ଓଡିଶା

odisha

ETV Bharat / sports

ଆଇପିଏଲ ମହାସମର: ରାଜସ୍ଥାନକୁ 177 ରନ୍‌ରେ ରୋକିଲା ବାଙ୍ଗାଲୋର

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 177 ରନ ସଂଗ୍ରହ କରିଛି ରାଜସ୍ଥାନ ରୟାଲ୍ସ । ଅଧିକ ପଢନ୍ତୁ...

By

Published : Apr 22, 2021, 9:35 PM IST

Updated : Apr 22, 2021, 10:19 PM IST

IPL 2021: RR  set a target of 178 runs vs RCB
ଆଇପିଏଲ ମହାସମର: ରାଜସ୍ଥାନକୁ 177 ରନ୍‌ରେ ରୋକିଲା ବାଙ୍ଗାଲୋର

ମୁମ୍ବାଇ: ଚଳିତ ଆଇପିଏଲର 16ତମ ମୁକାବିଲା ୱାଙ୍ଖଡେ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ଆରସିବି କ୍ୟାପଟେନ ବିରାଟ କୋହଲି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଫଳରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ୱିକେଟ ହରାଇ 177 ରନ ସଂଗ୍ରହ କରିଛି ରାଜସ୍ଥାନ ରୟାଲ୍ସ । ଫଳରେ ଆରସିବି ସାମ୍ନାରେ 178 ରନର ବିଜୟ ଲକ୍ଷ୍ୟ ରହିଛି ।

ୱିକେଟ ହାସଲ ପରେ ମହମ୍ମଦ ସିରାଜ

ରାଜସ୍ଥାନ ପକ୍ଷରୁ ସର୍ବାଧିକ 46 ରନ୍‌ର ଇଂନିସ ଖେଳିଛନ୍ତି ଅଲରାଉଣ୍ଡର ଶିବମ ଦୁବେ । 32ବଲ୍‌ରୁ 5 ଚୌକା ଓ 2 ଛକା ସହାୟତାରେ 46 ରନ୍‌ର ଉପଯୋଗୀ ଇଂନିସ ଖେଳିଛନ୍ତି ଦୁବେ । ରାହୁଲ ତେୱାତିଆ ମଧ୍ୟ 23 ବଲ୍‌ରୁ 4ଚୌକା ଓ 2 ଛକା ସହାୟତାରେ 40 ରନର ଦ୍ରୁତ ଇଂନିସ ଖେଳିଛନ୍ତି । ରିୟାନ ପରାଗ 25 ଓ କ୍ୟାପଟେନ ସଞ୍ଜୁ ସାମସନ ମାତ୍ର 21 ରନର କରିଛନ୍ତି । ତେବେ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ ଡଜସ ବଟ୍‌ଲର, ମନନ ଭୋହରା ଓ ମିଲର ଫେଲ୍‌ ମାରିଥିଲେ ।

ଅନ୍ୟପଟେ ଆରସିବି ପକ୍ଷରୁ ପୁଣି ଦମଦାର ପ୍ରଦର୍ଶନ କରିଥିଲେ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ହର୍ଷଲ ପଟେଲ । ସିରାଜ 4 ଓଭରରେ 27 ରନ୍‌ ବ୍ୟୟରେ 3ଟି ଓ ହର୍ଷଲ 47 ରନ ବ୍ୟୟରେ 3ଟି ୱିକେଟ ଅକ୍ତିଆର କରିଛନ୍ତି । ଜେମିଏସନ, କେନ ରିଚାର୍ଡସନ ଓ ୱାସିଂଟନ ସୁନ୍ଦରଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 22, 2021, 10:19 PM IST

ABOUT THE AUTHOR

...view details