ମୁମ୍ବାଇ:IPL 2022ର ୩୦ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ଚହଲଙ୍କ ଚମକରେ ଫିକା ପଡିଗଲା କୋଲକାତା । ରୟାଲ୍ସର ଦମଦାର ପ୍ରଦର୍ଶନ ପାଇଁ ଆଉ ଏକ ପରାଜୟ ବରଣ କରିଛି କୋଲକାତା ନାଇଟରାଇଡର୍ସ । ଜୋସ ବଟଲର ଓ ୟୁଝବେନ୍ଦ୍ର ଚହଲଙ୍କ ହାଟ୍ରିକ ୱିକେଟ ମ୍ୟାଚରୁ ମୁଖ୍ୟ ଆକର୍ଷଣ ଥିଲା । କୋଲକାତାକୁ 7 ରନରେ ହରାଇ ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି ରାଜସ୍ଥାନ । ଚହଲ 4 ଓଭର ବୋଲିଂ କରି 40 ରନ ଦେଇ 5 ୱିକେଟ ହାସଲ କରିଥିଲେ ତେଣୁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଛି ।
କୋଲକାତା ଟସ ଜିତି ରାଜସ୍ଥାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ରାଜସ୍ଥାନର ଦୁଇ ଓପନର ବଟଲର ଓ ଦେବଦତ୍ତ ପାଦ୍ଦିକଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଦୁହିଁଙ୍କ ମଧ୍ୟରେ ୯୭ ରନ୍ର ଭାଗିଦାରୀ ହୋଇଥିଲା । ଅଧିନାୟକ ସଞ୍ଜୁ ସାମସନ୍ ମଧ୍ୟ ପଡ଼ିଆକୁ ଓହ୍ଲାଇ ବଡ଼ ସଟ୍ ଖେଳିବା ଆରମ୍ଭ କରି ଦେଇଥିଲେ । ବଟଲରଙ୍କ ଆକ୍ରାମକ ବ୍ୟାଟିଂ ଆଗରେ ଧରାଶାୟୀ ହୋଇ ପଡ଼ିଥିଲେ କୋଲକାତାର ବୋଲର । ବଲଟର ୬୧ ବଲ୍ରୁ ୯ଟି ଚୌକା ଓ ୫ ଛକା ସହାୟତାରେ ୧୦୩ ରନ୍ କରିଥିଲେ । ଯାହାଫଳରେ ରାଜସ୍ଥାନ ଦଳ ଏକ ବିଶାଳ ବିଜୟ ଲକ୍ଷ୍ୟ ଦେବାରେ ସକ୍ଷମ ହୋଇଥିଲା ।
ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ୫ ୱିକେଟ ହରାଇ ୨୧୭ କରିଥିଲା । କୋଲାକାତା ପକ୍ଷରୁ ପ୍ୟାଟ୍ କମିନ୍ସ ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ । ସେ ୧୨.୫୦ ହାରରେ ରନ୍ ଖର୍ଚ୍ଚ କରି ଗୋଟିଏ ୱିକେଟ ନେଇଥିଲେ। ଶିଭମ ମାଭି ଓ ଆନ୍ଦ୍ରେ ରସେଲ ମଧ୍ୟ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ସୁନୀଲ ନାରିନ ଦୁଇଟି ୱିକେଟ ଅକ୍ତିଆର କରିଥିଲେ । କୋଲକାତା ଆଗରେ ୨୧୮ ରନ୍ ଟାର୍ଗେଟ ରହିଥିଲା ।