ଅହମ୍ମଦାବାଦ: ଆଇପିଏଲର 25ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଦମଦାର ବିଜୟ ମିଳିଛି । କୋଲକାତା ନାଇଟ ରାଇଡର୍ସ ପକ୍ଷରୁ 155 ରନ୍ର ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଛି ଦିଲ୍ଲୀ ।
ଦୁଇ ଓପନର ଶିଖର ଧାୱନ ଓ ପୃଥ୍ବୀ ଶଙ୍କ ମଧ୍ୟରେ ମ୍ୟାଚ ବିଜୟୀ 132 ରନର ଭାଗିଦାରୀ ଦିଲ୍ଲୀ ବିଜୟ ସୁନିଶ୍ଚିନ୍ତ କରିଥିଲା । ଫଳରେ 155 ରନର ବିଜୟ ଲକ୍ଷ୍ୟକୁ 16.3 ଓଭରରେ 3 ୱିକେଟ ହରାଇ ସହଜରେ ହାସଲ କରିନେଇଛି ଦିଲ୍ଲୀ ।