ଆବୁଧାବି: ଆଇପିଏଲର ୪୨ ତମ ମ୍ୟାଚ୍ ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ମୁମ୍ବାଇ କ୍ୟାପଟେନ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାସହ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।
ଖରାପ ଫର୍ମ ଯୋଗୁଁ ରନ୍ ପାଇଁ ସଂଘର୍ଷ କରୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ଇଶାନ କିଶନଙ୍କୁ ଚୂଡାନ୍ତ ଏକାଦଶରୁ ବାହାର କରିଛି ମୁମ୍ବାଇ ଇଣ୍ଡିଆନ୍ସ । କିଶନଙ୍କ ସ୍ଥାନରେ ସୌରଭ ତିୱାରୀଙ୍କୁ ସାମିଲ କରାଯାଇଛି । ସେହିପରି ଆଡମଙ୍କ ସ୍ଥାନରେ ନାଥନ କୁଲଟର-ନାଇଲଙ୍କୁ ସୁଯୋଗ ମିଳିଛି ।
ଅନ୍ୟପଟେ ପଞ୍ଜାବ ଚୁଡାନ୍ତ ଏକାଦଶରୁ ଆଉଟ୍ ହୋଇଛନ୍ତି ମୟଙ୍କ ଅଗ୍ରୱାଲ । ତାଙ୍କ ସ୍ଥାନରେ ମନଦୀପ ସିଂହଙ୍କୁ ରାହୁଲଙ୍କ ସହ ଓପନିଂ ଭାର ମିଳିଛି ।