ନୂଆଦିଲ୍ଲୀ: ଆଇପିଏଲ 16ତମ ସଂସ୍କରଣ ଜାରି ରହିଛି । ଆଜି ଆଇପିଏଲର 55ତମ ମ୍ୟାଚ ଖେଳାଯିବ । ଏଥିରେ ଚେନ୍ନାଇ ସୁପରକିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । ଘରୋଇ ଗ୍ରାଉଣ୍ଡ ଚିପକରେ ଖେଳିବ ଚେନ୍ନାଇ । ଦିଲ୍ଲୀ ବିପକ୍ଷରେ ବଡ ବିଜୟ ହାସଲ କରି ପଏଣ୍ଟ ଟେବୁଲ ଶୀର୍ଷକୁ ଉଠିବାକୁ ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପର କିଙ୍ଗସ । ସେହିପରି ଚେନ୍ନାଇ ଗଡରେ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ଦିଲ୍ଲୀ କ୍ୟାପିଟାଲ୍ସ । ଚଳିତ ସିଜନରେ ଦୁଇ ଦଳର ଏହା ପ୍ରଥମ ମୁକାବିଲା ।
CSKvsDC:ଚେନ୍ନାଇ ଭଲ ଫର୍ମରେ ରହିଛି । ଏଯାବତ 6ଟି ମ୍ୟାଚ ଖେଳି 13 ପଏଣ୍ଟ ସହ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି ଚେନ୍ନାଇ । ଦିଲ୍ଲୀ ବିପକ୍ଷରେ ଆଜି ବଡ ବିଜୟ ହାସଲ କଲେ ଚେନ୍ନାଇ ପ୍ଲେ ଅଫ ଆଡକୁ ଦୁଇ ପାଦ ବଢିବ । ଦଳର ବୋଲିଂ ବିଭାଗ ସନ୍ତୁଳିତ ରହିଛି । ଶେଷ ମ୍ୟାଚରେ ମୁମ୍ବାଇ ବିପକ୍ଷରେ ଚେନ୍ନାଇ ଏକ ସହଜ ବିଜୟ ହାସଲ କରିଥିଲା ଚେନ୍ନାଇ । ମହୀଶ ତୀକ୍ଷଣା ଜବରଦସ୍ତ ବୋଲିଂ କରିଥିଲେ । ସୁସ୍ଥ ହୋଇ ଫେରଥିବା ଦୀପକ ଚହର ଆଜି ଏକାଦଶରେ ସାମିଲ ହୋଇପାରନ୍ତି । ପ୍ରଥମରୁ ଧିମା ଆରମ୍ଭ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଫର୍ମକୁ ଫେରିଛି । ପଏଣ୍ଟ ତାଲିକାର ଶେଷ ସ୍ଥାନରେ ରହିଥିଲେ ସୁଦ୍ଧା ଏବେ ଦି ଦଳ ପାଖରେ ପ୍ଲେ ଅଫ ପାଇଁ ସୁଯୋଗ ରହିଛି ।
ଦିଲ୍ଲୀ ମୋଟ 10ଟି ମ୍ୟାଚ ଖେଳି 4ଟି ବିଜୟ ସହ 8 ପଏଣ୍ଟ ହାସଲ କରିଛି । ଆଜି ଚେନ୍ନାଇ ଗଡରେ ବିଜୟ ହାସଲ କରି ଉପରକୁ ଉଠିବାକୁ ପ୍ରୟାସ କରିବ ଦିଲ୍ଲୀ । ଦଳର ଫିଲ୍ସ ସଲ୍ଟଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଦୁଇ ଦଳ ପରସ୍ପରକୁ 27 ଥର ଭେଟିଛନ୍ତି । ସୁପରକିଙ୍ଗସ 17ଟି ମ୍ୟାଚ ଜିତିଛି । ଚିପକରେ ଦିଲ୍ଲୀ ଚେନ୍ନାଇକୁ ଦୁଇଟି ମ୍ୟାଚରେ ପରାସ୍ତ କରିଛି । 2010 ପରଠୁ ଦିଲ୍ଲୀ ଚେନ୍ନାଇ ବିପକ୍ଷରେ ବିଜୟ ହାସଲ କରିନାହିଁ । ରେକର୍ଡ ଅନୁସାରେ ଚେନ୍ନାଇ ପଲ୍ଲା ଭାରି ରହିଛି ।