ଓଡିଶା

odisha

ETV Bharat / sports

IPL 2023 Final: ପଞ୍ଚମ ଟାଇଟଲ ହାତେଇଲା ଚେନ୍ନାଇ, ଟାଇଟନ୍ସ ସ୍ବପ୍ନ ଧୂଳିସାତ୍

ଆଇପିଏଲ 16ତମ ସିଜନର ଚମ୍ପିିଆନ ହୋଇଛି ଚେନ୍ନାଇ ସୁପର କିଙ୍ଗସ । ଡିଫେଣ୍ଡିଂ ଚମ୍ପିଆନ ଗୁଜୁରାଟ ଟାଇଟନ୍ସକୁ 5 ୱିକେଟ୍‌ ହରାଇ ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି ସୁପର କିଙ୍ଗସ । ଅଧିକ ପଢନ୍ତୁ

ପଞ୍ଚମ ଟାଇଟଲ ହାତେଇଲା ଚେନ୍ନାଇ
IPL 2023 Final

By

Published : May 30, 2023, 6:55 AM IST

Updated : May 30, 2023, 10:33 AM IST

ଅହମ୍ମଦାବାଦ:ଚେନ୍ନାଇ...ଚେନ୍ନାଇ...ଚେନ୍ନାଇ...ଅବିଶ୍ବସନୀୟ । ଅସମ୍ଭବ ହେଲା ସମ୍ଭବ । ଫ୍ୟାନ୍ସଙ୍କ ପ୍ରାର୍ଥନା ଆରମ୍ଭ ହୋଇଯାଇଥିଲା । ଚେନ୍ନାଇ ସମର୍ଥକଙ୍କ ମଧ୍ୟରେ ନୀରବତା ଦେଖିବାକୁ ମିଳିଥିଲା । 2 ବଲ୍‌ରେ ମ୍ୟାଚ୍‌ ଜିତିବାକୁ ଆବଶ୍ୟକ ଥିଲା 10 ରନ । ଦ୍ବିତୀୟ ଟାଇଟଲ ହାତେଇବା ସ୍ବପ୍ନ ଦେଖୁଥିବା ଟାଇଟନ୍ସ କବଜାରେ ଏକା ପ୍ରକାର ମ୍ୟାଚ ଥିଲା ମାତ୍ର ଚମତ୍କାର, ଚିତ୍ତାକର୍ଷକ ବ୍ୟାଟିଂ କରି ଗୁଜୁରାଟ କବଳରୁ ମ୍ୟାଚ୍‌ ଛଡାଇ ଆଣିଲେ ରବୀନ୍ଦ୍ର ଜାଡେଜା । ଶେଷ ଦୁଇ ବଲ୍‌ରେ 6 ଓ 4 ମାରି ଚେନ୍ନାଇ ସୁପର କିଙ୍ଗସକୁ ବିଜୟ ଭେଟି ଦେଇଥିଲେ । ଦ୍ବିତୀୟ ଟାଇଟଲ ସ୍ବପ୍ନ ଦେଖୁଥିବା 5 ୱିକେଟରେ ପରାସ୍ତ ହୋଇ ଗୁଜୁରାଟ ଟାଇଟନ୍ସ ନିରାଶ ହୋଇଥିଲା । ଏହାପରେ ଚେନ୍ନାଇର ଆରମ୍ଭ ହୋଇଯାଇଥିଲା ବିଜୟ ସେଲିବ୍ରେସନ । ପ୍ରଶଂସକ ଆତ୍ମବିଭୋର ହୋଇ ଉଠିଥିଲେ । ଆତସବାଜିରେ ଆକାଶ ରଙ୍ଗୀନ ହୋଇଥିଲା । ପଞ୍ଚମ ଥର ପାଇଁ ଆଇପିଏଲ ଟ୍ରଫି ଜିତି ଇତିହାସ ରଚିଛି ଚେନ୍ନାଇ ସୁପର କିଙ୍ଗ୍‌ସ୍‌ । 25 ବଲ୍‌ରେ 47 ରନ୍‌ କରିଥିଲା ଡେଭନ କନ୍‌ୱେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଟସ୍‌ ଜିତି ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ମହାମୁକାବିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜୁରାଟ 4 ୱିକେଟ ହରାଇ 214ରନ କରିଥିଲା । ଦୁଇ ଓପନର ଶୁଭମନ ଗିଲ୍‌ ଓ ରିଦ୍ଧିମାନ ଶାହ ଦମଦାର ଆରମ୍ଭ କରିଥିଲେ । ଶୁଭମନ ଗିଲ 39 ରନ କରି ଷ୍ଟମ୍ପିଂ ହୋଇଥିଲେ । ପରେ ପରେ ରିଦ୍ଧିମାନ ଶାହା 39 ବଲରେ 54 ରନ କରି ଆଉଟ ହୋଇଥିଲେ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ସାଇ ସୁଦର୍ଶନ ଦଳୀୟ ସ୍କୋର୍‌କୁ ଆଗକୁ ନେଇଥିଲେ । ଦଳ ପାଇଁ ସାଇ ସୁଦର୍ଶନ ଦମଦାର ବ୍ୟାଟିଂ କରିଥିଲେ । ପଡ଼ିଆରେ ଚୌକା ଛକା ବର୍ଷା କରିଥିଲେ । 47 ବଲ୍‌ରୁ 8 ଚୌକା ଓ 6 ଛକା ସହ 96 ରନ୍‌ କରିଥିଲେ । 96 ରନ୍‌ କରି ଆଉଟ୍‌ ହୋଇଥିଲେ ସୁଦର୍ଶନ । ଶତକରୁ ବଞ୍ଚିତ ଥିଲେ ମାତ୍ର ଦଳ ପାଇଁ ବିଶାଳ ରନ୍‌ ସ୍କୋର କରିଥିଲେ । ପରେ ପିଚ୍‌କୁ ଆସିଥିଲେ ରାସିଦ ଖାନ । ସେ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ଯା 2ଟି ଛକା ବଳରେ ଅପରାଜିତ 21ରନ କରିଥିଲେ । ଚେନ୍ନାଇକୁ 215 ରନ ଟାର୍ଗେଟ ମିଳିଥିଲା । ଚେନ୍ନାଇ ପକ୍ଷରୁ ଦୀପକ ଚହର, ଜାଡେଜା ଓ ପଥିରଣା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

215 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଚେନ୍ନାଇ ସୁପର କିଙ୍ଗସ । ପ୍ରଥମ ଓଭର ବ୍ୟାଟିଂ କରୁଥିବା ସମୟରେ ଅଚାନକ ବର୍ଷା ହୋଇଥିଲା । ଏହା ପରେ ମ୍ୟାଚ ଦୀର୍ଘ ସମୟ ପାଇଁ ବନ୍ଦ ରହିଥିଲା । ବର୍ଷା ଛାଡିଥିଲା ହେଲେ ସମୟ କମ୍‌ ଥିଲା । ତେଣୁ ଡିଏଲ ପ୍ରଣାଳୀ ବା ଡକୱାର୍ଥ ଲୁଇସ ନିୟମ ଅନୁସାରେ ଚେନ୍ନାଇକୁ 15 ଓଭରରେ 171 ରନ କରିବାକୁ ଟାର୍ଗେଟ ମିଳିଥିଲା । ଦଳ ପକ୍ଷରୁ ଋତୁରାଜ ଗାଏକ୍ବାଡ 16 ବଲରେ 26, ଡେଭନ କନୱେ 25 ବଲରେ 47 ରନ ଓ ଶିବମ ଦୁବେ ଅପରାଜିତ 32ରନ କରିଥିଲେ । ଶିବମ ଓ ରାହାଣେ ଦଳୀୟ ସ୍କୋର୍‌କୁ ଆଗକୁ ନେଇଥିଲେ । ରାହଣେ 22 ରନ୍‌ କରି ଆଉଟ ହୋଇଥିଲେ । ଶେଷ 2 ବଲ୍‌ରେ ଜିତିବାକୁ ଚେନ୍ନାଇକୁ 10 ରନ୍‌ ଆବଶ୍ୟକ କରୁଥିଲା । ଶେଷ 2 ବଲରେ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ଦଳକୁ ଜିତାଇଥିଲେ ଜାଡେଜା । ଚେନ୍ନାଇ ଆଶା ଛାଡି ନଥିଲା । ଶିବମ ଦୁବେ କ୍ରିଜରେ ଥିଲେ । ତାଙ୍କୁ ସାଥ ଦେଇଥିଲେ ରାୟୁଡୁ । 12 ଓଭରରେ ଦଳୀୟ ସ୍କୋର 133ରେ ପହଞ୍ଚିଥିଲା । 18ବଲରେ 39 ରନ ଦରକାର ଥିଲା । ଅମ୍ବାତି ରାୟୁଡୁ ପ୍ରଥମ 3 ବଲରେ 2ଟି ଛକା ଓ ଗୋଟିଏ ଚୌକା ମାରିଥିଲେ । ଏହାପରେ ପରବର୍ତ୍ତୀ 2 ବଲରେ ମୋହିତ ଶର୍ମା 2ଟି ୱିକେଟ ନେଇଥିଲେ । ରାୟୁଡୁ 16 ରନ କରି ଆଉଟ ହୋଇଥିଲେ । ଧୋନୀ ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ । ଏହାପରେ ମୈଦାନକୁ ଆସିଥିଲେ ଜାଡେଜା ।

14ତମ ଓଭରରେ ସାମି 8 ରନ ଦେଇଥିଲେ । ଶେଷ ଓଭର ଅର୍ଥାତ 15ତମ ଓଭରରେ ବିଜୟ ପାଇଁ 13 ରନ ଦରକାର ଥିଲା । ମୋହିତ ଶେଷ ଓଭର ଭଲ ବୋଲିଂ କରିଥିଲେ ।5 ୱିକେଟ ହରାଇ ଚେନ୍ନାଇ ଟାର୍ଗେଟ ହାସଲ କରିଥିଲା । ବିଜୟ ଲକ୍ଷ୍ୟ, ବର୍ଷା ବାଧକ ଓ ବିଳମ୍ବିତ ରାତିରେ ବି ଚେନ୍ନାଇ ତାର ଫ୍ୟାନ୍ସଙ୍କୁ ନିରାଶ କରିନଥିଲା । ସବୁ ପରିସ୍ଥିତିର ମୁକାବିଲା କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛି ଅଭିଜ୍ଞ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ । ଗୁଜୁରାଟ ପକ୍ଷରୁ ମୋହିତ ଶର୍ମା 3ଟି ୱିକେଟ ନେଇଥିବା ବେଳେ ନୁର 2ଟି ୱିକେଟ ନେଇଥିଲେ । ଆଉ କୌଣସି ବୋଲର ୱିକେଟ ନେବାରେ ସଫଳ ହୋଇ ପାରନଥିଲେ ।

Last Updated : May 30, 2023, 10:33 AM IST

ABOUT THE AUTHOR

...view details