ହାଇଦ୍ରାବାଦ:ଏକାଧିକ ଖେଳାଳି କୋରୋନା ସଂକ୍ରମିତ ପରେ ଆଇପିଏଲର 14ତମ ସଂସ୍କରଣ ସ୍ଥଗିତ ହୋଇଛି । ତେବେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୋମବାର ସିଏସକେ ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜି ପଜିଟିଭ ଚିହ୍ନଟ ହେବାପରେ ବ୍ୟାଟିଂ କୋଚ୍ ମାଇକେଲ ହସି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ହସିଙ୍କ ନମୁନା ପୁନର୍ବାର ପରୀକ୍ଷା ପାଇଁ ପଠାଯାଇଥିବା ସିଏସକେ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।
ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍ ଓ ବିସିସିଆଇର ଏକ ଜରୁରିକାଳୀନ ବୈଠକ ବସିଥିଲା । ଏଥିରେ ସର୍ବସମ୍ମତି କ୍ରମେ ଆଇପିଏଲ 2021 ସଂସ୍କରଣକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିଲା ।