ହାଇଦ୍ରାବାଦ: ଏଥର କଟକରୁ ହେବ ଆଇପିଏଲ ଟିମ । ଯଦି ସବୁ କିଛି ଠିକ୍ଠାକ୍ ରୁହେ, ଇଣ୍ଡିଆନ ପ୍ରିମିୟର ଲିଗ(IPl)ରେ କଟକ ନାମରେ ଏକ ଟିମ ଖେଳିବ । ଓଡିଶାରୁ କିମ୍ବା ଦେଶରୁ କୌଣସି ବ୍ୟବସାୟିକ ସଂସ୍ଥା, ସଂଗଠନ କିମ୍ବା ବ୍ୟକ୍ତିବିଶେଷ କଟକ ନାମରେ ଆଇପିଏଲ ଫ୍ରାଞ୍ଜାଇଜ କିଣି ରଖିପାରିବେ । ଅକ୍ଟୋବର ୨ ବିଡିଂର ଶେଷ ତାରିଖ ରହିଛି ।
ଲୋକପ୍ରିୟ ଟି୨୦ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୨ ସଂସ୍କରଣରେ ୮ଟି ପରିବର୍ତ୍ତେ ୧୦ ଟି ଅଂଶଗ୍ରହଣ କରିବେ । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଦୁଇଟି ନୂଆ ଫ୍ରାଞ୍ଚାଇଜ କିଣିବା ଓ ପରିଚାଳନା ପାଇଁ ଟେଣ୍ଡର ରିଲିଜ ଘୋଷଣା କରିଛି । ବିସିସିଆଇର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଲିଗ୍ରେ ଦେଶର ସମସ୍ତ ଭାଗରୁ ଟିମ ସମନ୍ବୟ ରକ୍ଷା କରିବାକୁ ଓ ବ୍ୟବସାୟିକ ଲାଭକୁ ଦୃଷ୍ଟିରେ ରଖି ଦୁଇଟି ନୂଆ ଟିମ ପାଇଁ ବୋର୍ଡ ଦେଶର ୬ଟି ସହରର ନାମ ଚୂଡାନ୍ତ କରିଛି । ଏଥିରେ ପୂର୍ବ ଭାରତର ରାଜ୍ୟ ଓଡିଶାର ପ୍ରମୁଖ ବାଣିଜ୍ୟିକ ସହର କଟକ ରହିଛି ।
ନଜର ପକାନ୍ତୁ BCCI ଦ୍ବାରା ସ୍ଥିର କରାଯାଇଥିବା ଦେଶର ୬ଟି ସହର ଉପରେ:
6ଟି ସହର ଗୌହାଟୀ, ରାଞ୍ଚି, କଟକ(ପୂର୍ବ) ଅହମ୍ମଦାବାଦ(ପଶ୍ଚିମ) ଲକ୍ଷ୍ନୌ,(ସେଣ୍ଟ୍ରାଲ ଜୋନ୍) ଧର୍ମଶାଳା(ଉତ୍ତର) ।
ନୂଆ ଟିମ ପାଇଁ ବେସ ପ୍ରାଇସ ରଖାଯାଇଛି ୨୦୦୦ କୋଟି । ଅର୍ଥାତ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରି ଆଇପିଏଲ ଟିମର ମାଲିକାନା ହାତେଇବାକୁ କୌଣସି ଟେଣ୍ଡର ଅଂଶଗ୍ରହଣକାରୀଙ୍କୁ ୨,୦୦୦ କୋଟି ଖର୍ଚ୍ଚ କରିବାକୁ ପ୍ରସ୍ତୁତ ରହିବାକୁ ହେବ । ଏନେଇ ୩୧ ଅଗଷ୍ଟ ୨୦୨୧ରେ BCCI ପକ୍ଷରୁ ଟେଣ୍ଡର ରିଲିଜ ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ ରହିଛି ।
ବ୍ୟବସାୟିକ ଲାଭ ଦୃଷ୍ଟିରୁ ସବୁ ଭାରତୀୟ ଭାଷୀୟ ଅଞ୍ଚଳରେ ଆଇପିଏଲର ସଂପ୍ରସାରଣର ରୂପରେଖ ପ୍ରସ୍ତୁତ କରିଛି BCCI । ଦେଶର ଅଧିକ ସଂଖ୍ୟକ ହିନ୍ଦୀ ଭାଷାଭାଷୀ ଅଞ୍ଚଳରୁ ଟିମ ଲିଗ୍ରେ ସାମିଲ କରିବାକୁ ବ୍ଲୁ ପ୍ରିଣ୍ଟ ବନାଇଛି ବୋର୍ଡ । କାରଣ ବିସିସିଆଇର ଏକ ତଥ୍ୟ ଅନୁଯାୟୀ, ଦେଶ ଅନ୍ୟ ଅଞ୍ଚଳ ଠାରୁ ହିନ୍ଦୀ ଭାଷୀୟ ଅଞ୍ଚଳରେ ସ୍ପୋର୍ଟ୍ସ ଅଧିକ ଲୋକପ୍ରିୟ ରହିଛି । Cricbuzzର ତଥ୍ୟ ଅନୁଯାୟୀ, ବର୍ଷ ୨୦୨୦ରେ ଆଇପିଏଲ ପ୍ରସାରଣ ମାନ୍ୟତା ଲାଭ କରିଥିବା ଷ୍ଟାର ସ୍ପୋର୍ଟ୍ସରେ ପ୍ରସାରିତ ହୋଇଥିବା ୪ ବିଲିୟନ ମିନିଟ ଆଇପିଏଲ କଭରେଜ ମଧ୍ୟରୁ ୬୫ ପ୍ରତିଶତ ଦର୍ଶକ(ଭିଓରସିପ୍) ହିନ୍ଦୀ ଭାଷୀୟ କ୍ଷେତ୍ରରୁ ରହିଥିଲେ । ଗତ ସପ୍ତାହରେ ସୋନି ଟେନ ୩, ସୋନି ପିକ୍ଚର ନେଟୱର୍କ ବୁକେଟ୍ର ହିନ୍ଦୀ ଚ୍ୟାନେଲ୍ ଦେଶର ନମ୍ବର ୧ ସ୍ପୋର୍ଟ୍ସ ଚ୍ୟାନେଲର ମାନ୍ୟତା ଲାଭ କରିଛି ।
ତେବେ କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରୀୟ ଇଲାକା ପାଇଁ IPL ସଂପ୍ରସାରଣ ନୁହେଁ ବରଂ ଦକ୍ଷିଣ ଭାରତର କୌଣସି ସହରକୁ ଫ୍ରାଞ୍ଜାଇଜ ନିଲାମରେ ସାମିଲ ନ କରିବାର ଅନ୍ୟ କାରଣ ମଧ୍ୟ ରହିଛି । କୋଚି ଏବେବି ବିବାଦୀୟ ସହର ହୋଇ ରହିଛି । କୋଚି ଟସ୍କର୍ କେରଳ ସହିତ ଆଇନଗତ ମକଦ୍ଦମା ମଧ୍ୟ ରହିଛି ।
ତେବେ ଗୋଟିଏ ତେଲଗୁ ଭାଷୀୟ ସହର ହାଇଦ୍ରାବାଦ ପୂର୍ବରୁ ଆଇପିଏଲରେ ଥିବାରୁ ବିଶାଖାପାଟ୍ଟନାମକୁ ସାମିଲ କରାଯାଇନାହିଁ । ଚେନ୍ନାଇ ସୁପର କିଙ୍ଗ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ୩ଟି ଟିମ ରହିଛି । ଆଇପିଏଲରେ ଅନ୍ୟ ଅଞ୍ଚଳ ଠାରୁ ଦକ୍ଷିଣ ଭାରତୀୟ କ୍ଷେତ୍ରର ଟିମ ଅଧିକ ପ୍ରତିନିଧିତ୍ବ କରୁଛନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ଉତ୍ତର ଭାରତୀୟ କ୍ଷେତ୍ରର ଟିମ ହୋଇଥିବାବେଳେ କୋଲକାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଯଥାକ୍ରମେ ପୂର୍ବ ଓ ପଞ୍ଚମରୁ ପ୍ରତିନିଧିତ୍ବ କରୁଛନ୍ତି । ରାଜସ୍ଥାନ ରୟାଲ୍ସର ହୋମସିଟି ଜୟପୁର କ୍ରିକେଟ ମ୍ୟାପ୍ରେ ସେଣ୍ଟ୍ରାଲ ଜୋନ୍ ମଧ୍ୟରେ ଆସୁଛି ।
ବର୍ଷ ୨୦୧୧ରେ ୧୦ ଟିମ ବିଶିଷ୍ଟ IPL ଟୁର୍ଣ୍ଣାମେଣ୍ଟ ମଧ୍ୟ ଖେଳାଯାଇଥିଲା । ପୁନେ ୱାରିୟର୍ସ ଓ କୋଚି ଟସ୍କର୍ସ ନୂଆ ଫ୍ରାଞ୍ଚାଇଜ ଭାବେ ସାମିଲ ହୋଇଥିଲେ । ୨୦୧୩ ପର୍ଯ୍ୟନ୍ତ ପୁନେ ୱାରିୟର୍ସ ଖେଳିଥିଲା ଓ ମାତ୍ର ୨୦୧୧ ପରେ କୋଚି ଟସ୍କର୍ସକୁ ସାମିଲ କରାଯାଇନଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ