ଦୁବାଇ: ଶେଷ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗର 13ତମ ସଂସ୍କରଣ । କୋରୋନା ମହାମାରୀ ପାଇଁ ବିଦେଶ ମାଟି ଦୁବାଇରେ ଆୟୋଜିତ ହୋଇଥିବା ଆଇପିଏଲର ଫାଇନାଲ ମ୍ୟାଚ ଗତକାଲି (ମଙ୍ଗଳବାର) ଦୁବାଇ ଇଣ୍ଟନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଛି । ଯେଉଁଠି ପ୍ରଥମ ଥର ଫାଇନାଲ ଖେଳୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ 5ମ ଥର ପାଇଁ ଟାଇଟଲ ବିଜେତା ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଟ୍ରଫି ହାସଲ ପରେ ପାଣ୍ଡ୍ୟା ଟ୍ରଫି କୁନି ପୁଅ ପରି କୋଳେଇ ଧରିଥିବାର ନଜର ଆସିଛନ୍ତି । ଆଉ ଯାହାର ଏକ ଫଟୋ ପାଣ୍ଡ୍ୟା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, ‘ଅଗସ୍ତ୍ୟା ଏହା ତୁମ ପାଇଁ... । ’
ଆଇପିଏଲ 2020: ‘ଅଗସ୍ତ୍ୟା ଏହା ତୁମ ପାଇଁ...’ - Hardik Pandya
ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ସେମାନଙ୍କ ପଞ୍ଚମ ଆଇପିଏଲ ଟାଇଟଲ ଉଠାଇବା ପରେ ପାଣ୍ଡ୍ୟା ଏହାକୁ 3 ମାସର ପୁଅ ଅଗସ୍ତ୍ୟାଙ୍କୁ ଉତ୍ସର୍ଗ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଗସ୍ତ୍ୟ ଏହା ଆପଣଙ୍କ ପାଇଁ ।
ଆଇପିଏଲ୍ 2020 ରେ ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଏକ ପ୍ରମୁଖ ଅଂଶ ସାଜିଛନ୍ତି । ପାଣ୍ଡ୍ୟା ଏହି ସିଜନରେ 178.98 ର ଚମତ୍କାର ଷ୍ଟ୍ରାଇକ୍ ହାରରେ 14 ଟି ମ୍ୟାଚରେ 281 ରନ୍ ସଂଗ୍ରହ କରିଥିଲେ । ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ସେମାନଙ୍କର 5ମ ଆଇପିଏଲ୍ ଟାଇଟଲ୍ ଉଠାଇବା ପରେ ପାଣ୍ଡ୍ୟା ଏହାକୁ 3 ମାସର ପୁଅ ଅଗସ୍ତ୍ୟାଙ୍କୁ ଉତ୍ସର୍ଗ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଗସ୍ତ୍ୟ ଏହା ଆପଣଙ୍କ ପାଇଁ, ଟ୍ରଫି ଉଠାଇବାର ଚିତ୍ର ସହିତ ସେ ଟ୍ୱିଟ୍ କରି କହିଛନ୍ତି, ମୁମ୍ବାଇ ଦଳକୁ ମୁଁ ବହୁତ ଭଲ ପାଏ ।
ସୂଚନାଥାଉ କି, ଚଳିତ ସିଜିନକୁ ମିଶାଇ (2013, 2015, 2017 ଓ 2019)ରେ 5ଥର ପାଇଁ ଆଇପିଏଲ ଟ୍ରଫି ଉଠାଇଛି ମୁମ୍ବାଇ ଇଣ୍ଡିଆନ୍ସ । ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦିଲ୍ଲୀ ତା’ର କ୍ୟାପଟେନ୍ ଶ୍ରେୟସ ଆୟର୍ ଓ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂ ବଳରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୬ ରନ୍ କରିଥିଲା । ଏହାର ଜବାବରେ ମୁମ୍ବାଇ ୧୮.୪ ଓଭରରେ ୫ ୱିକେଟ୍ ହରାଇ ୧୫୭ ରନ୍ କରି ଏକତରଫା ବିଜୟ ହାସଲ କରିଛି । ମୁମ୍ବାଇ ପକ୍ଷରୁ କ୍ୟାପଟେନ୍ ରୋହିତ୍ ସର୍ବାଧିକ ୬୮ (୫ ଚୌକା, ୪ ଛକା) ରନ୍ କରିଥିଲେ ।