ଓଡିଶା

odisha

IPL 2022: ଟାଇଟନ୍ସକୁ ଜିତାଇଲେ ରସିଦ-ତେୱାତିଆ, 5 ୱିକେଟରେ ହାରିଲା ହାଇଦ୍ରାବାଦ

By

Published : Apr 28, 2022, 8:41 AM IST

ରସିଦ ଖାନ ଓ ରାହୁଲ ତେୱାତିଆଙ୍କ ବିସ୍ଫୋରକ ବ୍ୟାଟିଂ ସନରାଇଜର୍ସଠୁ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି । କାମ ଦେଲାନି ହାଇଦ୍ରାବାଦ ଉମ୍ରାନଙ୍କ ଘାତକ ବୋଲିଂ । 40 ତମ ଆଇପିଏଲ ମ୍ୟାଚକୁ ଜିତି ହାଇଦ୍ରାବାଦର ବିଜୟ ଧାରାରେ ବ୍ରେକ ଲଗାଇଛି ଗୁଜୁରାଟ ଟାଇଟନ୍ସ । ଅଧିକ ପଢନ୍ତୁ

ଟାଇଟନ୍ସକୁ ଜିତାଇଲେ ରସିଦ - ତେୱାତିଆ
ଟାଇଟନ୍ସକୁ ଜିତାଇଲେ ରସିଦ - ତେୱାତିଆ

ମୁମ୍ବାଇ:ରସିଦ ଖାନ ଓ ରାହୁଲ ତେୱାତିଆଙ୍କ ବିସ୍ଫୋରକ ବ୍ୟାଟିଂ ସନରାଇଜର୍ସଠୁ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି । କାମ ଦେଲାନି ହାଇଦ୍ରାବାଦ ଉମ୍ରାନଙ୍କ ଘାତକ ବୋଲିଂ । 40 ତମ ଆଇପିଏଲ ମ୍ୟାଚକୁ ଜିତି ହାଇଦ୍ରାବାଦର ବିଜୟ ଧାରାରେ ବ୍ରେକ ଲଗାଇଛି ଗୁଜୁରାଟ ଟାଇଟନ୍ସ । 5 ୱିକେଟରେ ସନରାଇଜର୍ସକୁ ହରାଇ ପୁଣି ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି ଗୁଜୁରାଟ ଟାଇଟନ୍ସ ।

ଟାଇଟନ୍ସକୁ ଜିତାଇଲେ ରସିଦ - ତେୱାତିଆ

ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । ହାଇଦ୍ରାବାଦରୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୯୫ ରନ୍ ସଂଗ୍ରହ କରିଥିଲା ସନ୍ ରାଇଜର୍ସ ହାଇଦ୍ରାବାଦ । ଅଭିଶେକ ଶର୍ମା ଏବଂ ମାର୍କରମଙ୍କ ଦମଦାର ବ୍ୟାଟିଂ ଦଳକୁ ଏକ ଲମ୍ବା ସ୍କୋର ଦେବାରେ ସହାୟକ ହୋଇଥିଲେ । ନବାଗତ ଅଭିଶେକ ଶର୍ମା ୪୨ ବଲରେ ଧୂଆଁଧାର ୬୫ ରନ ସଂଗ୍ରହ କରିଥିବାବେଳେ ମାର୍କରମ ୪୦ ବଲରେ ୫୬ ରନ୍ ସଂଗ୍ରହ କରିଥିଲେ ।

୬ଟି ବଲରେ ୨୫ ରନ କରି ଚର୍ଚ୍ଚାରେ ରହିଥିଲେ ଶଶାଙ୍କ ସିଂ । ଶେଷ ତିନୋଟି ବଲରେ ହ୍ୟାଟ୍ରିକ ଛକା ମାରି ରେକର୍ଡ କରିଥିଲେ । ସେହିପରି ରାହୁଲ ତ୍ରିପାଠୀ ୧୦ ବଲରେ ୧୬, ମାର୍କୋ ଜନସନ ୫ ବଲରେ ଅପରାଜିତ ୮, କେନ ୱିଲୟମସନ ୮ ବଲରେ ୫, ନିକଲାସ୍ ପୁରନ ୫ ବଲରେ ୩ ଏବଂ ୱାସିଂଟନ ସୁନ୍ଦର ୪ ବଲରେ ୩ ରନ ସଂଗ୍ରହ କରିଥିଲେ ।

196 ରନ ବିଜୟ ଲକ୍ଷ୍ୟ ନେଇ ଟାଇଟନ୍ସ ଦୁଇ ଓପନର ଶୁଭମନ ଗିଲ ଓ ରିଦ୍ଧିମାନ ଶାହ ପାଳି ଆରମ୍ଭ କରିଥିଲେ । ଉମ୍ରାନ ମଲିକ ଘାତକ ବୋଲିଂ କରି ମ୍ୟାଚ ଗତିପଥ ବଦଳାଇ ଦେଇଥିଲେ । ପ୍ରଥମ 5ଟି ଯାକ ୱିକେଟ ନେଇଥିଲେ ଉମ୍ରାନ । ଶାହ 38 ବଲରେ 68 ରନ କରି ଆଉଟ ହୋଇଥିଲେ । ପରେ ପରେ ଗିଲ 22, ପାଣ୍ଡ୍ୟା 10, ମିଲର 17ରନ କରି ଓ ମନୋହର ଖାତା ଖୋଲି ନପାରି ଉମ୍ରାନଙ୍କ ଶିକାର ହୋଇଥିଲେ । ହେଲେ ଶେଷ ଓଭରରେ ସବୁ ଓଲଟ ପାଲଟ କରି ଦେଇଥିଲେ ରସିଦ ଓ ତେୱାତିଆ । ଉଭୟ 59 ରନ ଯୋଡି ଦଳକୁ ବିଜୟୀ କରିଥିଲେ । ରସିଦ 11ଟି ବଲରୁ 4ଟି ଛକା ବଳରେ 31 ରନ ଓ ତେୱାତିଆ 21 ବଲରୁ 40 ରନର ଇନିଂସ ଖେଳି ହାଇଦ୍ରାବାଦ ହାତରୁ ମ୍ୟାଚ ଛଡାଇ ଆଣିଥିଲେ ।

ABOUT THE AUTHOR

...view details