ନୂଆଦିଲ୍ଲୀ:ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ଅନ୍ତିମ ଚରଣରେ ପହଞ୍ଚିଛି । ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ପରେ ପ୍ଲେଅଫ ଶେଷ ହେବ । ଚେନ୍ନାଇ ସୁପର କିଙ୍ଗସ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ପ୍ରଥମ କ୍ବାଲିଫାୟର ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ କିଛି ଅନନ୍ୟ ଦେଖିବାକୁ ମିଳିଥିଲା । ସ୍କୋର କାର୍ଡରେ ପ୍ରଦର୍ଶିତ ପ୍ରତି ଡଟ ବଲ ସ୍ଥାନରେ ଗୋଟିଏ ଲେଖାଏଁ ଗଛ ଚିତ୍ର ଦେଖିବାକୁ ମିଳିଥିଲା । କଣ ଏହାର କାରଣ ଜାଣିବାକୁ ଦର୍ଶକଙ୍କ ମନରେ କୌତୁହଳ ସୃଷ୍ଟି ହୋଇଥିଲା । ଏହା ପଛର କାରଣ ସ୍ପଷ୍ଟ ହୋଇଛି । ପ୍ରତି ଡଟ ବଲ ପିଛା 500ଟି ଗଛ ଲଗାଇବାକୁ ନିଷ୍ପତ୍ତି ନେଇଛି ଟାଟା ଗ୍ରୁପ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ବିସିଆଇ ସମ୍ପାଦକ ଜୟ ଶାହ ।
ଟ୍ବିଟ କରି ଜୟ ଶାହ କହିଛନ୍ତି, ''ଟାଟା ଚମ୍ପିଆନ ସହ ଯୋଡି ହୋଇ ଆମେ ଗର୍ବିତ । ଆଇପିଏଲ ପ୍ଲେ ଅଫରେ ପ୍ରତି ଡଟ ବଲ ପିଛା ଟାଟା ଗ୍ରୁପ 500ଟି ଗଛ ଲଗାଇବ । ଚେନ୍ନାଇ ଓ ଗୁଜୁରାଟ ମଧ୍ୟରେ ଖେଳାଯାଇଥିବା କ୍ବାଲିଫାୟାର ମ୍ୟାଚରେ ପଡିଥିବା ଡଟ ବଲ ହିସାବରେ 42,000 ଗଛ ଲଗାଯିବ ।''
ଆଇପିଏଲ ପ୍ଲେ ଅଫ ପାୱାର ପ୍ଲେ ସମୟରେ କୌଣସି ବଲରେ ରନ ବାହାରି ନଥିଲା । ସ୍କୋର କାର୍ଡରେ ଗଛ ଚିତ୍ର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଦର୍ଶକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା । ସୋସିଆଲ ମିଡିଆରେ ମଧ୍ୟ ଏହି ଗଛ ଚିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପରେ ଏହାର କାରଣ ଜଣାପଡିଥିଲା । ପ୍ରତ୍ୟେକ ଡଟ ବଲ ବାବଦରେ 500ଟି ଗଛ ଲଗାଯିବାକୁ ନିଷ୍ପତ୍ତି ହୋଇଛି ।