ମୁମ୍ବାଇ(ମହାରାଷ୍ଟ୍ର):ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପେଟନ ରୋହିତ ଶର୍ମାଙ୍କୁ ଜୋରିମାନା ଦଣ୍ଡ । ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ ଟୁର୍ଣ୍ଣାନେଣ୍ଟ ଆରମ୍ଭ ହୋଇସାରିଥିବାବେଳେ, ରବିବାର ମୁମ୍ବାଇର ବ୍ରାବୋର୍ନୋ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଖେଳିଥିଲା ମୁମ୍ବାଇ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଏହି ମ୍ୟାଚ୍ରେ ମୁମ୍ବାଇ ଟିମର ମନ୍ଥର ବୋଲିଂ(Slow Over rate) ପାଇଁ କ୍ୟାପଟେନ ରୋହିତ ଶର୍ମାଙ୍କୁ ଦଣ୍ଡିତ ହେବାକୁ ପଡିଛି ।
IPL 2022: ମୁମ୍ବାଇର ମନ୍ଥର ବୋଲିଂ, ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଜୋରିମାନା
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ମୁମ୍ବାଇ ଟିମର ମନ୍ଥର ବୋଲିଂ(Slow Over rate) ପାଇଁ କ୍ୟାପଟେନ ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିଛି । ଅଧିକ ପଢନ୍ତୁ
IPL 2022: ମୁମ୍ବାଇର ମନ୍ଥର ବୋଲିଂ, ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଜୋରିମାନା
IPL କୋଡ୍ ଅଫ କଣ୍ଡକ୍ଟ ଅଧୀନ ଏହା ଚଳିତ ସିଜିନରେ ଟିମର ପ୍ରଥମ ଅପରାଧ ହୋଇଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି । ଆଇପିଏଲ ୨୦୨୨ ଅଭିଯାନ ଟୁର୍ଣ୍ଣାମେଣ୍ଟର ସବୁଠୁ ସଫଳତମ ଟିମ ମୁମ୍ବାଇ ପାଇଁ ଭଲ ହୋଇନାହିଁ । ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜୟ ସହିତ ଟିମକୁ ଧୀମା ବୋଲିଂ ପାଇଁ ଦଣ୍ଡିତ ହେବାକୁ ପଡିଛି ।
ANI