ଦୁବାଇ: ଏବି ଡି ଭିଲିୟର୍ସଙ୍କ 22 ବଲରୁ ଧୂଆଁଧାର 55 ରନ ବଳରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ 7 ୱିକେଟରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଶନିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା ।
178 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଆରସିବି ପାଇଁ ଓପନିଂ ଯୋଡିରେ ଆରୋନ ଫିଞ୍ଚ ଓ ଦେବଦତ୍ତ ପାଦିକ୍କଲ ମାତ୍ର 23 ରନ ଯୋଡିଥିଲେ । ମ୍ୟାଚର 4ର୍ଥ ଓଭରରେ, 14ରନରେ ବ୍ୟାଟିଂ କରୁଥିବା ସମୟରେ ଶ୍ରେୟସ ଗୋପାଳଙ୍କ ଶିକାର ହୋଇଥିଲେ ଫିଞ୍ଚ ।
ପରେ କ୍ୟାପଟେନ ବିରାଟ କୋହଲି ଓ ପାଦିକ୍କଲଙ୍କ ମଧ୍ୟରେ ଉପଯୋଗୀ 79 ରନର ପାର୍ଟନରସିପ ହୋଇଥିଲା । 35 ରନର ଇଂନିସ ଖେଳି ପାଦିକ୍କଲ ରାହୁଲ ତେୱାତିଆଙ୍କ ବଲରେ ୱିକେଟ ହରାଇଥିଲେ । ଏହାର ପରବର୍ତ୍ତୀ ଓଭରରେ କାର୍ତ୍ତିକ ତ୍ୟାଗୀଙ୍କ ବଲରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ କୋହଲି ।
32 ବଲରୁ ଦୁଇଟି ଛକା ଓ ଗୋଟିଏ ଚୌକା ସହାୟତାରେ 43 ରନର ଇଂନିସ ଖେଳିଥିଲେ କୋହଲି ।