ଓଡିଶା

odisha

ETV Bharat / sports

IPL 2023: ଧୋନୀଙ୍କୁ ଘୃଣା କରିବାକୁ ହେଲେ ସୈତାନ ହେବାକୁ ପଡ଼ିବ କହିଲେ ହାର୍ଦ୍ଦିକ

କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

IPL 2023
hardik pandya on ms dhoni

By

Published : May 24, 2023, 3:00 PM IST

ଚେନ୍ନାଇ: ହୁଏତ ମହେନ୍ଦ୍ର ସିଂହ ଧୋନୀଙ୍କର ଏହା ଶେଷ ଆଇପିଏଲ ମ୍ୟାଚ ନୁହେଁ । ମାତ୍ର ଏହା ତାଙ୍କର ଶେଷ ଆଇପିଏଲ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଏହାରି ଭିତରେ କ୍ୟାପ୍ଟେନ କୁଲ୍‌ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଗୁଜୁରାଟ ଟାଇଟନ୍ସ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହେଇଛି । ଏମଏସଡିଙ୍କୁ ଘୃଣା କରିବାକୁ ହେଲେ ପ୍ରକୃତ ସୈତାନ ହେବାକୁ ପଡିବ ବୋଲି କହିଛନ୍ତି ଗୁଜୁରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । କ୍ବାଲିଫାୟର ମ୍ୟାଚ ପୂର୍ବରୁ ଏମିତି କଛି କହିଥିଲେ ହାର୍ଦ୍ଦିକ । ଜାଣନ୍ତୁ କାହିକିଁ ଏପରି କହିଲେ ପାଣ୍ଡ୍ୟା ।

ଏହା ବି ପଢନ୍ତୁ...IPL 2023: ଆଜି ଏଲିମିନେଟର ମ୍ୟାଚ୍, ମୁମ୍ବାଇ-ଲକ୍ଷ୍ନୌ ମୁକାବିଲା

ଆଇପିଏଲ ପ୍ରଥମ କ୍ବାଲିଫାୟର ମ୍ୟାଚ ପୂର୍ବରୁ ଏକ ସାକ୍ଷାତକାରରେ ହାର୍ଦ୍ଦିକ ପାଣ୍ଡ୍ୟା କହିଥିଲେ,"ସମ୍ଭବତଃ ନିଜର ଶେଷ ଆଇପିଏଲ ଖେଳୁଥିବା ମହେନ୍ଦ୍ର ସିଂହ ଧୋନୀଙ୍କୁ ଘୃଣା କରିବାକୁ ହେଲେ ଜଣଙ୍କୁ ପ୍ରକୃତ ସୈତାନ ହେବାକୁ ପଡିବ । ମୁଁ ସର୍ବଦା ମହେନ୍ଦ୍ର ସିଂହ ଧୋନୀଙ୍କ ଜଣେ ବଡ଼ ପ୍ରଶଂସକ । ତାଙ୍କୁ ଦେଖି ସମସ୍ତ ଭାବନ୍ତି ସେ ସବୁବେଳେ ସିରୟସ ଥାଆନ୍ତି ଅଧିକ କଥା ହୁଅନ୍ତି ନାହିଁ । ମାତ୍ର ସେ ମୋ ପାଇଁ ମୋର ବନ୍ଧୁ ଭାଇ ସବୁ କିଛି । ସେ ମୋ ସହ ମଜାମସ୍ତି କରନ୍ତି । ତାଙ୍କଠୁ ବହୁତ କିଛି ଶିଖିଛି । ତାଙ୍କଠୁ ମ୍ୟାଚ କୌଶଳ ମଧ୍ୟ ଶିଖିଛି । ଧୋନୀଙ୍କର ଯେଉଁ ଭଳି ଭାବେ ଫ୍ୟାନ୍‌ ବେସ୍‌ ରହିଛି ତାଙ୍କୁ ଭଲ ପାଉଥିଲେ ଲୋକଙ୍କ ସଂଖ୍ୟାକୁ ଦେଖିଲେ ଲାଗେ ତାଙ୍କୁ ଘୃଣା କରିବାକୁ ହେଲେ ପ୍ରକୃତ ସୈତାନ ହେବାକୁ ପଡିବ । ଜଣ ପ୍ରକୃତ ସୈତାନ ହିଁ ତାଙ୍କୁ ଘୃଣା କରି ପାରିବ ।"

ଏହା ବି ପଢନ୍ତୁ...IPL 2023: କୋହଲିଙ୍କ ଆଘାତ ନେଇ ବଡ଼ ସୂଚନା ଦେଲେ ସଞ୍ଜୟ ବାଙ୍ଗର

ଚଳିତ ଆଇପିଏଲ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ଓ ଡିଫେଣ୍ଡିଂ ଚମ୍ପିଆନ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ପ୍ରଥମ କ୍ବାଲିଫାୟର ମ୍ୟାଚ ଖେଳାଯାଇଥିଲା । ଏଥିରେ ଚେନ୍ନାଇ ଗୁଜୁରାଟ ବିପକ୍ଷରେ 15ରନରେ ବିଜୟ ହାସଲ କରି 10ମ ଥର ପାଇଁ ଆଇପିଏଲ ଫାଇନାଲରେ ପ୍ରବେଶ କରି ସାରିଛି । ପ୍ରଥମ କ୍ବାଲିଫାୟର ପରାସ୍ତ ହୋଇଥିଲେ ସୁଦ୍ଧା ଗୁଜୁରାଟ ପାଇଁ ଆଉ ଏକ ସୁଯୋଗ ରହିଛି । ଏଲିମିନେଟର ମ୍ୟାଚ୍‌ ବିଜୟୀ ଦଳ ସହ ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ ଖେଳିବ ଗୁଜୁଟାର ।

ମାହି ମ୍ୟାଜିକରେ ଅନେକ ବିଜୟ ସ୍ବାଦ ଚାଖିଛି ଚେନ୍ନାଇ ସୁପର କିଙ୍ଗସ । ପଡିଆରେ କ୍ୟାପ୍ଟେନ କୁଲ୍‌ଙ୍କ କମାଲରେ ଚେନ୍ନାଇ 10ମ ଥର ପାଇଁ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା 28 ତାରିଖରେ ଆଇପିଏଲ ଫାଇନାଲ ମ୍ୟାଚ ଖେଳାଯିବ । ଚେନ୍ନାଇ ବିପକ୍ଷରେ କେଉଁ ଦଳ ଫାଇନାଲ ଖେଳିବ ତାହା ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ ପରେ ସ୍ପଷ୍ଟ ହେବ ।

ABOUT THE AUTHOR

...view details