ଓଡିଶା

odisha

By

Published : Mar 28, 2022, 5:59 PM IST

ETV Bharat / sports

IPL 2022: ଡେବ୍ୟୁ କରିବେ ନୂଆଟିମ, ଲକ୍ଷ୍ନୌର ବିସ୍ଫୋରକ ଓପନିଂ ଯୋଡି ଉପରେ ନଜର

ଆଜି ସନ୍ଧ୍ୟାରେ ଆଇପିଏଲରେ ଡେବ୍ୟୁ କରିବାକୁ ଯାଉଛନ୍ତି ଦୁଇ ନୂଆ ଟିମ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ଗୁଜରାଟ ଟାଇଟନ୍ସ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବ ଶୈଳୀ, ଲକ୍ଷ୍ନୌର କେଏଲ ରାହୁଲ ଓ କ୍ବିଣ୍ଟନ ଡିକକ୍‌ ବିସ୍ଫୋରକ ଓପନିଂ ଯୋଡି ଉପରେ ନଜର । ଅଧିକ ପଢନ୍ତୁ

IPL 2022: LSG's KL Rahul and Quinton de Kock make a devastating opening pair, reckons Gavaskar
IPL 2022: ଡେବ୍ୟୁ କରିବେ ନୂଆଟିମ, ଲକ୍ଷ୍ନୌର ବିସ୍ଫୋରକ ଓପନିଂ ଯୋଡି ଉପରେ ନଜର

ମୁମ୍ବାଇ(ମହାରାଷ୍ଟ୍ର): ସୋମବାର ସନ୍ଧ୍ୟାରେ ଆଇପିଏଲରେ ଡେବ୍ୟୁ କରିବାକୁ ଯାଉଛନ୍ତି ଦୁଇ ନୂଆ ଟିମ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ଗୁଜରାଟ ଟାଇଟନ୍ସ । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର LSG ଓପନିଂ ଯୋଡି କେଏଲ ରାହୁଲ ଓ କ୍ବିଣ୍ଟନ ଡିକକ୍‌ଙ୍କ ଉପରେ ରହିଛି । ରାହୁଲ ପଞ୍ଜାବ କିଙ୍ଗ୍ସରୁ କ୍ୟାମ୍ପ୍‌ରୁ ଓ ଡିକକ୍‌ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ୍‌ରୁ ନୂଆ IPL ଟିମକୁ ଡିଆଁ ମାରିଛନ୍ତି ।

ଏହାମଧ୍ୟ ପଢନ୍ତୁ:IPL ଆଣୁଛି ନିଯୁକ୍ତି ସୁଯୋଗ, ପାଲଟିଛି ଆତ୍ମନିର୍ଭରର ମାଧ୍ୟମ

ସେହିପରି ଗୁଜରାଟ କ୍ୟାମ୍ପ୍‌ରେ ମଧ୍ୟ ଅନେକ ସୁପରଷ୍ଟାର ଖେଳାଳିଥିବାରୁ ସମସ୍ତଙ୍କ ନଜର ରହିବ । ମହମ୍ମଦ ସାମି ଓ ଶୁଭମନ ଗିଲ୍‌ଙ୍କ ଭଳି ଭାରତୀୟ କ୍ରିକେଟର ବଡ ନାମ ରହିଛି । ବିଶେଷକରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ଓ ପ୍ରଥମ ଥର ନେତୃତ୍ବ ଶୈଳୀକୁ ଦେଖିବାକୁ ଫ୍ୟାନ୍ସ ଉତ୍ସାହିତ ।

କିମ୍ବଦନ୍ତ୍ରୀ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି, କ୍ବିଣ୍ଟନ ଡିକକ୍‌ ଓ କେଏଲ ରାହୁଲଙ୍କ ଓପନିଂ ଯୋଡି ଲକ୍ଷ୍ନୌ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ । କାରଣ ଡିକକ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମର ଅଧିନାୟକ ରହିସାରିଥିବାରୁ ତାଙ୍କ ପାଖରେ ନେତୃତ୍ବ ନେବାର ଅଭିଜ୍ଞତା ରହିଛି । କେଏଲ ରାହୁଲ ମଧ୍ୟ ଭାରତୀୟ ଟିମ ଓ ଆଇପିଏଲର ଷ୍ଟାର ଖେଳାଳି । ପୂର୍ବରୁ ପଞ୍ଜାବର ନେତୃତ୍ବ ନେଉଥିଲେ ରାହୁଲ । ଫଳରେ ଲକ୍ଷ୍ନୌ ନୂଆ ଟିମ ହୋଇଥିବାରୁ ଟିମ ଗଠନ ପ୍ରକ୍ରିୟାରେ ଏହି ଦୁଇ ଖେଳାଳିଙ୍କ ବିଶେଷ ଭୁମିକା ରହିବ ବୋଲି କହିଛନ୍ତି ଗାଭାସ୍କର ।

ଉଭୟ ରାହୁଲ ଓ ଡିକକ୍‌ ମଧ୍ୟ ଟିମ ପାଇଁ ଭଲ ଆରମ୍ଭ ସହିତ ବଡ ବିଜୟ ଲକ୍ଷରେ ପହଞ୍ଚିବା ଓ ହାସଲ କରିବାରେ ପ୍ରମୁଖ ଭୁମିକା ନିଭାଇପାରନ୍ତି । ଭାରତୀୟ ଖେଳାଳିଙ୍କ ବ୍ୟତୀତ ଦୁଷ୍ମନ୍ତ ଚାମୀରା, ରସିଦ ଖାନ, ଲୋକି ଫର୍ଗୁସନ ଓ ନୁର ଅହମ୍ମଦଙ୍କ ଭଳି ବିଦେଶୀ ତାରକା ମ୍ୟାଚ୍‌ ବିଜେତା ଖେଳାଳି ରହିଛନ୍ତି ।

ANI

ABOUT THE AUTHOR

...view details