ଦୁବାଇ: ଚେନ୍ନାଇ ସୁପର କିଙ୍ଗ୍ସ ଓପନର ଋତୁରାଜ ଗାଏକ୍ବାଡ ନିଜର ଦମଦାର ଫର୍ମ ବଜାୟ ରଖିବା ସହ ଇଣ୍ଡିଆନ ପ୍ରିମିୟର ଲିଗ୍ ଇତିହାସରେ ସର୍ବକନିଷ୍ଠ ଖେଳାଳି ଭାବେ ଅରେଞ୍ଜ କ୍ୟାପ୍ ବିଜେତା ହୋଇଛନ୍ତି ।
କେଏଲ ରାହୁଲଙ୍କୁ ପଛରେ ପକାଇ IPL 2021ର ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଛନ୍ତି ଋତୁରାଜ । ଏହି ସଫଳତା ହାସଲ କରିବାକୁ ଫାଇନାଲ ମ୍ୟାଚ୍ରେ ୨୪ ରନ୍ ଆବଶ୍ୟକ କରୁଥିଲେ ଗାଏକ୍ବାଡ ।