ଓଡିଶା

odisha

ETV Bharat / sports

IPL 2022: ଆଜି ପ୍ରଥମ କ୍ବାଲିଫାୟର, ରାଜସ୍ଥାନ-ଗୁଜୁରାଟ ମୁକାବିଲା

କୋଲକାତାରେ ଖେଳାଯିବ ଆଇପିଏଲର ପଞ୍ଚଦଶ ସଂସ୍କରଣର ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ । ମୁହାଁମୁହିଁ ହେବେ ପଏଣ୍ଟ ଟେବୁଲରେ ଶୀର୍ଷ ଦୁଇଟି ସ୍ଥାନରେ ଲିଗ ପର୍ଯ୍ୟାୟ ଶେଷ କରିଥିବା ଦୁଇ ଟିମ ଗୁଜୁରାଟ ଟାଇଟନ୍ସ (GT) ଓ ରାଜସ୍ଥାନ ରୟାଲ୍ସ (RR) । ବିଜେତା ଟିମକୁ ମିଳିବ ସିଧାସଳଖ ଫାଇନାଲ ଟିକେଟ । ଅଧିକ ପଢନ୍ତୁ

ରାଜସ୍ଥାନ-ଗୁଜୁରାଟ ମୁକାବିଲା
ରାଜସ୍ଥାନ-ଗୁଜୁରାଟ ମୁକାବିଲା

By

Published : May 24, 2022, 10:24 AM IST

କୋଲକାତା:ଅନ୍ତିମ ପର୍ଯ୍ୟାୟରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ(IPL 2022) । ଆଜି (ମଙ୍ଗଳବାର) ଖେଳାଯିବ ଆଇପିଏଲର ପଞ୍ଚଦଶ ସଂସ୍କରଣର ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ । ମୁହାଁମୁହିଁ ହେବେ ପଏଣ୍ଟ ଟେବୁଲରେ ଶୀର୍ଷ ଦୁଇଟି ସ୍ଥାନରେ ଲିଗ ପର୍ଯ୍ୟାୟ ଶେଷ କରିଥିବା ଦୁଇ ଟିମ ଗୁଜୁରାଟ ଟାଇଟନ୍ସ (GT) ଓ ରାଜସ୍ଥାନ ରୟାଲ୍ସ (RR) । କୋଲକାତାର ଐତିହାସିକ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ । ଉଭୟ ଟିମ ଶକ୍ତିଶାଳୀ ଓ ସମସ୍ତ ବିଭାଗରେ ଟୁର୍ଣ୍ଣାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟାଇଟନ୍ସ ଓ ସଞ୍ଜୁ ସାମସନଙ୍କ ରୟାଲ୍ସ ମଧ୍ୟରେ କଡା ମୁକାବିଲା ହେବ ବୋଲି ଆଶା କରାଯାଉଛି ।

ଏହି ମ୍ୟାଚ୍‌ର ବିଜେତା ଟିମ ସିଧାସଳଖ ଫାଇନାଲରେ ସ୍ଥାନ ପକ୍କା କରିବ । ଅନ୍ୟପଟେ ପରାଜିତ ଟିମ ପାଇଁ ଆଉ ଏକ ସୁଯୋଗ ରହିବ । ଲିଗ ପର୍ଯ୍ୟାୟରେ ସର୍ବାଧିକ ପଏଣ୍ଟ ହାସଲ କରିଥିବା ଟାଇଟନ୍ସର ଏହା ଆଇପିଏଲର ଡେବ୍ୟୁ ସଂସ୍କରଣ ହୋଇଥିବାରୁ କମାଲ କରିବା ଲକ୍ଷ୍ୟରେ ଏହି ଟିମ । ସିଜନ ଆରମ୍ଭରୁ ଦମଦାର ପ୍ରଦର୍ଶନ ଜାରି ରଖିଛି ଟିମ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଟାଇଟନ୍ସ ଦଳ ଚମତ୍କାର ପ୍ରଦର୍ଶନ କରିଛି । ଲିଗ ପର୍ଯ୍ୟାୟରେ ଟାଇଟନ୍ସ 37 ରନରେ ରାଜସ୍ଥାନକୁ ପରାସ୍ତ କରିଥିଲା ।

ଆଜି ମଧ୍ୟ ରାଜସ୍ଥାନକୁ ମାତ୍‌ ଦେବାକୁ ପାଣ୍ଡ୍ୟାଙ୍କ ଟିମ ପସ୍ତୁତ ରହିଛି । ବ୍ୟକ୍ତିଗତ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଭାଭୀ ଅଲରାଉଣ୍ଡର ପ୍ରଦର୍ଶନ କରିଛନ୍ତି । ଇଡେନ ଗାର୍ଡେନରେ ନୂଆ ଟ୍ରାକରେ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ମହମ୍ମଦ ସାମିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଅନ୍ୟପଟେ ଜବରଦସ୍ତ ଫର୍ମରେ ଥିବା ଡେଭିଡ ମିଲର, ରାହୁଲ ତେୱାତିଆ, ଶୁଭମନ ଗିଲ୍‌ ମଧ୍ୟ ଫାଇନାଲ ଟିକେଟ ହାତେଇବାକୁ ଜୋର୍‌ ଲଗାଇବେ ।

ଅନ୍ୟପଟେ ପୂର୍ବ ପରାଜୟର ପ୍ରତିଶୋଧ ନେଇ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ । ସଞ୍ଜୁ ସାମସନଙ୍କ ନେତୃତ୍ବଧୀନ ଟିମ 2008ରେ ଟାଇଟଲ ହାତେଇଥିଲା । ସେବେଠୁ ଆଉ ଫାଇନାଲରେ ପ୍ରବେଶ କରିନାହିଁ । ଆଜି ରାଜସ୍ଥାନ ପାଖରେ ଫାଇନାଲକୁ ଏଣ୍ଟ୍ରି ପାଇଁ ସୁବର୍ଣ୍ଣ ସୁଯୋଗ ରହିଥିବାରୁ, କୌଣସି ସୁଯୋଗ ହାତଛଡା କରିବ ନାହିଁ । ଜସ ବଟଲର, ସଞ୍ଜୁ ସାମସନ, ରବିଚନ୍ଦ୍ରନ ଅଶ୍ବିନ ଓ ୟୁଜଭେନ୍ଦ୍ର ଚହଲ ଦମଦାର ଫର୍ମରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details