ଓଡିଶା

odisha

By

Published : Apr 8, 2022, 7:23 AM IST

ETV Bharat / sports

IPL 2022: ଲକ୍ଷ୍ନୌର ତୃତୀୟ ବିଜୟ, ଦିଲ୍ଲୀଠୁ 6 ୱିକେଟରେ ଜିତିଲା

ଚଳିତ ଆଇପିଏଲରେ ନୂଆ କରି ସାମିଲ ହୋଇଥିବା ଲକ୍ଷ୍ନୌ ସୁପରଜାଏଣ୍ଟସ ଦଳ ଫୁଲ ଫର୍ମରେ ଅଛି । ଲଗାତର ତୃତୀୟ ବିଜୟ ହାସଲ କରିଛି ଲକ୍ଷ୍ନୌ । ଅଧିକ ପଢନ୍ତୁ

ଲକ୍ଷ୍ନୌର ତୃତୀୟ ବିଜୟ
ଲକ୍ଷ୍ନୌର ତୃତୀୟ ବିଜୟ

ମୁମ୍ବାଇ: ଚଳିତ ଆଇପିଏଲରେ ନୂଆ କରି ସାମିଲ ହୋଇଥିବା ଲକ୍ଷ୍ନୌ ସୁପରଜାଏଣ୍ଟସ ଦଳ ଫୁଲ ଫର୍ମରେ ଅଛି । ଲଗାତର ତୃତୀୟ ବିଜୟ ହାସଲ କରିଛି ଲକ୍ଷ୍ନୌ । 15 ତମ ଲିଗ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ 6 ୱିକେଟରେ ପରାସ୍ତ କରିଛି ବିଜୟ ହାସଲ କରିଛି ଦଳ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ 3 ୱିକେଟ ହରାଇ 149 ରନ କରିଥିଲା । ଜବାବରେ ସୁପରଜାଏଣ୍ଟସ 19.4 ଓଭରରେ 4 ୱିକେଟ ହରାଇ 155 ରନ କରି ମ୍ୟାଚକୁ ଜିତି ନେଇଛି । ମ୍ୟାଚ ବିଜୟୀ ଅର୍ଦ୍ଧଶତକ ଖେଳିଥିବା ଡି କକ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଲକ୍ଷ୍ନୌର ତୃତୀୟ ବିଜୟ

ସ୍ଥାନୀୟ ଡିୱାଇ ପାଟିଲ ଷ୍ଟାଡିୟମରେ ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ ମ୍ୟାଚ୍‌ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା । ପ୍ରଥମ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୪୯ ରନ୍‌ ସଂଗ୍ରହ କରିଥିଲା । ଫଳରେ ଲକ୍ଷ୍ନୌ ସାମ୍ନାରେ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ଦିଲ୍ଲୀ ପକ୍ଷରୁ ଓପନର ପୃଥ୍ବୀ ଶ ସର୍ବାଧିକ ୬୧ ରନ୍‌ର ଇଂନିସ ଖେଳିଥିଲେ । ୩୪ ବଲ୍‌ରୁ ୯ଟି ଚୌକା ଓ ୨ଟି ଛକା ସହାୟତାରେ ୬୧ ରନ୍‌ର ଧୂଆଁଧାର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଅନ୍ୟତମ ଓପନର ଡେଭିଡ ୱାର୍ଣ୍ଣର ଆରମ୍ଭରୁ ବିଫଳ ହୋଇଥିଲେ । କ୍ୟାପଟେନ୍‌ ଋଷଭ ପନ୍ତ ୩୬ ବଲ୍‌ରୁ ୩୯ ଓ ସର୍ଫରାଜ ଖାନ ୨୮ ବଲ୍‌ରୁ ୩୬ ରନ୍‌ର ଉପଯୋଗୀ ଇଂନିସ ଖେଳିଛନ୍ତି । ଅନ୍ୟପଟେ ଲକ୍ଷ୍ନୌ ପକ୍ଷରୁ ଯୁବ ସ୍ପିନର ରବି ବିଷ୍ଣୋଇ ୨ଟି ଓ କ୍ରୀଷ୍ଣାପ୍ପା ଗୌତମ ଗୋଟିଏ ୱିକେଟ ହାସଲ କରିଥିଲେ ।

150ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଲକ୍ଷ୍ନୌ । ଦୁଇ ଓପନର ଲୋକେଶ ରାହୁଲ ଓ କ୍ବିଣ୍ଟନ ଡି କକ ଦୃଢ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ । ଦଳୀୟ ସ୍କୋର 73ରେ ପ୍ରଥମ ୱିକେଟ ପତନ ହୋଇଥିଲା । ଯାଦବଙ୍କ ଦଶମ ଓଭରରେ ରାହୁଲ 24 ରନ କରି ଆଉଟ ହୋଇଥିଲେ। ପରେ ପରେ ଲୁଇସ 5 କରି ପାଭିଲିୟନ ଫେରିଥିଲେ । ଡି କକ ଗୋଟିଏ ପରେ ଗୋଟିଏ ଦର୍ଶନୀୟ ସଟ ଖେଳିଥିଲେ । ଦଳୀୟ ସ୍କୋର 122ବେଳେ ଡି କକ୍ (80) ରନ କରି ଆଉଟ ହୋଇଥିଲେ । କୁନାଲ ପାଣ୍ଡ୍ୟା ଦଳୀୟ ସ୍କୋରକୁ 125ରେ ପହଞ୍ଚାଇଥିଲେ । ଶେଷ ଓଭରରେ ବିଜୟ ପାଇଁ 5 ରନ ଦରକାର ଥିଲା । ସାର୍ଦ୍ଦୁଳ ଠାକୁର ପ୍ରଥମ ବଲରେ ହୁଡାଙ୍କୁ ଆଉଟ କରିଥିଲେ । ଦ୍ବିତୀୟ ବଲରେ ରନ ହୋଇନଥିଲା । ତୃତୀୟ ବଲରେ ଆୟୁଷ ବଦୋନି ଚୌକା ମାରିଥିଲେ । ଚତୁର୍ଥ ବଲରେ ବିଶାଳ ଛକା ମାରି ତାଙ୍କ ଷ୍ଟାଇଲେ ମ୍ୟାଚକୁ ଶେଷ କରି ଦଳକୁ ବିଜୟୀ କରିଥିଲେ ।

ABOUT THE AUTHOR

...view details