ଓଡିଶା

odisha

ETV Bharat / sports

IPL Mini Auction: ନୂଆ ଅବତାରରେ ଦେଖିବାକୁ ମିଳିବେ ଗେଲଙ୍କ ସମେତ ଏହି ଖେଳାଳି - ଆଇପିଏଲ ମିନି ନିଲାମୀ

ଫଟାଫଟ କ୍ରିକେଟ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ ବିଗୁଲ ବାଜି ସାରିଛି । ଆସନ୍ତା 23 ତାରିଖରେ କେରଳ କୋଚିରେ ଆଇପିଏଲ ମିନି ନିଲାମୀ ଅନୁଷ୍ଠିତ ହେବ । ଏଥିରେ କ୍ରିସ ଗେଲଙ୍କ ସମେତ ଏହି ଖେଳାଳି ନୂଆ ରୂପରେ ଦେଖିବାକୁ ମିଳିବେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ନୂଆ ଅବତାରରେ ଦେଖିବାକୁ ମିଲିବେ ଗେଲଙ୍କ ସମେତ ଏହି ଖେଳାଳି
IPL Mini Auction

By

Published : Dec 18, 2022, 12:04 PM IST

ନୂଆଦିଲ୍ଲୀ:ଆଉ କିଛି ଦିନର ଅପେକ୍ଷା । ଫଟାଫଟ କ୍ରିକେଟ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ ବିଗୁଲ ବାଜି ସାରିଛି । ଆସନ୍ତା 23 ତାରିଖରେ କେରଳ କୋଚିରେ ମିନି ନିଲାମୀ ଅନୁଷ୍ଠିତ ହେବ । ଏଥିରେ କ୍ରିସ ଗେଲଙ୍କ ସମେତ ଏହି ଖେଳାଳି ନୂଆ ରୂପରେ ଦେଖିବାକୁ ମିଳିବେ । ଚଳିତ ଆଇପିଏଲ ମିନି ନିଲାମୀରେ ମୋଟ 405 ଖେଳାଳି ସର୍ଟଲିଷ୍ଟ ହୋଇଛନ୍ତି । ମିନି ଅକ୍ସନରେ କ୍ରିସ ଗେଲ, ସୁରେଶ ରୈନା ଏବଂ ଏଭି ଡିଭିଲିୟସଙ୍କ ଭଳି ଦମଦାର ଖେଳାଳିଙ୍କୁ ଦେଖିବାକୁ ମିଳିବ । ଟି-20 କ୍ରିକେଟର ଏହି ମହାନ ଖେଳାଳିଙ୍କ ମଧ୍ୟରେ ସୁରେଶ ରୈନା, କ୍ରିସ ଗେଲ ଓ ଡିଭିଲିୟର୍ସ ଏଥର ନିଲାମୀରେ ସାମିଲ ନାହାନ୍ତି ସତ ହେଲେ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଏହି ଷ୍ଟାର ଖେଳାଳିଙ୍କ ସମେତ ବହୁ କିମ୍ବଦନ୍ତୀ ଖେଳାଳି ଯେପରି ଅନିଲ କୁମ୍ବଲେ, ରବୀନ ଉଥପ୍ପା, ଆରପି ସିଂହ, ଇୟୋନ ମୋର୍ଗାନ 2023 ଆଇପିଏଲ ପାଇଁ କୋଚିରେ ଆୟୋଜିତ ହେବାକୁ ଥିବା ମିନି ନିଲାମୀ ପ୍ରକ୍ରିୟାରେ ଏକ୍ସପର୍ଟ ପ୍ୟାନେଲରେ ନଜର ଆସିବେ । ଭାରତର ପୂର୍ବତନ ଖେଳାଳି ଏବଂ ବାମହାତୀ ବ୍ୟାଟର ସୁରେଶ ରୈନା, ଉତ୍ତରପ୍ରଦେଶର ଆରପି ସିଂହଙ୍କ ସହ ହିନ୍ଦୀ କଭରେଜ ପାଇଁ ସାମିଲ ହେବେ । ୟୁନିଭର୍ସ ବସ ନାମରେ ପରିଚିତ କ୍ରିସ ଗେଲ, ଡିଭିଲିୟର୍ସ, ମୋର୍ଗାନ, ଉଥପ୍ପା ଏବଂ ଅନୀଲ କୁମ୍ବଲେ ଇଂରାଜୀ କଭରେଜ ପାଇଁ ଭାଗ ନେବେ । ଆଇପିଏଲ ମିନି ନିଲାମୀରେ ଭାରତରେ 6 ଭାଷା ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, ବଙ୍ଗାଳୀ ଏବଂ ମାଲାୟାଲମ ଭାଷାରେ ଜିଓ ସିନେମାରେ ପ୍ରସାରିତ ହେବ । ଆସନ୍ତା ଡିସେମ୍ବର 23 ତାରିଖରେ ଭାରତୀୟ ସମୟ ଅପରାହ୍ନ 2ଟା30ରେ ଆରମ୍ଭ ହେବ ।

ଏହା ବି ପଢନ୍ତୁ... IPL Mini Auction 2023: ଜାଣନ୍ତୁ କିଏ ସବୁଠୁ ଯୁବ ଓ କିଏ ବରିଷ୍ଠ ଖେଳାଳି

ପ୍ରକାଶ ଥାଉ କି,ସର୍ଟଲିଷ୍ଟ ହୋଇଥିବା 405 ଖେଳାଳିଙ୍କ ମଧ୍ୟରୁ 273 ଜଣ ଭାରତୀୟ ଖେଳାଳି ଏବଂ 12 ଜଣ ବିଦେଶୀ ଖେଳାଳି ରହିଛନ୍ତି । ଯେଉଁଥିରେ 4 ସହଯୋଗୀ ଦେଶର ଖେଳାଳି ରହିଛନ୍ତି । ଏହି ଚାରି ଖେଳାଳିଙ୍କ ବ୍ୟତୀତ ୧୧୯ କେପ୍ଡ ଏବଂ ୨୮୨ ଅନକେପ୍ଡ ଖେଳାଳିଙ୍କ ପାଇଁ ଅକ୍ସନ ହେବ । ୧୦ଟି ଫ୍ରାଞ୍ଚାଇଜ୍ ଟିମ୍ ମଧ୍ୟରୁ ପ୍ରାୟ ୮୭ ସ୍ଥାନ ଖାଲିଥିବା ବେଳେ ସେଥିରୁ ୩୦ ଜଣ ବିଦେଶୀ ଖେଳାଳି ରହିପାରିବେ । ୧୯ ଜଣ ଖେଳାଳି ଦୁଇ କୋଟି ଟଙ୍କା ତାଙ୍କର ବେସ୍ ପ୍ରାଇସ୍ ରଖିଛନ୍ତି ।

ABOUT THE AUTHOR

...view details