ଓଡିଶା

odisha

ETV Bharat / sports

ଚେନ୍ନାଇର ବିଜୟ ଧାରା ଜାରି, 7 ୱିକେଟରେ ହାଇଦ୍ରାବାଦ ପରାଜିତ - csk won

ସନରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟରେ ମାତ ଦେଲା ଚେନ୍ନାଇ ସୁପର କିଙ୍ଗ୍ସ । 18.3 ଓଭରରେ ଦଳ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । ଅଧିକ ପଢ଼ନ୍ତୁ...

ଚେନ୍ନାଇର ବିଜୟ ଧାରା ଜାରି, 7 ୱିକେଟରେ ହାଇଦ୍ରାବାଦ ପରାଜିତ
ଚେନ୍ନାଇର ବିଜୟ ଧାରା ଜାରି, 7 ୱିକେଟରେ ହାଇଦ୍ରାବାଦ ପରାଜିତ

By

Published : Apr 28, 2021, 11:04 PM IST

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟରେ ମାତ ଦେଲା ଚେନ୍ନାଇ ସୁପର କିଙ୍ଗ୍ସ । 18.3 ଓଭରରେ ଦଳ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି । 172 ଟାର୍ଗେଟରେ ପିଛା କରିବାକୁ ଓହ୍ଲାଇ ଥିବା ଚେନ୍ନାଇକୁ ଭଲ ଆରମ୍ଭ ଦେଇଥିଲେ ଫାଫ ଡୁ ପ୍ଲେସିସ ଓ ଋତୁରାଜ ଗାୟକୱାଡ । ପ୍ରଥମ ୱିକେଟ ପାଇଁ ଦୁହିଁଙ୍କ ମଧ୍ୟରେ 129 ରନ ଭାଗିଦାରୀ ହୋଇଥିଲେ ।

ଋତୁରାଜ ଗାୟକୱାଡ 44 ବଲରେ 75 ରନ କରିଥିଲେ । ଏଥିରେ 12ଟି ଚୌକା ସାମିଲ ରହିଥିଲା । ଫାଫ ଡୁ ପ୍ଲେସିସ 38 ବଲରେ 56 ରନ କରିଥିଲେ। ଏଥିରେ 6ଟି ଚୌକା ସାମିଲ ଥିବା ବେଳେ ଗୋଟିଏ ଛକା ସାମିଲ ଥିଲା । ତେବେ ଦୁଇ ବ୍ୟାଟସମ୍ୟାନ ହାଇଦ୍ରାବାଦର ସ୍ପିନର ରାଶିଦ ଖାନଙ୍କ ଶିକାର ହୋଇଥିଲେ । ଏହାପରେ ମୋଇନ ଅଲୀ ମଧ୍ୟ 15 ରନ କରି ପାଭେଲିୟନ ଫେରିଥିଲେ। ତେବେ ସୁରେଶ ରାଇନା ଓ ରବିନ୍ଦ୍ର ଜାଡେଜା ଯଥକ୍ରମେ 17 ଓ 7 ରନ କରିି ଦଳକୁ ବିଜୟ ଦ୍ବାରକୁ ନେଇ ଯାଇଥିଲେ ।

ହାଇଦ୍ରାବାଦ ପକ୍ଷରୁ କେବଳ ରାଶିଦ ଖାନ 3ଟି ୱିକେଟ ନେବାରେ ସଫଳ ହୋଇଥିଲେ । ଜଗଦିଶ ସୁଚିତ 3 ଓଭର ବୋଲିଂ କରି ସର୍ବାଧିକ 45 ରନ ଖର୍ଚ୍ଚ କରିଥିଲେ। ଅନ୍ୟ ବୋଲରମାନେ ଲୟରେ ବୋଲିଂ କରିଥିଲେ ସୁଦ୍ଧା ୱିକେଟ ନେବାରେ ସଫଳ ହୋଇ ପାରିନଥିଲେ । ମ୍ୟାଚ ଶେଷ ବେଳକୁ ଦଳ 173 ରନ କରିଥିଲା ।

ଚେନ୍ନାଇ ସୁପର କିଙ୍ଗ୍ସକୁ 172 ରନ ବିଜୟ ଲକ୍ଷ୍ୟ ଦେଲା ସନରାଇଜର୍ସ ହାଇଦ୍ରାବାଦ। ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ସନରାଇଜର୍ସ ହାଇଦ୍ରାବାଦ । ତେବେ ଦଳୀୟ ସ୍କୋର ମାତ୍ର 22 ରନ ହୋଇଥିବାବେଳେ ଦଳ ଜନି ବେୟାରଷ୍ଟୋଙ୍କ ୱିକେଟ ହରାଇଥିଲା । ଏହାପରେ ମନୀଷ ପାଣ୍ଡେ ଓ ଡେଭିଡ ୱାର୍ଣ୍ଣରଙ୍କ ମଧ୍ୟରେ 102ରନ ଭାଗୀଦାରୀ ହୋଇଥିଲା ।

ସେପଟେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ସନରାଇଜର୍ସ ହାଇଦ୍ରାବାଦ । ତେବେ ଦଳୀୟ ସ୍କୋର ମାତ୍ର 22 ରନ ହୋଇଥିବା ବେଳେ ଦଳ ଜନି ବେୟାରଷ୍ଟୋଙ୍କ ୱିକେଟ ହରାଇଥିଲା । ଏହାପରେ ମନୀଷ ପାଣ୍ଡେ ଓ ଡେଭିଡ ୱାର୍ଣ୍ଣରଙ୍କ ମଧ୍ୟରେ 102ରନ ଭାଗୀଦାରୀ ହୋଇଥିଲା ।

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ମନୀଷ ପାଣ୍ଡେ ସର୍ବାଧିକ 61 ରନ କରିଥିଲେ। ଏଥିରେ 5ଟି ଚୌକା ସାମିଲ ରହିଥିବା ବେଳେ 1 ଛକା ସାମିଲ ଥିଲା। ସେହିଭଳି ଡେଭିଡ ୱାର୍ଣ୍ଣର ମଧ୍ୟ 55ଟି ବଲରେ 57 ରନ କରିଥିଲେ। ଏହି ଇନିଂଶରେ 3ଟି ଚୌକା ଓ ଦୁଇଟି ଛକା ସାମିଲ ରହିଥିଲା ।

ଦଳୀୟ ସ୍କୋର 128 ରନ ହୋଇଥିବାବେଳେ ୱାର୍ଣ୍ଣର ଚେନ୍ନାଇର ଲୁଙ୍ଗି ନିଗିଡିଙ୍କ ଶିକାର ହୋଇଥିଲେ। ଏହାପରେ ମନୀଷ ପାଣ୍ଡେଙ୍କୁ ମଧ୍ୟ ବଡ଼ ସଟ ଖେଳିବା ଆଶାରେ ଲୁଙ୍ଗି ନିଗିଡିଙ୍କ ବଲରେ ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ ୱିଲିୟମସନ ଦ୍ରୁତ 26 ରନ କରିଥିବା ବେଳେ କେଦାର ଯାଦବ 12 ରନ କରିଛନ୍ତି। ଦଳ 3ଟି ୱିକେଟ ହରାଇ 171 ରନ କରିବାକୁ ସକ୍ଷମ ହୋଇଥଲା ।

ଚେନ୍ନାଇ ପକ୍ଷରୁ ଲୁଙ୍ଗି ନିଗିଡି ସର୍ବାଧିକ ଦୁଇଟି ୱିକେଟ ନେଇଥିଲେ । ସାମ କୁରେନ ଗୋଟିଏ ୱିକେଟ ନେବାକୁ ସକ୍ଷମ ହୋଇଥିଲେ। ଦଳ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ। ସେ 4 ଓଭରରେ 11 ହାରରେ 44 ରନ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details