ଓଡିଶା

odisha

ETV Bharat / sports

ଆଇପିଏଲ ଅଧାରୁ RCB କ୍ୟାପଟେନ ପଦରୁ ହଟିବେ କୋହଲି ! - ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାପଟେନ ବିରାଟ କୋହଲିଙ୍କୁ ଲାଗିପାରେ ବଡ ଝଟ୍‌କା । ଅଧିକ ପଢନ୍ତୁ...

IPL 2021: Under-pressure Kohli could be 'removed as RCB captain mid-way'
ଆଇପିଏଲ ଅଧାରୁ RCB କ୍ୟାପଟେନ ପଦରୁ ହଟିବେ କୋହଲି !

By

Published : Sep 22, 2021, 9:06 AM IST

ହାଇଦ୍ରବାଦ: ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ UAE ରେ ଆରମ୍ଭ ହୋଇସାରିଛି । ତେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାପଟେନ ବିରାଟ କୋହଲିଙ୍କୁ ଲାଗିପାରେ ବଡ ଝଟ୍‌କା । ଜଣେ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ମତରେ ଚଳିତ ସଂସ୍କରଣର ଆଇପିଏଲ ଟୁର୍ଣ୍ଣାମେଣ୍ଟ ଅଧାରୁ କୋହଲିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ କ୍ୟାପଟେନ ପଦ ହରାଇବାକୁ ପଡିପାରେ ।

ସୋମବାର ଆବୁଧାବିରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ଆତ୍ମସମର୍ପଣ କରିଥିଲା RCB । ଫଳରେ ଏହି ମ୍ୟାଚ୍‌ରେ ଶୋଚନୀୟ ପରାଜୟ କୋହଲିଙ୍କ ପାଇଁ କାଳ ହୋଇପାରେ । କୋଲକାତା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଆରସିବି ସଂପୂର୍ଣ୍ଣ ୨୦ ଓଭର ଖେଳିବାକୁ ଅସମର୍ଥ ହେବାସହ ମାତ୍ର ୯୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଏହା ଆଇପିଏଲରେ RCBର ଷଷ୍ଠ ସର୍ବନିମ୍ନ ସ୍କୋର । ଏହାପରେ କୋହଲିଙ୍କ ଟିମକୁ ଇଆନ ମୋର୍ଗାନଙ୍କ KKR ଠାରୁ ୯ ୱିକେଟରେ ପରାଜୟ ମିଳିଥିଲା ।

ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ବିରାଟ । ମାତ୍ର ମ୍ୟାଚର ଦ୍ବିତୀୟ ଓଭରରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରୀଷ୍ଣା କୋହଲିଙ୍କୁ ୫ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ପାଭିଲିୟନ ଫେରାଇ ଦେଇଥିଲେ । ସଂପୂର୍ଣ୍ଣ ମ୍ୟାଚ୍‌ରେ ବିରାଟଙ୍କ ଶାରୀରିକ ଭାଷା ସ୍ବାଭାବିକ ନଥିଲା । IPL ୨୦୨୧ ପୂର୍ବରୁ RCB କ୍ୟାପଟେନ ପଦ ଛାଡିବାକୁ ଘୋଷଣା କରିଥିବାରୁ ଅନ୍ୟମନସ୍କ ଜଣାପଡୁଥିଲେ କୋହଲି । ଟୁର୍ଣ୍ଣାମେଣ୍ଟ ଅଧାରେ କ୍ୟାପଟେନ ପଦରୁ ହଟିବା ଘୋଷଣା ପରେ ଟିମର ପ୍ରଦର୍ଶନ ଉପରେ ଏହାର ପ୍ରଭାବ ପଡିଥିବା ଏକାଧିକ ପୂର୍ବତନ କ୍ରିକେଟର ମତ ଦେଇଛନ୍ତି । ଫଳରେ ଫ୍ରାଞ୍ଜାଇଦ ଜଣେ ନୂଆ ଖେଳାଳିଙ୍କୁ କ୍ୟାପଟେନ ଦାୟିତ୍ବ ଦେବା ନେଇ ଚର୍ଚ୍ଚା ହେଉଛି ।

ପୂର୍ବରୁ ମଧ୍ୟ ଏପରି ଘଟିବାର ନଜିର ରହିଛି । ଦିନେଶ କାର୍ତ୍ତିକ ଟୁର୍ଣ୍ଣାମେଣ୍ଟ ଅଧାରେ କ୍ୟାପଟେନ ପଦ ଛାଡିବା ପରେ ଇଆନ ମୋର୍ଗାନଙ୍କୁ କୋଲକାତା ନାଇଟ ରାଇଡର୍ସର ନୂଆ ନେତୃତ୍ବ ମିଳିଥିଲା ।

୨୦୧୩ ସଂସ୍କରଣର ଆଇପିଏଲ ପୂର୍ବରୁ ବିରାଟ କୋହଲି RCB ର କ୍ୟାପଟେନ ନିଯୁକ୍ତ ହୋଇଥିଲେ । ଡାନିଏଲ ଭିଟୋରୀଙ୍କ ଠାରୁ ସେ କ୍ୟାପଟେନ ଭାର ସମ୍ଭାଳିଥିଲେ । ଏହା ପରଠାରୁ ତାଙ୍କ ଅଧିନାୟକତ୍ବରେ ୧୩୨ଟି ମ୍ୟାଚରୁ ୬୨ଟି ମ୍ୟାଚରେ ବିଜୟୀ ଓ ୬୬ଟି ମ୍ୟାଚରେ ପରାସ୍ତ ହୋଇଛି ଟିମ । ୪ଟି ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଛି ।

RCBର ନୂଆ ନେତୃତ୍ବ ଏବି ଡିଭିଲିୟର୍ସଙ୍କୁ ବରିଷ୍ଠ ଖେଳାଳି ହୋଇଥିବାରୁ ମିଳିବା ସମ୍ଭାବନା ରହିଛି । ତେବେ ସେ ଏହି ପ୍ରସ୍ତାବକୁ ସ୍ବୀକାର କରିବା ଉପରେ ଆଶଙ୍କା ରହିଛି । ଅନ୍ୟପଟେ ବରିଷ୍ଠ ଓ ସର୍ବାଧିକ ୱିକେଟ ହାସଲକାରୀ ବୋଲର ଭାବେ ଦୃଷ୍ଟିରୁ ୟୁଜଭେନ୍ଦର ଚହଲଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ଏଥିସହ ଯୁବ ଖେଳାଳି ଦେବଦତ୍ତ ପାଦିକ୍କଲଙ୍କୁ ମଧ୍ୟ ଯୁବ କ୍ୟାପଟେନ ଭାବେ ଦିଲ୍ଲୀ ଓ ରାଜସ୍ଥାନ ଭଳି ବାଙ୍ଗାଲୋର ନେତୃତ୍ବ ଭାର ନ୍ୟସ୍ତ କରିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details