ପୁଣେ:ସଫଳ ହେଲା ସାମସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ । ଚଳିତ ଆଇପିଏଲ ସିଜିନର ପଞ୍ଚମ ମ୍ୟାରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିଥିଲେ । ଏଥିରେ ବିଶାଳ ବିଜୟ ହାସଲ କରି ନେଇଛି ରାଜସ୍ଥାନ ରୟାଲ୍ସ । ଅଧିନାୟକ ସଞ୍ଜୁ ସାମସନ, ହେତମେୟରଙ୍କ ଦେବଦତ୍ତ ପାଡିକଲ, ଜୋସ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ଓ ଯୁଝବେନ୍ଦ୍ର ଚହରଙ୍କ ଘାତକ ବୋଲିଂରେ ୬୧ରନରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି ରାଜସ୍ଥାନ ରୟାଲ୍ସ । ସାମସନ ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି ।
ଟସ ଜିତି ସନରାଇଜର୍ସ ରୟାଲ୍ସଙ୍କ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୨୧୦ ରନର ଏକ ବିଶାଳ ସ୍କୋର କରିଥିଲା ରାଜସ୍ଥାନ । ଦୁଇ ଓପନର ଜୋସ ବଟଲର ଓ ଯଶସ୍ବୀ ଆକ୍ରମଣାତ୍ମକ ବ୍ୟାଟିଂ କରି ୬ ଓଭରରେ ୫୮ ରନ କରିଥିଲେ । ସପ୍ତମ ଓଭରରେ ଯଶସ୍ବୀଙ୍କୁ ଆଉଟ କରିଥିଲେ ରୋମିରିଓ ସେଫର୍ଡ । ପରେ ପରେ ବଟଲର ୩୫ ରନ କରି ଆଉଟ ହୋଇଥିଲେ । ମଧ୍ୟଭାଗରେ ସାମସନ ଓ ପାଡିକର ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୪୮ରେ ପହଞ୍ଚାଇଥିଲେ । ସାମସନ ୨୭ ବଲରେ ୫୫ ରନର ଦମଦାର ପାରି ଖେଳିଥିଲେ । ହାଇଦ୍ରାବାଦକୁ ୨୧୧ରନର ଟାର୍ଗେଟ ଦେଇଥିଲା ରାଜସ୍ଥାନ । ସନରାଇଜର୍ସ ପକ୍ଷରୁ ଉମ୍ରାନ ମଲିକ ଓ ଟି ନଟରାଜନ ୨ଟି ଲେଖାଏଁ ୱିକେଟ ନେଇଥିଲେ ।