ଚେନ୍ନାଇ: ଚଳିତ ଆଇପିଏଲରେ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ 38 ରନ୍ରେ ହରାଇଛି ବିରାଟ କୋହଲିଙ୍କ ଆରସିବି । ଦଳର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ଗ୍ଳେନ ମାକ୍ସୱେଲ ଓ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ଆରସିବି 204/4 ରନ କରିଥିଲା । ଜବାବରେ କେକେଆର 166/8ରେ ସୀମିତ ରହିଥିଲା ।
କୋଲକାତା ପକ୍ଷରୁ ଆଣ୍ଡ୍ରେ ରସେଲ 20 ବଲ୍ରୁ 31 ରନର ତୋଫାନୀ ଇଂନିସ ଖେଳି ବିଜୟ ଆଶା ଦେଖାଇଥିଲେ । ମାତ୍ର ମହମ୍ମଦ ସିରାଜ ଓ କେଲ ଜେମିଏସନଙ୍କ ମାରାତ୍ମକ ବୋଲିଂ ସହ ରସେଲଙ୍କୁ ରୋକିଥିଲେ । ଆରସିବି ପକ୍ଷରୁ ଜେମିଏସନ ସର୍ବାଧିକ 3ଟି ୱିକେଟ ହାସଲ କରିଥିଲେ ।