ଜୟପୁର: ମହିଳା ଆଇପିଏଲର ତୃତୀୟ ମ୍ୟାଚ ଗୁରୁବାର ସ୍ଥାନୀୟ ସୱାଇ ମାନସିଂ ଷ୍ଟାଡିୟମରେ ଖେଳାଯାଇଛି । ଏଥିରେ ସୁପରନୋଭାସ ଦଳ ଭେଲୋସିଟିକୁ 12ରନରେ ହରାଇଛି ।
ପ୍ରଥମେ ବ୍ୟାଟିଂ କରି ହରମନପ୍ରୀତଙ୍କ ସୁପରନୋଭାସ ଦଳ 142 ରନ କରିଥିଲା । ଦଳ ପକ୍ଷରୁ 18 ବର୍ଷୀୟା ଜେମିମା ରୋଡ୍ରିଗ୍ୟୁସ ଦମଦାର ଇଂନିସ ଖେଳିଥିଲେ । ସେ 48 ବଲରୁ ବିଷ୍ପୋରକ 77ରନର ପାଳି ଖେଳିଥିଲେ । ଏହି ପାଳିରେ 10ଟି ଚୈକା ଗୋଟିଏ ଛକା ସାମିଲ ରହିଛି ।
ଜବାବରେ ଭେଲୋସିଟି 130 ରନରେ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ କ୍ୟାପଟେନ ମିତାଲି ରାଜ 42 ବଲରୁ 40 ରନ କରିଥିଲେ । ଡାନିଏଲ ୱାଟ 33 ବଲରୁ 43 ରନର ପାଳି ଖେଳିଥିଲେ । ଭେଦା କ୍ରିଷ୍ଣାମୂର୍ତ୍ତୀ ଶେଷ ଯାଏଁ ଅପରାଜିତ ରହି 30 ରନର କରିଥିଲେ।
ଗୋଟିଏ ଲେଖାଏଁ ମ୍ୟାଚ ଜିତିବାରୁ ତିନିଦଳଙ୍କ ପଏଣ୍ଟ ବରାବର ରହିଛି । କିନ୍ତୁ ରନରେଟରେ ଆଗୁଆ ଯୋଗୁଁ ଫାଇନାଲରେ ଭେଲୋସିଟି ବନାମ ସୁପରନେଭାସ ପୁଣି ମୁହାଁମୁହିଁ ହେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ