ଓଡିଶା

odisha

IPL 2022 15th Match: ଆଜି DC-LSG ମୁକାବିଲା

By

Published : Apr 7, 2022, 8:37 AM IST

ଆଇପିଏଲର ଆଜି ୧୫ତମ ଲିଗ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

DC VS LSG
DC VS LSG

ମୁମ୍ବାଇ:ଆଇପିଏଲର ୧୫ତମ ଲିଗ ମ୍ୟାଚରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ପରସ୍ପରକୁ ଭେଟିବେ । ଏହି ମ୍ୟାଚକୁ ଉଭୟ ଦଳ ଫୁଲ ପ୍ରସ୍ତୁତ ଅଛନ୍ତି । ଲକ୍ଷ୍ନୌ ୩ଟି ମ୍ୟାଚରୁ ୨ଟିରେ ବିଜୟ ସହ ମୋଟ ୪ ପଏଣ୍ଟ ହାସଲ କରିଛି । ଦିଲ୍ଲୀ କ୍ୟାପିଟାଲ୍ସ ୨ଟି ମ୍ୟାଚ ଖେଳି ଗୋଟିଏରେ ବିଜୟ ହୋଇ ୨ ପଏଣ୍ଟ ହାତେଇଛି । ଆଜିର ମ୍ୟାଚ ଜିତିବାକୁ ଉଭୟ ଦଳ ଚେଷ୍ଟା କରିବେ ।

ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ଗୁଜୁରାଟଠୁ ପରାସ୍ତ ହୋଇଥିଲା । ଏହାପରେ ଦଳ ଚମତ୍କାର ପ୍ରଦର୍ଶନ କରି ବିଜୟ ଖାତା ଖୋଲିଥିଲା । ଏହାରି ଭିତରେ ଅନ୍ୟ ୨ଟି ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇ ଓ ହାଇଦ୍ରାବାଦକୁ ହରାଇଛି ସୁପରଜାଏଣ୍ଟ । ଦଳର ମନୋବଳ ଦୃଢ ରହିଛି । ଅଭେଷ ଖାନ ଓ ଜାସନ ହୋଲ୍ଡଙ୍କ ଘାତକ ବୋଲିଂ ଜାରି ରହିଛି । ଲକ୍ଷ୍ନୌର ବ୍ୟାଟିଂ ବିଭାଗ ମଧ୍ୟ ଭଲ ରହିଛି । ଆଜି ଏକଦଶରେ ମାର୍କସ ଷ୍ଟଇନିସ ଖେଳିବାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ...IPL 2022: ମୁମ୍ବାଇର ଲଗାତାର ତୃତୀୟ ପରାଜୟ, ୫ ୱିକେଟରେ ଜିତିଲା KKR

ଅନ୍ୟପଟେ ଗୁଜୁରାଟ ଟାଇଟନ୍ସଠୁ ଦିଲ୍ଲୀ ତାର ଏକ ମ୍ୟାଚରେ ପରାସ୍ତ ହୋଇଥିଲା । ଦଳର ଅନେକ ତ୍ରୁଟି ନଜର ଆସିଛି । ଆଜିର ମ୍ୟାଚ ଜିତିବାକୁ ହେଲେ ଦଳକୁ ବୋଲିଂ ଓ ବ୍ୟାଟିଂ ସ୍ଥିତି ସମ୍ଭାଳି ଖେଳିବାକୁ ପଡିବ । ଦଳର ଏକାଦଶରେ ପରିବର୍ତ୍ତନ ଆଶା ରହିଛି । ଆଜିର ମ୍ୟାଚ ଜିତିଲେ ଦଳ ବିଜୟ ଧାରାକୁ ଫେରିବ । ସନ୍ଧ୍ୟା ୭ଟା ୩୦ରେ ମ୍ୟାଚ ଆରମ୍ଭ ହେବ ।

ABOUT THE AUTHOR

...view details