ହାଇଦ୍ରାବାଦ୍: ଭଜିଙ୍କ ଆନ୍ନା ଲୁକ୍ । ଜବରଦସ୍ତ ଅନ୍ଦାଜରେ ହରଭଜନ ସିଂ । ଟିମ ଇଣ୍ଡିଆ ଏବଂ ଟି-ଟ୍ବେଣ୍ଟି ଚେନ୍ନାଇ ସୁପରକିଙ୍ଗ୍ର ଦିଗ୍ଗଜ ବୋଲର ଲୁଙ୍ଗି ପିନ୍ଧିଥିବାର ନଜର ଆସିଛନ୍ତି । ତେବେ ସେ ଏହି ଭିଡିଓକୁ ନିଜ ଇନ୍ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ଏହି ଭିଡିଓରେ ଭଜି ଲୁଙ୍ଗି ପିନ୍ଧି ଯୋଦ୍ଧା ଭଳି ଦେଖାଯାଉଛନ୍ତି ।
ତାମିଲି ଲୁକରେ ପଞ୍ଜାବି ସେର୍ - challenge
ଟିମ ଇଣ୍ଡିଆ ଏବଂ ଇଣ୍ଡିଆନ ଟି-ଟ୍ବେଣ୍ଟି ଚେନ୍ନାଇ ସୁପରକିଙ୍ଗ୍ର ଦିଗ୍ଗଜ୍ ବୋଲର ଲୁଙ୍ଗି ପିନ୍ଧିଥିବାର ନଜର ଆସିଛନ୍ତି । ତେବେ ସେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ଏହି ଭିଡିଓରେ ଭଜି ଲୁଙ୍ଗି ପିନ୍ଧି ଯୋଦ୍ଧା ଭଳି ଦେଖାଯାଉଛନ୍ତି ।
38 ବର୍ଷିୟ ହରଭଜନ ତାମିଲନାଡୁର ପାରମ୍ପରିକ ସାର୍ସଲ ଆର୍ଟ 'ସିଲବମର' ଷ୍ଟେପ କରୁଥିବାର ନଜର ଆସୁଛନ୍ତି । ସେ ଏହି ଭିଡିଓରେ ବାଡିକୁ ନେଇ କସରତ କରୁଛନ୍ତି । ତେବେ ଏଥିରେ ଶିଖର ଧୱନ କମେଣ୍ଟ କରି ଲେଖିଛନ୍ତି 'ୱାହ ପାଜି ମଜା ଆସିଗଲା ଦେଖିକରି ।'
ସୂଚନାଯୋଗ୍ୟ ଯେ, ହରଭଜନ IPLର ଏହି ସିଜିନରେ ଖୁବ୍ ଭଲ ଫର୍ମରେ ନଜର ଆସୁଛନ୍ତି । ସେ ଏପର୍ଯ୍ୟନ୍ତ ସର୍ବମୋଟ 4ଟି ମ୍ୟାଚ ଖେଳିଛନ୍ତି । ଯାହା ମଧ୍ୟରୁ 7 ୱିକେଟ୍ ନେଇଛନ୍ତି । ଏହାସହ ସୁଜନରେ ପ୍ରଥମ ମୁକାବିଲାରେ ସେ ବେଙ୍ଗାଲୁରୁ ବିପକ୍ଷରେ ବୋଲିଂ କରି 20 ରନ ଦେଇ 3ଟି ୱିକେଟ୍ ହାତେଇଥିଲେ । ଯେଉଁ କାରଣରୁ ତାଙ୍କୁ ପ୍ରଥମ ମ୍ୟାଚରେ ମେନ୍ ଅଫ୍ ଦି ମ୍ୟାଚର ଖିତାବ ମିଳିଥିଲା ।