ଓଡିଶା

odisha

୨୦୨୨ରେ ୧୦ ଦଳକୁ ନେଇ ଆୟୋଜନ ହେବ ଆଇପିଏଲ !

ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବ ୧୦ଟି ଫ୍ରାଞ୍ଚାଇଜି ଦଳ । ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପକ୍ଷରୁ ଆଗାମୀ ସିଜିନରେ ଆଉ ଦୁଇ ଦଳକୁ ସାମିଲ କରିବାକୁ ଟେଣ୍ଡର ନୋଟିସ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ...

By

Published : Aug 31, 2021, 10:55 PM IST

Published : Aug 31, 2021, 10:55 PM IST

୨୦୨୨ରେ ୧୦ ଦଳକୁ ନେଇ ଆୟୋଜନ ହେବ ଆଇପିଏଲ !
୨୦୨୨ରେ ୧୦ ଦଳକୁ ନେଇ ଆୟୋଜନ ହେବ ଆଇପିଏଲ !

ମୁମ୍ବାଇ: ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିବ ୧୦ଟି ଫ୍ରାଞ୍ଚାଇଜି ଦଳ । ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପକ୍ଷରୁ ଆଗାମୀ ସିଜିନରେ ଆଉ ଦୁଇ ଦଳକୁ ସାମିଲ କରିବାକୁ ଟେଣ୍ଡର ନୋଟିସ ଜାରି କରାଯାଇଛି । ଏହି ନୋଟିସରେ ନୂଆ ଦଳ ପାଇଁ ଥିବା ଗାଇଡଲାଇନ, ଯୋଗ୍ୟତା, ପ୍ରକ୍ରିୟା, ବିଡ ଆବେଦନ ଆଦି ଟେଣ୍ଡର ନୋଟିସରେ ବିସ୍ତାର ଭାବରେ ସୂଚନା ଦିଆଯାଇଛି ।

ନୂଆ ଦଳ ବିଡରେ ଭାଗ ନେବାକୁ ୧୦ ଲକ୍ଷ ଟଙ୍କାର ବଣ୍ଡ କରିବାକୁ ହେବ । ଏହି ରାଶି ଥରେ ପୈଠ ଆଉ ଫେରସ୍ତ କରାଯିବ ନାହିଁ ଏହାକୁ ନେଇ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପକ୍ଷରୁ ବିଧିବଦ୍ଧ ଭାବରେ ସୂଚନା ଦିଆଯାଇଛି । ଆଇପିଏଲରେ ନୂଆ ଦଳ ଗଢ଼ିବାକୁ ଆବେଦନ କରିବାକୁ ଇଚ୍ଛୁକ ଥିବା ସଂସ୍ଥା ବା ବ୍ୟକ୍ତି ବିଶେଷମାନେ ittipl2021@bcci.tv ୱେବସାଇଟରେ ସମସ୍ତ ସୂଚନା ପାଇପାରିବେ ।

ଆବେଦନବେଳେ ଆବେଦନକାରୀ 'ITT for the Right to Own and Operate One of Two Proposed New IPL Teams' କୁ ମୁଖ୍ୟ ବିଷୟ ରଖି ଆବେଦନ କରିବେ । ଆବେଦନ ଗ୍ରହଣ ହେବାପରେ ନୂଆ ଆଇପିଏଲ ଦଳ ଗଢ଼ିବାକୁ ଥିବା ଅନ୍ୟ ଗାଇଡଲାଇନ ବିଷୟରେ ଅବଗତ କରାଯିବ । ଏହାକୁ ନେଇ ବିସିସିଆଇ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

ନୂଆଦଳ ସାମିଲ ହେଲେ ବିସିସିଆଇକୁ ୫ ହଜାର କୋଟି ଟଙ୍କା ଲାଭ ହେବା ନେଇ ସୂଚନା ମିଳିଛି । ଦୁଇ ଦଳ ପାଇଁ ମୋଟ ୧୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଜଣେ ବିସିସିଆଇ ଅଧିକାରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details