ନୂଆଦିଲ୍ଲୀ: ସବୁଠୁ କମ ବୟସରେ ଆଇପିଏଲ ଇତିହାସରେ ଅର୍ଦ୍ଧଶତକ ହାସଲ କରିଛନ୍ତି ରିୟାନ ପରାଗ । ରାଜସ୍ଥାନ ଅଲରାଉଣ୍ଡର ରିୟାନ ପରାଗଙ୍କ ନାଁ ରେ ଏହି ନିଆରା ରେକର୍ଡ ଯୋଡି ହୋଇଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ, ରାଜସ୍ଥାନ ରୟାଲ୍ସ ର ଚଳିତ ଆଇପିଏଲର ସିଜିନର ଶେଷ ମ୍ୟାଚ ଥିଲା । ରାଜସ୍ଥାନ ଏହି ମ୍ୟାଚରେ ପରାଜିତ ହୋଇଛି । ରାଜସ୍ଥାନର ସମସ୍ତ ବ୍ୟାଟ୍ସମ୍ୟାନ ଶିଘ୍ର ଆଉଟ ହୋଇଯାଇଥିଲେ । କିନ୍ତୁ ରିୟାନ ଏକାକୀ ସଂଘର୍ଷ କରି ଦଳର ସ୍କୋରକୁ 115ରେ ପହଞ୍ଚାଇଥିଲେ ।
ରିୟାନ ଆଇପିଏଲର ସର୍ବକନିଷ୍ଠ ଅର୍ଦ୍ଧଶତକ ହାସଲକାରୀ - Becomes
ସବୁଠୁ କମ ବୟସରେ ଆଇପିଏଲ ଇତିହାସରେ ଅର୍ଦ୍ଧଶତକ ହାସଲ କରିଛନ୍ତି ରିୟାନ ପରାଗ ।
ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
ତେବେ ଏହି ମ୍ୟାଚରେ ସମସ୍ତଙ୍କ ହୃଦୟ ଜିତିଥିଲେ ଆସାମର ଯୁବ ବ୍ୟାଟ୍ସମ୍ୟାନ ରିୟାନ । ଏହା ପୂର୍ବରୁ ସଞ୍ଜୁ ସାମସନ 18 ବର୍ଷରେ ଥିବା ବେଳେ ଏହି ସଫଳତା ପାଇଥିଲେ । ରିୟାନ ଚଳିତ ଆଇପିଏଲରେ 7ଟି ମ୍ୟାଚରୁ 32 ଆଭେରେଜରେ 160 ରନ କରଛନ୍ତି ।
ରିୟାନ ଭାରତୀୟ ଅଣ୍ଡର ନାଇନଟିନ( u-19) ଦଳର ସଦସ୍ୟ ଅଛନ୍ତି ।