ଓଡିଶା

odisha

ETV Bharat / sports

IPL 2022: ଆଜି ଚେନ୍ନାଇ-ମୁମ୍ବାଇ ମୁକାବିଲା, ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ MI

ଚଳିତ ଆଇପିଏଲର ଆଜି 33ତମ ଲିଗ ମ୍ୟାଚ ଖେଳାଯିବ । ଏଥରେ ଆଇପିଏଲରେ ସବୁଠୁ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ଆଜି ଚେନ୍ନାଇ - ମୁମ୍ବାଇ ମୁକାବିଲା
ଆଜି ଚେନ୍ନାଇ - ମୁମ୍ବାଇ ମୁକାବିଲା

By

Published : Apr 21, 2022, 10:10 AM IST

ମୁମ୍ବାଇ:ଚଳିତ ଆଇପିଏଲର ଆଜି 33ତମ ଲିଗ ମ୍ୟାଚ ଖେଳାଯିବ । ଏଥରେ ଆଇପିଏଲରେ ସବୁଠୁ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପରକିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ । ଚଳିତ ସିଜିନରେ ଉଭୟଙ୍କ ପ୍ରଦର୍ଶନ ନୈରାଶ୍ୟ ଜନକ ରହିଛି । ତଥାପି କ୍ରିକେଟ ପ୍ରେମୀଙ୍କ ଆଶା ଭାଙ୍ଗିନି ଦୁଇ ଦଳ କିଛି ଚମତ୍କାର କରିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ଆଜିର ମ୍ୟାଚକୁ ଜିତି ମୁମ୍ବାଇ ପରାଜୟ ଧାରାରେ ବ୍ରେକ ଲଗାଇବାକୁ ଲକ୍ଷ୍ୟ ରଖିଥିବାବେଳେ ଚେନ୍ନାଇ ତାର ଦ୍ବିତୀୟ ବିଜୟ ଲକ୍ଷ୍ୟ ରଖିଛି ।

ଫଳାଫଳ ଯାହା ହେଉ ନା କାହିଁକି ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି । ଉଭୟ ଦଳ ଇତି ମଧ୍ୟରେ 6ଟି ଲେଖାଏଁ ମ୍ୟାଚ ଖେଳି ସାରିଲେଣି । ଚେନ୍ନାଇ ଗୋଟିଏ ଜିତି ଖାତା ଖୋଲିଛି । ହେଲେ ମୁମ୍ବାଇ ଗୋଟିଏ ବି ମ୍ୟାଚ ଜିତି ନାହିଁ । ଡିଫେଣ୍ଡିଂ ଚମ୍ପିୟାନ ଚେନ୍ନାଇ ପଏଣ୍ଟ ଟେବୁଲ ନବମ ସ୍ଥାନରେ ରହିଛି । 5ଥର ଚମ୍ପିୟାନ ମୁମ୍ବାଇ ପଏଣ୍ଟ ଟେବୁଲ ଶେଷରେ ରହିଛି ।

ଭଭୟ ଦଳର ବ୍ୟାଟିଂ ବିଭାଗ ଭଲ ଅଛି । ବୋଲିଂ ବିଫଳତା ପାଇଁ ଦଳକୁ ପରାଜୟର ଶିକାର ହେବାକୁ ପଡୁଛି । ସୁପରକଙ୍ଗସର ଷ୍ଟାର ପେସ ବୋଲର ଦୀପକ ଚହର ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ତାଙ୍କ ଅନୁପସ୍ଥିତି ଦଳ ପାଇଁ ଦଳ ପାଇଁ ଚିନ୍ତାଜନକ । ରବୀନ ଉଥପ୍ପା 200ତମ ଆଇପିଏଲ ମ୍ୟାଚ ଖେଳିବେ । ତାଙ୍କ ପ୍ରଦର୍ଶନ ଉପରେ ନଜର ରହିବ ।

ମୁମ୍ବାଇରେ ଦକ୍ଷ ପେସ ବୋଲର ଅଛନ୍ତି । ହେଲେ ସସସ୍ତେ ନିରାଶ କରିଛନ୍ତି । ସ୍ପିନ ବିଭାଗ ବି କିଛି ବିଶେଷ ପ୍ରଦର୍ଶନ କରିନାହାନ୍ତି । ଆଜିର ମ୍ୟାଚରେ ରୋହିତ ଓ ଇଶାନ କିଷନଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ଉଭୟ ସଫଳ ହେଲେ ବିଜୟ ସହଜ ହେବ । ଏମଆଇର ଯଶପ୍ରୀତ ବୁମରା ମଧ୍ୟ 200ତମ ଆଇପିଏଲ ମ୍ୟାଚ ଖେଳିବେ ।

ABOUT THE AUTHOR

...view details