ଓଡିଶା

odisha

ETV Bharat / sports

IPL 2023 Final : ଫାଇନାଲରେ ସର୍ବାଧିକ ଦଳୀୟ ସ୍କୋର, 214/4 - ଆଇପିଏଲ ଫାଇନାଲ ସର୍ବାଧିକ ଦଳୀୟ ସ୍କୋର

ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ 16ତମ ସିଜନରେ ଫାଇନାଲ ମ୍ୟାଚରେ ଗୁଜୁରାଟ ଦଳଗତ ସ୍କୋର ଆଇପିଏଲ ଇତିହାସରେ ସର୍ବାଧିକ ହୋଇଛି । ଅଧିକ ପଢନ୍ତୁ

IPL 2023
ଫାଇନାଲରେ ସର୍ବାଧିକ ଦଳୀୟ ସ୍କୋର

By

Published : May 30, 2023, 9:18 AM IST

Updated : May 30, 2023, 9:33 AM IST

ଅହମ୍ମଦାବାଦ: ଚଳିତ ଆଇପିଏଲ 16ତମ ସଂସ୍କରଣର ଫାଇନାଲ ମ୍ୟାଚରେ ସର୍ବାଧିକ ଦଳଗତ ସ୍କୋର୍‌ ଦେଖିବାକୁ ମିଳିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ଓ ଗୁଜୁରାଟ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିବା । ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ କରିଥିବା ଦଳୀୟ ସ୍କୋର ଆଇପିଏଲ ଇତିହାସରେ ସର୍ବାଧିକ ରହିଛି ।

ଏହା ବି ପଢନ୍ତୁ...IPL 2023 Final: ଚମ୍ପିଆନ ପରେ ଏହା କହିଲେ MSD, ଖେଳିବେ ଆଗାମୀ IPL

ଚେନ୍ନାଇ ବିପକ୍ଷରେ ନିର୍ଦ୍ଧାରିତ 20 ଓଭରରେ ଗୁଜୁରାଟ 4ଟି ୱିକେଟ ହରାଇ 214 ରନ୍‌ ସଂଗ୍ରହ କରିଥିଲା । ଏହି ସ୍କୋର୍‌ ଆଇପିଏଲ ଇତିହାସରେ ଫାଇନାଲରେ ସର୍ବାଧିକ ଦଳଗତ ରନ୍‌ ସାବ୍ୟସ୍ତ ହୋଇଛି । ପୂର୍ବର 2016 ଆଇପିଏଲ ଫାଇନାଲରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ସନ ରାଇଜର୍ସ ହାଇଦ୍ରାବାଦ 7 ୱିକେଟ ହରାଇ 208 ରନ କରିଥିଲା । ଏହି ସ୍କୋର୍‌କୁ ଟପି ଚଳିତ ସସ୍କଂରଣ ଗୁଜୁରାଟ 4 ୱିକେଟ ହରାଇ 214 ରନ୍‌ କରି ରେକର୍ଡ କରିଛି । ଆଇପିଏଲ ଫାଇନାଲରେ ସର୍ବାଧୀକ ଦଳୀୟ ସ୍କୋର ତାଲିକାରେ ଗୁଜୁରାଟ ପ୍ରଥମ ସ୍ଥାନରେ ରହିଥିବା ବେଳେ ହାଇଦ୍ରାବାଦ ଦ୍ବିତୀୟ ସ୍ଥାନରେ ରହିଛି ।

ସେହିପରି 2011 ଆଇପିଏଲ ସିଜନ ଫାଇନାଲରେ ବାଙ୍ଗାଲୋର ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ 5 ୱିକେଟ ହରାଇ 205ରନ କରିଥିଲା । ଆଇପିଏଲ ଫାଇନାଲ ସର୍ବାଧିକ ଦଳୀୟ ସ୍କୋର ତାଲିକାରେ ଚେନ୍ନାଇ ତୃତୀୟ ସ୍ଥାନରେ ରହିଛି । ସେହିପରି 2015 ଆଇପିଏଲରେ ଚେନ୍ନାଇ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ 5 ୱିକେଟ ହରାଇ 202 ରନ କରିଥିଲା । 2014 ଆଇପିଏଲ ଫାଇନାଲରେ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ 7 ୱିକେଟ ହରାଇ 200 ରନ୍‌ କରିଥିଲା । ଆଇପିଏଲ ଫାଇନାଲ ସର୍ବାଧିକ ଦଳୀୟ ସ୍କୋର୍‌ ତାଲିକାରେ ମୁମ୍ବାଇ ଓ କୋଲକାତା ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ।

ଏହା ବି ପଢନ୍ତୁ...IPL 2023: ଗିଲ୍‌ଙ୍କ ମୁଣ୍ଡରେ ଅରେଞ୍ଜ କ୍ୟାପ-ସାମି ହାତେଇଲେ ପର୍ପଲ କ୍ୟାପ

ପ୍ରକାଶଥାଉ କି, ଇଣ୍ଡିଆନ ପ୍ରମିୟର ଲିଗ 16ତମ ସଂସ୍କରଣ ଫାଇନାଲ ମ୍ୟାଚରେ ଗୁଜୁରାଟ ବ୍ୟାଟିଂ ଆମନ୍ତ୍ରଣ ପାଇଁ 4 ୱିକେଟ ହରାଇ 214 ରନ କରିଥିଲା । ରିଦ୍ଧିମାନ ଶାହା 54 ଶୁଭମନ ଗିଲ 39, ସାଇ ସୁଦର୍ଶନ 47 ବଲରେ 96 ରନ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ 21 ରନ କରିଥିଲେ । ଚେନ୍ନାଇକୁ 215 ରନ ବିଜୟ ଲକ୍ଷ୍ଯ ମିଳିଥିଲା । ବର୍ଷା ହେବା କାରଣରୁ ପରବର୍ତ୍ତୀ ସମୟରେ ଚେନ୍ନାଇକୁ 15 ଓଭରରେ 171 ରନ ବିଜୟ ଲକ୍ଷ୍ୟ ଦିଆଯାଇଥିଲା । 5 ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଥିଲା ସୁପର କିଙ୍ଗସ । ପଞ୍ଚମ ଥର ପାଇଁ ଚମ୍ପିଆନ ହୋଇଛି ଚେନ୍ନାଇ ।

Last Updated : May 30, 2023, 9:33 AM IST

ABOUT THE AUTHOR

...view details