ଓଡିଶା

odisha

ETV Bharat / sports

ଚେନ୍ନାଇ ବନାମ ବେଙ୍ଗାଲୁରୁ: ଜାଣନ୍ତୁ ମ୍ୟାଚର 5 ଟପ ପ୍ଲେୟାରଙ୍କୁ - ସିଏସକେ

ଦୁଇ ଦଳ ମଧ୍ୟରେ ମ୍ୟାଚକୁ ନେଇ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି । ଡିଫେଣ୍ଡିଂ ଚମ୍ପିଆନ ସିଏସକେକୁ ସାମନା କରିବା ଆରସିବି ପାଇଁ ଚ୍ୟାଲେଞ୍ଜ ହେବ ନିଶ୍ଚୟ । ରେକର୍ଡ ଓ ଫର୍ମ ଉଭୟରେ ଆଗରେ ରହିଛି ଚେନ୍ନାଇ ।

ଫାଇଲ ଫଟୋ

By

Published : Mar 23, 2019, 11:07 PM IST

ବେଙ୍ଗାଲୁରୁ: ଆଉ ରହିଲା ମାତ୍ର ଅଳ୍ପ ସମୟ । ଆରମ୍ଭ ହୋଇଯିବ କ୍ରିକେଟର ଫଟାଫଟ ଖେଳ । ବିଶ୍ବର ସବୁଠାରୁ ଧନଶାଳୀ ଟ୍ବେଣ୍ଟି20 ଲିଗର ଦ୍ବାଦଶ ସଂସ୍କରଣର ଶୁଭାରମ୍ଭ ହେବ । ଚେନ୍ନାଇରେ ଖେଳାଯିବ ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଉଦଘାଟନୀ ମ୍ୟାଚ ।

ଦୁଇ ଦଳ ମଧ୍ୟରେ ମ୍ୟାଚକୁ ନେଇ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି । ଡିଫେଣ୍ଡିଂ ଚମ୍ପିଆନ ସିଏସକେକୁ ସାମନା କରିବା ଆରସିବି ପାଇଁ ଚ୍ୟାଲେଞ୍ଜ ହେବ ନିଶ୍ଚୟ । ରେକର୍ଡ ଓ ଫର୍ମ ଉଭୟରେ ଆଗରେ ରହିଛି ଚେନ୍ନାଇ । ତେବେ ସବୁବେଳେ ଚ୍ୟାଲେଞ୍ଜକୁ ଦୃଢତାର ସହ ଗ୍ରହଣ କରୁଥିବା କୋହଲି ଏହି ମ୍ୟାଚ ପାଇଁ ଏକଦମ ପ୍ରସ୍ତୁତ ଅଛନ୍ତି । ଗତ ସମସ୍ତ ସିଜିନରେ ବିଫଳ ହୋଇଥିବା ଆରସିବି ଏଥର ଟାଇଟେଲ ଜିତିବାକୁ ନିଶ୍ଚୟ ଉଦ୍ୟମ କରିବ । ଏହି ଅବସରରେ ଆସନ୍ତୁ ନଜର ପକାଇବା ଉଭୟ ଦଳର ଟପ 5 ପ୍ଲେୟାରଙ୍କ ଉପରେ ଯିଏ କୌଣସି ମୂହୁର୍ତ୍ତରେ ମ୍ୟାଚର ଭାଗ୍ୟ ବଦଳାଇବାର ଦକ୍ଷତା ରଖିଛନ୍ତି ।

ସୁରେଶ ରୈନା(ଫାଇଲ ଫଟୋ)

ସୁରେଶ ରୈନା

ଆଇପିଏଲର ସବୁ ସିଜିନରେ ଯଦି କେହି ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ ଚାଲିଛି ସେ ହେଉଛନ୍ତି ସିଏସକେର ସୁରେଶ ରୈନା । ଆଇପିଏଲ ଇତିହାସରେ ସେ ସବୁଠାରୁ ସଫଳତମ ଖେଳାଳି । ସେ ଏହି ଧନଶାଳୀ ଲିଗ୍‌ର ସର୍ବାଧିକ ରନ ସଂଗ୍ରହକାରୀ । ଏପର୍ଯ୍ୟନ୍ତ ମୋଟ 176ଟି ମ୍ୟାଚରୁ ରୈନା 34.37 ଆଭରେଜରେ 4985 ରନ ସ୍କୋର କରିଛନ୍ତି । ଏଥର ମଧ୍ୟ ତାଙ୍କଠାରୁ ଦଳ ଉତ୍ତମ ପ୍ରଦର୍ଶନର ଆଶା ରଖିଛି ।

ବିରାଟ କୋହଲି(ଫାଇଲ ଫଟୋ)

ବିରାଟ କୋହଲି

ଆଇପିଏଲ ଇତିହାସରେ ସେ 2ୟ ସଫଳତମ ଖେଳାଳି । ସର୍ବାଧିକ ରନ ସଂଗ୍ରହ ତାଲିକାରେ ରୈନାଙ୍କ ପଛକୁ ସେ ଦ୍ବିତୀୟରେ ଅଛନ୍ତି । 163ଟି ମ୍ୟାଚରୁ 38.35 ଆଭରେଜରେ ସେ 4898 ରନ କରିଛନ୍ତି । ବିରାଟ ଜଣେ ଏପରି ଖେଳାଳି ଯାହାଙ୍କ ଖେଳ ଦେଖିବାକୁ କେବଳ ଆରସିବି ଫ୍ୟାନ୍ସ ନୁହନ୍ତି ବରଂ ବିପକ୍ଷ ଦଳର ଫ୍ୟାନ୍ସ ମଧ୍ୟ ଚାହିଁ ବସିଥାନ୍ତି । ଆରସିବି ପ୍ରଥମ ଥର ଚମ୍ପିଆନ ହେବାକୁ ଆଶା ରଖିଥିବାବେଳେ କୋହଲିଙ୍କ ପ୍ରଦର୍ଶନ ଉପରେ ଦଳ ଅନେକ ନିର୍ଭର କରେ ।

ଏବି ଡିଭିଲିୟର୍ସ(ଫାଇଲ ଫଟୋ)

ଏବି ଡିଭିଲିୟର୍ସ

ଦକ୍ଷିଣ ଆଫ୍ରିକାର ଏହି ପୂର୍ବତନ ଖେଳାଳି କ୍ରିକେଟ ଇତିହାସରେ ମିଷ୍ଟର 360 ଡିଗ୍ରୀ ବୋଲି ପରିଚିତ । ଫ୍ୟାନ୍ସ କୌଣସି ବି ଟିମର ହୁଅନ୍ତୁ କିନ୍ତୁ ଡିଭିଲିୟର୍ସଙ୍କୁ ପଡିଆରେ ଦେଖିବାକୁ ସମସ୍ତେ ଇଚ୍ଛାପ୍ରକାଶ କରନ୍ତି । ଏକାକି କୌଣସି ମ୍ୟାଚର ମଙ୍ଗ ମୋଡିବାରେ ଡିଭିଲିୟର୍ସ ସମର୍ଥ । ପଡିଆର ସବୁ କୋଣକୁ ବଲ ପଠାଇବାରେ ଏବି ସମର୍ଥ । ଏପର୍ଯ୍ୟନ୍ତ ସେ 141ଟି ମ୍ୟାଚରୁ 40 ଆଭରେଜରେ 3953 ରନ ସଂଗ୍ରହ କରିଛନ୍ତି ।

ସାମ୍‌ ବିଲିଙ୍ଗସ(ଫାଇଲ ଫଟୋ)

ସାମ୍‌ ବିଲିଙ୍ଗସ

ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଓ ଫିନିସର ଭାବେ ସାମ୍‌ ପ୍ରସିଦ୍ଧ । ଇଂଲଣ୍ଡର ଏହି ଖେଳାଳି ଚେନ୍ନାଇ ପକ୍ଷରୁ ଗତବର୍ଷ ଖେଳି ଚତ୍ମକାର ପ୍ରଦର୍ଶନ କରିଥିଲେ । ତାଙ୍କ ପାଖରୁ ଦଳକୁ ଅନେକ ଆଶା ରହିଛି । ନିକଟରେ ତାଙ୍କ ଫର୍ମ ଦେଖିଲେ ପ୍ରଥମ ମ୍ୟାଚରେ ସେ ଦଳୀୟ ଏକାଦଶରେ ସ୍ଥାନ ପାଇପାରନ୍ତି ।

ଶିବମ ଦୁବେ(ଫାଇଲ ଫଟୋ)

ଶିବମ ଦୁବେ

ଏଥର ଆଇପିଏଲ ନିଲାମୀରେ କୋଟିପତି ଖେଳାଳି ପାଲଟିଛନ୍ତି ଶିବମ ଦୁବେ । ଘରୋଇ କ୍ରିକେଟରେ ଚତ୍ମକାର ପ୍ରଦର୍ଶନ କରିଥିବା ଶିବମଙ୍କୁ ଆରସିବି 5 କୋଟି ଟଙ୍କାରେ କିଣିଛି । ଏହି ଯୁବ ଖେଳାଳିଙ୍କଠାରୁ ଦଳ ଅନେକ ଆଶା ରଖିଛି ।

For All Latest Updates

ABOUT THE AUTHOR

...view details