ଓଡିଶା

odisha

ETV Bharat / sports

ଆଇପିଏଲ 2020: ଆଜି ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ମୁକାବିଲା - ମୁମ୍ବାଇ ଇଣ୍ଡିଆନ୍ସ

ଆଇପିଏଲ 13ତମ ସଂସ୍କରଣର 48ତମ ମ୍ୟାଚ ଖେଳାଯିବ। ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ମୁକାବିଲା। ଅଧିକ ପଢ଼ନ୍ତୁ...

ଆଇପିଏଲ 2020: ଆଜି ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ମୁକାବିଲା
ଆଇପିଏଲ 2020: ଆଜି ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ମୁକାବିଲା

By

Published : Oct 28, 2020, 5:30 PM IST

Updated : Oct 28, 2020, 7:57 PM IST

ଦୁବାଇ: ଆଜି(ବୁଧବାର) ଆଇପିଏଲ 13ତମ ସଂସ୍କରଣର 48ତମ ମ୍ୟାଚ ଖେଳାଯିବ। ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ମୁକାବିଲା। ଯେଉଁ ଟିମ ଆଜିର ମ୍ୟାଚ ଜିତିବ ସେହି ଟିମ ପ୍ଲେ-ଅଫ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବ।

ଆଇପିଏଲ 2020

ଆହତଜନିତ ସମସ୍ୟା ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଅଧିନାୟକ ରୋହିତ ଶର୍ମା ପ୍ଲେଇଙ୍ଗ ଇଲେଭେନରୁ ବାଦ ପଡ଼ିଛନ୍ତି। ଏହାଛଡ଼ା ରୋହିତଙ୍କ ଭଳି ଦମଦାର ବ୍ୟାଟ୍ସମ୍ୟାନ ପଡ଼ିଆ ବାହାରେ ବସିବା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଶେଷ ଦୁଇଟି ମ୍ୟାଚ ଖେଳିନଥିଲେ ରୋହିତ। ତାଙ୍କ ବଦଳରେ କୈରନ ପୋଲାର୍ଡ ଦଳର ନେତୃତ୍ବ ନେଇଛନ୍ତି। ତେବେ ମୁମ୍ବାଇ ତାର ପୂର୍ବ ମ୍ୟାଚରେ ରାଜସ୍ଥାନ ରୟାଲ୍ସଠାରୁ ହାରିବାକୁ ପଡ଼ିଥିଲା। 195 ରନର ବିଶାଳ ସ୍କୋର ସତ୍ତ୍ବେ ମୁମ୍ବାଇ ମ୍ୟାଚ ହାତେଇ ପାରିନଥିଲା। ଅଲରାଉଣ୍ଡର ବେନ ଷ୍ଟୋକସଙ୍କ ଶତକୀୟ ଇନିଂସ ଏବଂ ସଞ୍ଜୁ ସାମସନଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ମୁମ୍ବାଇ ହାତରୁ ମ୍ୟାଚ ଛଡ଼ାଇ ନେଇଥିଲା ରାଜସ୍ଥାନ।

ଆଇପିଏଲ 2020: ଆଜି ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ମୁକାବିଲା

ରୋହିତ ବାଦ ପଡ଼ିବା ପରେ ଓପନିଂ ଭାର ସମ୍ଭାଳିଛନ୍ତି ଯୁବ କ୍ରିକେଟ ଇଶାନ କିଷନ ଓ କ୍ବିଣ୍ଟନ ଡିକକ। ବର୍ତ୍ତମାନ ସୁଦ୍ଧା ଦୁଇ ଓପନର ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଡିକକ୍ 11ଟି ମ୍ୟାଚ ଖେଳି ମୋଟ 374 ରନ କରିଛନ୍ତି। ସେପଟେ ମଧ୍ୟକ୍ରମରେ ବ୍ୟାଟିଂ ପାଇଁ ଦଳରେ ହାର୍ଦ୍ଧିକ ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ୟାଦବ ରହିଛନ୍ତି। ପାଣ୍ଡ୍ୟା ରାଜସ୍ଥାନ ବିପକ୍ଷରେ 21ଟି ବଲରୁ 60ରନ କରି ବ୍ୟାଟିଂ ଦମ ଦେଖାଇଥିଲେ। ସେପଟେ ରୋହିତଙ୍କ ବଦଳରେ ଦଳରେ ସୌରଭ ତୀୱାରି ଦଳରେ ସାମିଲ ହୋଇଛନ୍ତି। ସୌରଭଙ୍କ ପାଖରେ ମଧ୍ୟ ବଡ଼ ସଟ ଖେଳିବାର କ୍ଷମତା ରହିଛି। ପୋଲାର୍ଡଙ୍କ ଅଭିଜ୍ଞତା ଦଳର ବ୍ୟାଟିଂକୁ ଆହୁରି ମଝବୁତ କରିଛି ।

ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର ଟୁର୍ଣ୍ଣାମେଣ୍ଟରେ ଦମ ଦେଖାଇଛନ୍ତି। ଟ୍ରେଣ୍ଟ ବୋଲ୍ଟ ଜସପ୍ରୀତ ବୁମରା, ଜେମସ୍ ପାଟିନସନ ବର୍ତ୍ତମାନ ସୁଦ୍ଧା ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଜଶପ୍ରୀତ ବୁମରା ବର୍ତ୍ତମାନ ସୁଦ୍ଧା 17ଟି ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ 16 ୱିକେଟ ନେଇଛନ୍ତି। ତେବେ ରାଜସ୍ଥାନ ବିପକ୍ଷରେ ଏହି ବୋଲରମାନେ ଫେଲ ମାରିଥିଲେ। ଏହାଛଡ଼ା ମୁମ୍ବାଇ ପାଖରେ ରାହୁଲ ଚହର ଓ କ୍ରୁନାଲ ପାଣ୍ଡ୍ୟାଙ୍କ ଭଳି ଲେଗ ସ୍ପିନର ରହିଛନ୍ତି। ଯେଉଁମାନେ ଦରକାର ସମୟରେ ଦଳ ପାଇଁ ୱିକେଟ ନେଇ ଦେଖାଇଛନ୍ତି।

ଆଇପିଏଲ 2020: ଆଜି ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ମୁକାବିଲା

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମରେ ମଧ୍ୟ ଆହତଜନିତ ସମସ୍ୟା ରହିଛି। ଦଳର ଷ୍ଟ୍ରାଇକ ବୋଲର ନବଦୀପ ସାଇନି ଆହତ ହୋଇ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ୁଛନ୍ତି। ତେବେ ବାଙ୍ଗାଲୋରର ବ୍ୟାଟିଂ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଭଳି ମଝବୁତ ରହିଛି । ଯୁବ ଦେବଦତ୍ତ ପାଡିକଲ ଓ ଅଭିଜ୍ଞ ଆରୋନ ଫିଞ୍ଚ ଦଳ ପାଇଁ ଦମଦାର ଓପନିଂ କରିଛନ୍ତି । ଦେବଦତ୍ତ ପାଡିକଲ ବର୍ତ୍ତମାନ ସୁଦ୍ଧା 343 ରନ କରିଥିବାବେଳେ ଆରୋନ ଫିଞ୍ଚ 324 ରନ କରିଛନ୍ତି । ଦୁଇ ଓପନରଙ୍କ ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଓ ଏବି ଡିଭିଲିୟର୍ସଙ୍କ ଉପରେ ଥିବା ବ୍ୟାଟିଂ ବୋଝ କମ ହୋଇଛି । ତେବେ ବିରାଟ କୋହଲି ମଧ୍ୟ ଟୁର୍ଣ୍ଣାମେଣ୍ଟରେ 415 ରନ କରି ସାରିଛନ୍ତି। ଏହାପରେ ଦଳର ଅଲରାଉଣ୍ଡର କ୍ରଶ ମୋରିସ ମଧ୍ୟ ନିଜ ବ୍ୟାଟର ଦମ ଦେଖାଇଛନ୍ତି ।

ସେପଟେ ଦଳ ପାଖରେ ଯୁବ ବୋଲିଂ ଆଟାକର ଜୋଶ ରହିଛି । ନବଦୀପ ସାଇନି, ମହମ୍ମଦ ସିରାଜ, ଇସୁରୁ ଉଡଡ଼ାନା ଓ ଶିଭମ ଦୁବେ ନିଜ ବୋଲିଂ ଧାର ଦେଖାଇଛନ୍ତି। ଏହି ଯୁବ ବୋଲିଂ ଆଟାକ ନେତୃତ୍ବ ନେଉଛନ୍ତି ଅଭିଜ୍ଞ କ୍ରିଶ ମୋରିସ। ସ୍ପିନ ବୋଲିଂ ପାଇଁ ଦଳ ପାଖରେ ଚାଲାକ ବୋଲର ୟୁଜିବେନ୍ଦ୍ର ଚହଲ ରହିଛନ୍ତି । ୱାଶିଂଟନ ସୁନ୍ଦର ମଧ୍ୟ ଦଳ ପାଇଂ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଦେଖିବାକୁ ବାକି ରହିଲା ଆଜିର ମ୍ୟାଚ କିଏ ବାଜିମାତ କରୁଛି ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅନୁକୁଲ ରୟ, କ୍ରିସ୍ ଲିନ୍, ଧୱଲ କୁଲକର୍ଣ୍ଣି, ଦିଗବିଜୟ ଦେଶମୁଖ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଜେମ୍ସ ପାଟିନସନ, ଜସପ୍ରୀତ ବୁମରା, ଜୟନ୍ତ ଯାଦବ, କୈରନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ନାଥନ୍ କୁଲଟର-ନାଇଲ୍, ପ୍ରିନ୍ସ ବଲୱନ୍ତ ରାୟ, କ୍ୱିଣ୍ଟନ୍ ଡି କକ୍ (ୱିକେଟ୍ କିପର), ରାହୁଲ ଚହର, ସୌରଭ ତିୱାରୀ, ଶେରଫେନ୍ ରଦରଫୋର୍ଡ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଆରୋନ ଫିଞ୍ଚ, ଦେବଦତ୍ତ ପାଦିକ୍କାଲ, ପାର୍ଥିବ ପଟେଲ, ବିରାଟ କୋହଲି (କ୍ୟାପଟେନ), ଏବି ଡି ଭିଲିୟର୍ସ (ୱିକେଟ୍ କିପର), ଗୁରୁକିରତ ସିଂ, ଶିଭମ୍ ଦୁବେ, କ୍ରିସ୍ ମୋରିସ୍, ୱାଶିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ, ନବଦୀପ ସାଇନି, ଡେଲ ଷ୍ଟେନ, ୟୁଜିବେନ୍ଦ୍ର ଚହଲ, ଆଦାମ ଜାମ୍ପା, ଇସୁରୁ ଉଦାନା, ମୋଇନ ଅଲି, ଜୋଶ ଫିଲିପ, ପବନ ନେଗି, ପବନ ଦେଶପାଣ୍ଡେ, ମହମ୍ମଦ ସିରାଜ, ଉମେଶ ଯାଦବ ।

Last Updated : Oct 28, 2020, 7:57 PM IST

ABOUT THE AUTHOR

...view details