ହାଇଦ୍ରାବାଦ:ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ପ୍ଲେ-ଅଫ୍ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଲିଗ୍ ପର୍ଯ୍ୟାୟରେ ଦିଲ୍ଲୀ କ୍ୟାପିଟାଲ୍ସ ମୋଟ ୧୪ ମ୍ୟାଚରୁ ୧୦ଟିରେ ବିଜୟ ହାସଲ କରିଛି । ଫଳରେ ୨୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଲିଗ୍ ପର୍ଯ୍ୟାୟ ଶେଷ କରିଛି । ରବିବାର ପ୍ରଥମ କ୍ବାଲିଫାୟର ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳିବ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଟିମର ଏହି ଜବରଦସ୍ତ ପ୍ରଦର୍ଶନରେ ଦ୍ରୁତ ବୋଲର ଅଭେଶ ଖାନ୍ଙ୍କ ପ୍ରମୁଖ ଭୁମିକା ରହିଛି ।
ଦମଦାର ପ୍ରଦର୍ଶନ ବଳରେ ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଓ ଜାତୀୟ ଦଳରେ ଖେଳିବାକୁ ଦାବିଦାର ପେସ୍ କରିଛନ୍ତି । ଟିମ ଇଣ୍ଡିଆ ଜର୍ସି ପିନ୍ଧିବା ଓ ଭାରତୀୟ ଖେଳାଳିଙ୍କ ସହିତ ଡ୍ରେସିଂ ରୁମ୍ ସେୟାର୍ କରିବା 'ବଡ ସ୍ବପ୍ନ' ଥିବା କହିଛନ୍ତି ।
ଆଇପିଏଲର ଏହି ସଂସ୍କରଣରେ ୧୪ ମ୍ୟାଚ୍ରୁ ୨୨ ୱିକେଟ ନିଜ ନାମରେ କରିସାରିଛନ୍ତି ଅଭେଶ । ସେ କେବଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବୋଲର ହର୍ଷଲ ପଟେଲଙ୍କ ଠାରୁ ୱିକେଟ ସଂଖ୍ୟାରେ ପଛରେ ରହିଛନ୍ତି । ହର୍ଷଲ ୩୦ ୱିକେଟ ସହ ତାଲିକାର ଶୀର୍ଷରେ ରହିଛନ୍ତି ।
୨୧ ବର୍ଷୀୟ ମଧ୍ୟପ୍ରଦେଶ ବୋଲର କଞ୍ଜୁସି ବୋଲିଂ ସହିତ ୱିକେଟ ହାତେଇବାର କୌଶଳ ଯୋଗୁଁ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।
ନିଜ ଟିମ ଦିଲ୍ଲୀ ପ୍ରଥମ IPL ଟ୍ରଫି ଜିତିବା ନେଇ ଦୃଢ ଆଶାବାଦୀ ଥିବା ଅଭେଶ ଇଟିଭି ଭାରତ ସହ ଖାସ୍ ବାର୍ତ୍ତାଳାପରେ କ୍ରିକେଟ ଯାତ୍ରାଠୁ ନେଇ ଭବିଷ୍ୟତ ସ୍ବପ୍ନ ଓ ଅନେକ ରାଜ୍ ବିଷୟରେ କହିଛନ୍ତି ।
ପ୍ରଶ୍ନ ୧: ୟର୍କର ବଲ୍ ବୋଲିଂ କରିବାରେ ସିଦ୍ଧହସ୍ତ । ଏହାର ରାଜ୍ କଣ ?
ଉତ୍ତର: ୟର୍କର ବୋଲିଂ ପାଇଁ ଅନେକ ଅଭ୍ୟାସ କରିବାକୁ ପଡିଛି । ୟର୍କର ବେଶ ମୂଲ୍ୟବାନ, ବିଶେଷ କରି ମ୍ୟାଚ୍ର କଠିନ ପରିସ୍ଥିତିରେ କାରଣ ୟର୍କର ବଲ୍ରେ ରନ୍ ସଂଗ୍ରହ କରିବା କଷ୍ଟକର ହୋଇଥାଏ । ପ୍ରତ୍ୟେକ ଅଭ୍ୟାସ ସେସନରେ ୧୦-୧୨ ୟର୍କର ବୋଲିଂ କରିଥାଏ ।
ପ୍ରଶ୍ନ. ୨ ଦିଲ୍ଲୀର ଅନ୍ୟ ଦୁଇ ବୋଲର କାଗିସୋ ରବାଡା ଓ ଆନରିଚ ନର୍କିୟାଙ୍କ ଠାରୁ କଣ ଶିଖିବାକୁ ମିଳିଛି ?
ଉତ୍ତର: ରବାଡା ଓ ନର୍କିୟାଙ୍କ ଠାରୁ ଅନେକ କିଛି ଶିଖିବାକୁ ସୁଯୋଗ ମିଳିଛି । ମ୍ୟାଚ୍ ସମୟରେ କିପରି ବଲ୍ ବୋଲିଂ କରିବାକୁ ହେବ ପରସ୍ପର ଚର୍ଚ୍ଚା କରୁ । ପ୍ରଥମେ ବୋଲିଂ କରିଥିବା ବୋଲରଙ୍କୁ ପିଚ୍ରେ କପରି ରହିଛି ଓ କେଉଁଭଳି ଭଲ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ପଚାରିବୁଝେ । ନିଜେ ମଧ୍ୟ ଅନେକ କିଛି ରବାଡା ଓ ନର୍କିୟାଙ୍କ ପାଖରେ ସେୟାର କରେ ।