ଓଡିଶା

odisha

ETV Bharat / sports

IPL 2022: ଆଜି DC-MI, PBKS-RCB ମୁକାବିଲା

ଫଟାଫଟ କ୍ରିକେଟ ମହାସମର ଆଇପିଏଲ ୨୦୨୨ରେ ଆଜି ଦୁଇଟି ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମଟିରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଭିତରେ ହେବାକୁ ଥିବାବେଳେ ଦ୍ବିତୀୟଟି ବାଙ୍ଗଲୋର ଓ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ଆଜି DC-MI, PBKS-RCB  ମୁକାବିଲା
ଆଜି DC-MI, PBKS-RCB ମୁକାବିଲା

By

Published : Mar 27, 2022, 8:35 AM IST

ମୁମ୍ବାଇ: ଚଳିତ ଆଇପିଏଲ ୧୫ ଦ୍ବିତୀୟ ଦିନରେ ଦୁଇଟି ଦଳ ମୁହାଁମୁହିଁ ହେବେ । ପ୍ରଥମଟି ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବାକୁ ଥିବାବେଳେ ଦ୍ବିତୀୟଟି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଅନୁଷ୍ଠିତ ହେବ । ସମସ୍ତ ଦଳ ବିଜୟରୁ ସିଜନ ଆରମ୍ଭ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଗତ ମେଗା ଖେଳାଳି ନିଲାମରେ ମୁମ୍ବାଇ ଓ ଦିଲ୍ଲୀ ଏକ ସନ୍ତୁଳିତ ଦଳ ଗଠନ କରିଛି । ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଅପରାହ୍ନ ୩ଟା୩୦ରେ ଦିଲ୍ଲୀ-ମୁମ୍ବାଇ ଭେଟାଭେଟି ହେବେ । ପାଞ୍ଚଥର ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ ୨୦୨୧ ସଂସ୍କରଣରେ ଧିମା ପଡିଯାଇଥିଲା । ଦଳ ୧୪ଟି ମ୍ୟାଚରୁ ୭ଟି ବିଜୟ ଓ ୭ଟି ପରାଜୟ ହୋଇଥିଲା । ପୂର୍ବ ପ୍ରଦର୍ଶନକୁ ଭୁଲି ରୋହିତ ବାହିନୀ ନୂଆ ରୂପରେ ପଡିଆକୁ ଓହ୍ଲାଇବା ନେଇ ପ୍ରସ୍ତୁତ ରହିଛନ୍ତି । ୨୦୨୧ ସଂସ୍କରଣରେ ଦିଲ୍ଲୀ ବିପକ୍ଷରେ ମୁମ୍ବାଇ ୨ଟି ଯାକ ମ୍ୟାଚ ହାରିଥିଲା । ଆଜିର ମ୍ୟାଚରେ ଦଳ ପୂର୍ବ ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ।

ସେପଟେ ଋଷବ ପନ୍ତଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଗତ ସଂସ୍କରଣରେ ପ୍ଲେ ଅଫରୁ ବିଦାୟ ନେଇଥିଲା । ନୂଆ ସିଜିନରେ ନୂଆ ଚେହେରାକୁ ନେଇ ଦଳ ମ୍ୟାଚ ଜିତିବାକୁ ଲକ୍ଷ୍ୟ ରଖିଛି । ୧୯ ବର୍ଷରୁ କମ ବିଶ୍ବକପର ଚାମ୍ପିୟନ ଭାରତୀୟ ଦଳର ଅଧିନାୟକ ୟଶ ଧୂଳ ଆଜି ପୃଥୀ ଶ'ଙ୍କ ସହ ପାଳି ଆରମ୍ଭ କରିବେ । ପଦାର୍ପଣ ଆଇପିଏଲକୁ ନେଇ ସେ ଜୋରଦାର ପ୍ରସ୍ତୁତ କରିଛନ୍ତି ।

ସେହିପରି ତୃତୀୟ ଲିଗ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ ସାମ୍ନାସାମ୍ନି ହେବ । ଉଭୟ ଦଳରେ ନୂଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଫାପ ଡୁ ପ୍ଲେସି ଆରିସିବି କ୍ୟାପଟେନ ଓ ମୟଙ୍କ ଅଗ୍ରୱାଲ ପଞ୍ଜାବର ମଙ୍ଗ ଧରିଛନ୍ତି । କେଉଁ ନୂଆ ଅଧିନାୟକଙ୍କ ରଣନୀତି କାମ ଦେଉଛି ତାହା ମ୍ୟାଚ ପରେ ସ୍ପଷ୍ଟ ହେବ । ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ରାତି ୭ଟା୩୦ରେ ମ୍ୟାଚ ଆରମ୍ଭ ହେବ ।

ABOUT THE AUTHOR

...view details