କୋଲକାତା:ଅହମ୍ମଦାବାଦ ଓ କୋଲକାତାରେ IPL 2022ର ପ୍ଲେ-ଅଫ୍(IPL playoffs) ମ୍ୟାଚ୍ଗୁଡ଼ିକ ଖେଳାଯିବ । ଏହାକୁ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରବିବାର ସୂଚନା ଦେଇଛନ୍ତି । ପ୍ଲେ-ଅଫ୍ ମ୍ୟାଚ ଦେଖିବାକୁ ଷ୍ଟାଡିୟମ କ୍ଷମତା ଅନୁଯାୟୀ ଶତ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ । ବର୍ତ୍ତମାନ ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ଦିଆଯାଇଛି ।
-କୋଲକାତା ଇଡେନ ଗାର୍ଡେନ୍ରେ ମେ ୨୪ରେ ଏଲିମିନେଟର ମ୍ୟାଚ୍ ଖେଳାଯିବ । ଏହାପରେ ମେ' ୨୬ ତାରିଖରେ ପ୍ରଥମ କ୍ବାଲିଫାୟାର ମ୍ୟାଚ୍ ଖେଳାଯିବ । ଏହାର ପରଦିନ ଅର୍ଥାତ ମେ ୨୭ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ୍ ଖେଳାଯିବ । ଶେଷରେ ମେ ୨୯ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ IPL 2022ର ଫାଇନାଲ ମ୍ୟାଚ୍ ଖେଳାଯିବ ।