ଓଡିଶା

odisha

ETV Bharat / sports

ଅନ୍ତତଃ 4ଟି ମ୍ୟାଚ ପରେ ଆଇପିଏଲରେ ଯୋଗ ଦେବେ ଆର୍ଚର ! - ରାଜସ୍ଥାନ ରୟାଲ୍ସ

ଆଙ୍ଗୁଠିରେ ଅସ୍ତ୍ରୋପଚାର ଯୋଗୁଁ ବର୍ତ୍ତମାନ ଦୁଇ ସପ୍ତାହ ବିଶ୍ରାମ କରିବେ ଜୋଫ୍ରା ଆର୍ଚର । ଫଳରେ ଚଳିତ ଆଇପିଏଲରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବା ନେଇ ଆଶା ସୃଷ୍ଟି ହୋଇଛି। ଅଧିକ ପଢ଼ନ୍ତୁ...

ଅନ୍ତତଃ 4ଟି ମ୍ୟାଚ ପରେ ଆଇପିଏଲରେ ଯୋଗ ଦେବେ ଆର୍ଚର !
ଅନ୍ତତଃ 4ଟି ମ୍ୟାଚ ପରେ ଆଇପିଏଲରେ ଯୋଗ ଦେବେ ଆର୍ଚର !

By

Published : Mar 31, 2021, 8:47 PM IST

ଲଣ୍ଡନ: ଆଙ୍ଗୁଠିରେ ଅସ୍ତ୍ରୋପଚାର ଯୋଗୁଁ ବର୍ତ୍ତମାନ ଦୁଇ ସପ୍ତାହ ବିଶ୍ରାମ କରିବେ ଜୋଫ୍ରା ଆର୍ଚର । ଫଳରେ ଚଳିତ ଆଇପିଏଲରେ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବା ନେଇ ଆଶା ସୃଷ୍ଟି ହୋଇଛି । ଦୁଇ ସପ୍ତାହ ପରେ ତାଙ୍କ ଆଙ୍ଗୁଠି ପୁନଃ ଯାଞ୍ଚ କରାଯିବ । ଏହାପରେ ସେ ପୁଣି ଟ୍ରେନିଂ ପାଇଁ ନେଟକୁ ଫେରିବେ ବୋଲି ଇଂଲଣ୍ଡ ଓ ୱେଲସ କ୍ରିକେଟ ବୋର୍ଡ ସୂଚନା ଦେଇଛି ।

ଆହତଜନିତ ସମସ୍ୟା ଯୋଗୁଁ ଭାରତ ବିପକ୍ଷରେ ଟି-20 ସିରିଜ ପରେ ଇଂଲଣ୍ଡ ଫେରି ଯାଇଥିଲେ ଜୋଫ୍ରା ଆର୍ଚର । ସେହି ସମୟରେ ତାଙ୍କ କହୁଣୀରେ ଆଘାତ ଲାଗିଥିବା ଆଲୋଚନା ହୋଇଥିଲା। ତେବେ ଏହା କେବଳ ଇଞ୍ଜେକ୍ସନ ଦ୍ବାରା ଠିକ ହୋଇ ପାରିବ। ତେବେ ତାଙ୍କ ଆଙ୍ଗୁଠିରେ ଲାଗିଥିବା ଆଘାତର ଅସ୍ତ୍ରୋପଚାର ହୋଇଥିଲା।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋଫ୍ରା ଆର୍ଚର ପ୍ରତିନିଧିତ୍ବ କରୁଛନ୍ତି। ତେବେ ଆର୍ଚରଙ୍କ ଆଇପିଏଲ ଖେଳିବାକୁ ନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ କହିଛି ଯେ, "ବର୍ତ୍ତମାନ ଆର୍ଚରଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ କୌଣସି ପ୍ରତିକ୍ରିୟା ଦେବା ଠିକ ହେବ ନାହିଁ । ସେ ଦୁଇ ସପ୍ତାହ ବିଶ୍ରାମ ନେବାପରେ ବିଶେଷଜ୍ଞ ଦଳ ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବେ। ସେମାନଙ୍କ ରିପୋର୍ଟ ପରେ ହିଁ ସେ ଆର୍ଚର ଖେଳିବେ କି ସେନେଇ କିଛି ନିଷ୍ପତ୍ତି ନେଇ ହେବ।"

ତେବେ ଆର୍ଚର ଅନ୍ତତଃ 4ଟି ମ୍ୟାଚରେ ପରେ ହିଁ ଦଳରେ ଯୋଗ ଦେଇ ପାରିବେ। ଏଥିପାଇଁ ତାଙ୍କୁ ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଫିଟନେସ ସାର୍ଟିଫିକେଟ ଆବଶ୍ୟକ ହେବ। ଏପ୍ରିଲ 12 ତାରିଖରେ ରାଜସ୍ତାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଟକ୍କର ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details