଭର ମ୍ୟାଚରେ ସେ ଗୁରୁତ୍ବପୂର୍ଣ୍ଣ ଭୁମିକା ବହନ କରିଥିଲେ। ତେବେ ଆର ଅଶ୍ବିନ ଚଳିତ ଆଇପିଏଲରୁ ବିଶ୍ରାମ ନେବା ଦଳ ପାଇଁ ଚିନ୍ତାର କାରଣ ହୋଇପାରେ। ତାଙ୍କ ଅନୁପସ୍ଥିତିରେ ଅମିତ ମିଶ୍ରା ଦଳର ସ୍ପିନ ବ୍ରିଗେଡ ଦାୟିତ୍ବ ନେବେ। ତେବେ ଗତ ମ୍ୟାଚରେ ଅକ୍ଷର ପଟେଲ ଓ ଅମିତ ମିଶ୍ରା 8 ଓଭରରେ 57 ଦେଇ 3ଟି ୱିକେଟ ନେଇଥିଲେ। ଦଳ ଟପ ଅର୍ଡର ବ୍ୟାଟସମ୍ୟାନ ଭଲ ଫର୍ମରେ ଅଛନ୍ତି। ଆଜିର ମ୍ୟାଚ ପରେ କେଉଁ ଦଳ ଶୀର୍ଷରେ ପହଞ୍ଚିବ ତାହାରି ଉପରେ ସଭିଙ୍କ ନଜର।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ

ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପାଡ୍ଡିକାଲ, ଫିନ୍ ଆଲେନ୍, ଏବି ଡିଭିଲିୟର୍ସ, ପବନ ଦେଶପାଣ୍ଡେ, ୱାଶିଂଟନ୍ ସୁନ୍ଦର, ଡାନିଏଲ୍ ସାମସ୍, ୟୁଜିବେନ୍ଦ୍ର ଚହଲ, ଶାହାବାଜ ଅହମ୍ମଦ, ମହମ୍ମଦ ସିରାଜ, ନବଦୀପ ସାଇନି, ହର୍ଷଲ ପଟେଲ, ଗ୍ଲେନ ମାକ୍ସୱେଲ, ସଚିନ ବେବି, ରଜତ ପାଟିଦାର, ମହମ୍ମଦ ଆଜାରୁଦ୍ଦିନ, କାଇଲ ଜାମିସନ, ଡାନିଏଲ ଖ୍ରୀଷ୍ଟିଆନ, ସୁୟଶ ପ୍ରଭୁଦେଶାଇ, କେ.ଏସ୍ ଭରତ।

ଦିଲ୍ଲୀ କ୍ୟାପିଟାଲ୍ସ ଦଳ

ଋଷଭ ପନ୍ତ (ଅଧିନାୟକ), ଶିଖର ଧୱନ, ପୃଥ୍ବୀ ଶ, ଆଜିଙ୍କ୍ୟ ରାହାଣେ, ଶିମରୋନ ହେଟମାୟେର, ମାର୍କସ୍ ଷ୍ଟୋଇନିସ୍, କ୍ରିସ୍ ୱୋକସ୍, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡା, ଏନରିଚ ନର୍କିଆ, ଇଶାନ୍ତ ଶର୍ମା, ଆବେଶ ଖାନ, ଉମେଶ ଯାଦବ, ରିପଲ୍ ପଟେଲ, ବିଷ୍ଣୁ ବିନୋଦ, ଲୁକମାନ ମେରିୱାଲା, ଏମ ସିଦ୍ଧାର୍ଥ, ଟମ କୁରାନ, ସାମ ବିଲିଂସ୍।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details