ନୂଆଦିଲ୍ଲୀ:ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗର 16ତମ ସଂସ୍କରଣ ଆରମ୍ଭ ହୋଇସାରିଛି । ଆଇପିଏଲ ମୋହରେ ପଡି ସାରିଛନ୍ତି କ୍ରିକେଟ ପ୍ରେମୀ । ସୁପର ସନଣ୍ଡେରେ ଆଜି ଡବଲ ହେଡର ମୁକାବିଲା ରହିଛି । ରାଜସ୍ଥାନ ରୟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବନାମ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଲଢେଇ ହେବ । ଅପରାହ୍ନ 3ଟା 30ରେ ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ହେବାକୁ ଥିବାବେଳେ ରାତି 7ଟା 30ରେ ବାଙ୍ଗାଲୋର ଓ ମୁମ୍ବାଇ ପରସ୍ପରକୁ ଭେଟିବେ ।
RR VS SHR:ଗତ ବର୍ଷର ରନର୍ସଅପ ରାଜସ୍ଥାନକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି ଦୁଇ ଦଳ । ହାଇଦ୍ରାବାଦର ଅଧିନାୟକ ଆଡେନ ମାରକ୍ରମ ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନାହାନ୍ତି ତେଣୁ ତାଙ୍କ ସ୍ଥାନରେ ଦଳର ନେତୃତ୍ବ ନେବେ ଭୁବନେଶ୍ବର କୁମାର । ଭୁବନେଶ୍ବରଙ୍କ ନେତୃତ୍ବରେ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ସନରାଇଜର୍ସ ହାଇଦ୍ରାବାଦ । ଦୁଇ ଦଳର ପ୍ରଦର୍ଶନକୁ ଦେଖିଲେ ରାଜସ୍ଥାନ ଶକ୍ତିଶାଳୀ ମନେ ହେଉଛି । ବିଶେଷ କରି ରାଜସ୍ଥାନର ଜୋ ରୁଟଙ୍କ ଉପସ୍ଥିତି ଦଳ ପାଇଁ ବଳ ବଢାଇବ । ହାଇଦ୍ରାବାଦ ଦୁଇଥର ଆଇପିଏଲ ଚମ୍ପିଆନ ହୋଇଥିବା ବେଳେ ରାଜସ୍ଥାନ ଥରେ ବିଜେତା ହୋଇଛି ।
ହେଡଟୁହେଡ: ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ପୂର୍ବ 5 ମ୍ୟାଚରୁ ରାଜସ୍ଥାନର ଦବଦବା ରହିଛି । ରାଜସ୍ଥାନ 3ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ହାଇଦ୍ରାବାଦ 2ଟି ମ୍ୟାଚରେ ଜିତିଛି । 2009 ଓ 2016ରେ ଆଇପିଏଲ ଚମ୍ପିଆନ ହୋଇଥିଲା । ଆଜିର ମୁକାବିଲାରେ ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ବିଭାଗ ଓ ସନରାଇଜର୍ସ ହାଇଦ୍ରାବାଦରେ ବୋଲିଂ ବିଭାଗ ମଧ୍ୟରେ ଅସଲ ଲଢେଇ ହେବ ।
ଏହା ବି ପଢନ୍ତୁ...IPL 2023 : ମାର୍କ ଉଡଙ୍କ ଆକ୍ରାମକ ବୋଲିଂ, 50 ରନରେ ହାରିଲା ଦିଲ୍ଲୀ