ଓଡିଶା

odisha

ETV Bharat / sports

IPL-2021: ସୁପର କିଙ୍ଗସକୁ ହରାଇ ଟପରେ କ୍ୟାପିଟାଲ୍ସ - ଦିଲ୍ଲୀ ଚେନ୍ନାଇ ମୁକାବିଲା

ସୁପର କିଙ୍ଗସକୁ ୩ ୱିକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଲା କ୍ୟାପିଟାଲ୍ସ । ଅଧିକ ପଢନ୍ତୁ...

IPL-2021: କିଙ୍ଗସକୁ ହରାଇ ଟପରେ କ୍ୟାପିଟାଲ୍ସ
IPL 2021: Delhi win by three wickets, go top of table

By

Published : Oct 5, 2021, 7:01 AM IST

ଦୁବାଇ: ପୁଣି ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ । ଫର୍ମରେ ଥିବା ଚେନ୍ନାଇକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ଦିଲ୍ଲୀ । IPL ର ୫୦ତମ ମ୍ୟାଚରେ ସୁପର କିଙ୍ଗସକୁ ୨ୟ ପରାଜୟ ବରଣ କରିବାକୁ ପଡିଛି ।

ଗତକାଲିର ଏହି ସଙ୍ଘର୍ଷପୂର୍ଣ୍ଣ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସୁପର କିଙ୍ଗସ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୩୬ ରନ୍ ସଂଗ୍ରହ କରିଥିଲା । ଜବାବରେ କ୍ୟାପିଟାଲ୍ସ ୧୯ ଓଭର ୪ ବଲରେ ୭ ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ଦିଲ୍ଲୀ ଆଗରେ ବଡ ସ୍କୋର୍ ନଥିଲେ ମଧ୍ୟ ସଙ୍ଘର୍ଷପୂର୍ଣ୍ଣ ହୋଇଥିଲା ମ୍ୟାଚ୍ । ଶେଷ ଓଭରରେ ୬ ରନ୍ ବାକି ଥିବାବେଳେ ପ୍ରଥମ ବଲରେ ୨ ରନ୍ ସଂଗୃହୀତ ହୋଇଥିଲା । ପରବର୍ତ୍ତୀ ବଲ୍ ୱାଇଡ୍ ମିଳିବା ପରେ ୧ ରନ୍ ସଂଗ୍ରହ କରିଥିଲେ ଉଭୟ ବ୍ୟାଟ୍ସମ୍ୟାନ । ଶେଷ ୪ଟି ବଲରେ ୨ ରନ୍ ବାକି ଥିବାବେଳେ ଦ୍ବିତୀୟ ବଲରେ କୌଣସରି ରନ୍ କରିପାରିନଥିଲା ଦିଲ୍ଲୀ ।

ଏହାପରେ ୩ୟ ବଲରେ ଆଉଟ୍ ହୋଇଯାଇଥିଲେ ଅକ୍ଷ୍ସର ପଟେଲ । ମଇଦାନକୁ କାଗିସୋ ରାବାଡା ଆସି ଗୋଟିଏ ଚୌକା ବଳରେ ଦିଲ୍ଲୀକୁ ବିଜୟ ଦେଇଥିଲେ । ଦମଦାର୍ ପ୍ରଦର୍ଶନ ପାଇଁ ଅକ୍ଷ୍ସର ପଟେଲଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି ।

ତେବେ ଏହି ମ୍ୟାଚରେ ଚେନ୍ନାଇ ପରାଜୟ ବରଣ କରିଥିଲେ ମଧ୍ୟ ପ୍ଲେ-ଅଫ୍ ତାଲିକାରେ ଥିବାରୁ ଦଳ ଉପରେ ବିଶେଷ ଚାପ ନାହିଁ । ତଥାପି ଲଗାତର ୨ଟି ପରାଜୟ ପରେ ସପୋର୍ଟରଙ୍କ ମନ ଭାଙ୍ଗିଯାଇଛି । ଅନ୍ୟପଟେ ଦିଲ୍ଲୀ ୧୩ଟି ମ୍ୟାଚରୁ ୧୦ଟି ରେ ବିଜୟ ହୋଇ ପଏଣ୍ଟ ତାଲିକାର ଶୀର୍ଷକୁ ଉତ୍ତୀର୍ଣ୍ଣ ହୋଇଛି ଏବଂ ଚେନ୍ନାଇ ମଧ୍ୟ ସମାନ ୧୩ଟି ମ୍ୟାଚ୍ ଖେଳି ୯ ବିଜୟ ସହ ପଏଣ୍ଟ ତାଲିକାର ୨ୟ ରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details