ଓଡିଶା

odisha

ETV Bharat / sports

ସୁରେଶ ରୈନା@5000: ଆଇପିଏଲରେ ପ୍ରଥମ ଖେଳାଳି - କ୍ରିକେଟ

ଆଇପିଏଲରେ 4000 ରନ କ୍ଲବରେ ଅଧିକାଂଶ ଭାରତୀୟ ଖେଳାଳି ରହିଛନ୍ତି । ଏହି କ୍ଲବରେ ଏକମାତ୍ର ବିଦେଶୀ ଖେଳାଳି ଭାବେ ସନ ରାଇଜର୍ସ ହାଇଦ୍ରାବାଦର କ୍ୟାପ୍ଟେନ ଡେଭିଡ ୱାର୍ଣ୍ଣର ଅଛନ୍ତି । ତାଙ୍କ ପଛକୁ ଅଛନ୍ତି ଆରସିବି ଖେଳାଳି ଏବି ଡିଭିଲିୟର୍ସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@IPL

By

Published : Mar 24, 2019, 12:02 AM IST

ଚେନ୍ନାଇ: ଆଇପିଏଲର ରନମେସିନ କୁହାଯାଉଥିବା ସୁରେଶ ରୈନା ହାସଲ କରିଛନ୍ତି ଆଉ ଏକ କୀର୍ତ୍ତିମାନ । ଏହି ଧନଶାଳୀ କ୍ରିକେଟ ଲିଗ୍‌ ଇତିହାସରେ 5000 ରନ କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ଏହି କୃତିତ୍ବ କେହି ହାସଲ କରିନାହାନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@IPL

ଆଜି ଆଇପିଏଲ ଉଦଘାଟନୀ ମ୍ୟାଚରେ ଚେନ୍ନାଇ-ବେଙ୍ଗାଲୁରୁ ମୁକାବିଲା ସମୟରେ ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଏଥିପାଇଁ ତାଙ୍କୁ ଆଉ 15 ରନ ଆବଶ୍ୟକ ଥିଲା । ମ୍ୟାଚରେ ସେ 11 ରନ କରି ଖେଳୁଥିବା ସମୟରେ ଏହି ରେକର୍ଡ କରିଥିଲେ । ତେବେ ସେ 19 ରନ କରି ଆଉଟ ହୋଇଯାଇଥିଲେ । ତାଙ୍କର ଆଇପିଏଲରେ ମୋଟ ସ୍କୋର 5004 ହୋଇଥିବାବେଳେ ଏପରି ରେକର୍ଡ କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି ।

ତାଙ୍କ ପଛକୁ ଅଛନ୍ତି ବେଙ୍ଗାଲୁରୁ କ୍ୟାପ୍ଟେନ ବିରାଟ କୋହଲି । ବିରାଟ ଏବେ 4954 ରନ କରିଛନ୍ତି । ସେ ଏହି ମ୍ୟାଚରେ ମାତ୍ର 6 ରନ କରିଛନ୍ତି । ତେବେ କୋହଲି ରୈନାଙ୍କ ଠାରୁ 50 ରନ ପଛରେ ରହିଛନ୍ତି । ଆଗାମୀ ମ୍ୟାଚରେ ସେ ଏହି କୃତିତ୍ବ ହାସଲ କରିନେବେ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ ଆଇପିଏଲର ଉଦଘାଟନୀ ମ୍ୟାଚରେ ଆରସିବିକୁ 7 ୱିକେଟ୍‌ରେ ହରାଇଛି ଚେନ୍ନାଇ ।

ତେବେ ଆଇପିଏଲରେ 4000 ରନ କ୍ଲବରେ ଅଧିକାଂଶ ଭାରତୀୟ ଖେଳାଳି ରହିଛନ୍ତି । ଏହି କ୍ଲବରେ ଏକମାତ୍ର ବିଦେଶୀ ଖେଳାଳି ଭାବେ ସନ ରାଇଜର୍ସ ହାଇଦ୍ରାବାଦର କ୍ୟାପ୍ଟେନ ଡେଭିଡ ୱାର୍ଣ୍ଣର ଅଛନ୍ତି । ତାଙ୍କ ପଛକୁ ଅଛନ୍ତି ଆରସିବି ଖେଳାଳି ଏବି ଡିଭିଲିୟର୍ସ । ଏହି କ୍ଲବ ଛୁଇଁବା ପାଇଁ ଏବିଙ୍କୁ ଆଉ 47 ରନ ଦରକାର ।

ଏହାସହ ଆଜିର ମ୍ୟାଚରେ ଆଉ କେତେକ କୀର୍ତ୍ତିମାନ ସ୍ଥାପିତ ହୋଇଛି । ଏହା ଚେନ୍ନାଇ ଖେଳାଳି ସେନ ୱାଟସନ୍‌ଙ୍କ କ୍ୟାରିୟରରେ 300 ତମ ଟି20 ମ୍ୟାଚ ଥିଲା । ଏପରି କରିବାରେ ସେ ପ୍ରଥମ ଅଷ୍ଟ୍ରେଲିଆ ଖେଳାଳି ହୋଇଛନ୍ତି । ତେବେ ଟି20 କ୍ରିକେଟରେ 8000 ରନ ପୂରଣ କରିବାରେ କୋହଲିଙ୍କୁ ଆଉ 95 ରନ ଦରକାର । ତାଙ୍କ ଆଗରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ କେବଳ ସୁରେଶ ରୈନା(8009) ଅଛନ୍ତି ।

For All Latest Updates

ABOUT THE AUTHOR

...view details