ଚଣ୍ଡିଗଡ଼:ବିରାଟ କୋହଲି ଓ ତାଙ୍କ ଆଇପିଏଲ ଟିମ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । ଚଣ୍ଡିଗଡ଼ର ଏକ ହୋଟେଲରେ ଯେଉଁଠି ଟିମର ସଦସ୍ୟମାନେ ରହିଥିଲେ, ସେହି ହୋଟେଲେ ରହିଥିଲେ ୩ ହିଷ୍ଟ୍ରିସିଟର (ଅପରାଧୀ) । ଯେଉଁମାନଙ୍କ ବିରୋଧରେ ରହିଛି ଏକାଧିକ ଅପରାଧିକ ମାମଲା । ଏହାକୁ ନେଇ ଆରିସିବି ଟିମର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏହି ଖବର ଜଣାପଡ଼ିବା ପରେ ଟିମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଗତ ଏପ୍ରିଲ ୨୦ ତାରିଖରେ ମୋହାଲି ଷ୍ଟାଡିମୟରେ ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଥିବା ମ୍ୟାଚ ଲାଗି ଚଣ୍ଡିଗଡ଼ର ଲଲିତ ହୋଟେଲରେ ରହିଥିଲା RCB ଟିମ ।
ଏହି ଟିମ ମଧ୍ୟରେ ବିରାଟ କୋହଲି, ମହମ୍ମଦ ସିରାଜଙ୍କ ସମେତ ଅନେକ ବିଦେଶୀ କ୍ରିକେଟର ମଧ୍ୟ ରହିଥିଲେ । ପୋଲିସ ନିକଟରେ ଏହି ଖବର ପହଞ୍ଚିବା ମାତ୍ରେ ସଙ୍ଗେ ସଙ୍ଗେ ହୋଟେଲରେ ପହଞ୍ଚି ୩ ହିଷ୍ଟ୍ରିସିଟରଙ୍କୁ ଗିରଫ କରିଥିଲା ପୋଲିସ । ମିଳିଥିବା ସୂଚନା ଅନୁସାରେ ରୋହିତ, ମୋହିତ ଓ ନବୀନ ନାମଧାରୀ ହିଷ୍ଟ୍ରିସିଟରଙ୍କ ବିରୋଧରେ ଫାୟାରିଂ, ମାରପିଟ, ଡକାୟତି ଭଳି ଏକାଧିକ ମାମଲା ରହିଛି । ଏହି ୩ଜଣ ହିଷ୍ଟ୍ରିସିଟର ଗୋଟିଏ ଦିନ ଲାଗି ଲଲିତ ହୋଟେଲରେ ବୁକିଂ କରିଥିଲେ । ଏପ୍ରିଲ ୨୦ ତାରିଖ ରାତିରେ ପୋଲିସ ଏମାନଙ୍କୁ ଗିରଫ କରିବା ପରେ SDJM କୋର୍ଟରେ ହାଜର କରାଯାଇଥିଲା ।